ପୃଷ୍ଠା:Typical selections from Oriya literature.pdf/୩୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୮୧
ଓଡ଼ିଆ ସାହିତ୍ୟ-ପରିଚୟ

ପୁଣି ଗଲା ପ‌ହଣ୍ତେ ଚାଲି ।
ନିକଟେ ଜାଣିଲା ବୀର ଦ୍ରୌପଦୀ ବୋଲି ।
ଶୁଣ ହେ ସୁଜନ‌ଜନ ମୁଁ ଛାର ପାମର ହୀନ
କ‌ହିବାକୁ ଯୋଗ୍ୟ ନିକି ମହାଭାରତ ।
ଅର୍ଥକୁ ଅର୍ଥ ମିଶାଇ ପଦ‌କୁ ପଦ ପକାଇ
ଛନ୍ଦପ୍ରତିବନ୍ଦରେ ମୁଁ କଲଇଁ ଗୀତ ।
ସାଧୁଜମନ ନ ଘେନ ଦୋଷ ।
କ‌ହେ ହୀନ ଭୀମା କୃଷ୍ଣ-ଚରଣେ ଆଶ ।

ଚତୁର୍ଥ ଛାନ୍ଦ
ରାଗ-ରଣବିଜେ, ହରିଚଉତିଶା ବାଣୀରେ

କର୍ଣ୍ଣମନ ଦେଇ, ଶୁଚିମନ୍ତ ହୋଇ, ଶୁଣ ଜନେ କୃଷ୍ଣରସ ।
କଳାକର ମୟ, ଅନ୍ଧାର ପରାୟ, ଦ୍ରୌପଦୀ-ଦୁଃଖ ବିନାଶ ହେ । ଶୁଣ ।
ଭଜ ନିରତେ ପଦ୍ମଚରଣ ହେ । ଫେଡ ଦ୍ରୌପଦୀର ଏ କଷଣ ହେ ।
ତୁମ୍ଭ ବିନା ନାହିଁ ପରିତ୍ରାଣ ହେ ।
ରୋଷାଇଶାଳରେ, ଦୁଃଶାସନ ବୀର, ଦ୍ରୌପଦୀ ଦେଖିଲା ଯାଇଁ ।
ତାହାଙ୍କର କେଶ, ଧରିବ ବୋଲିଣ, ହସ୍ତକୁ ଦେଲା ବଢ଼ାଇ ସେ । ବୀର ।
ଦେବୀ ଦ୍ରୌପଦୀ ଦେଲେ ଉତ୍ତର ରେ । ଦୁଃଶା ନ ଛୁଁଅ ଅଙ୍ଗ ମୋହର ରେ ।
ପାକାସ୍ପରଶ ମୋହ ଶରରୀ ରେ । ଏଥି ଛୁଁଇରେ ଦୋଷ ଅପାର ରେ ।
ମୂର୍ଖ ଦୁଃଶାସନ, ବୋଲଇ ବଚନ, ନିର୍ଲ୍ଲଜ୍ଜି ହୋଇଲୁ ବାଇ ।
ମିଛେ ରଜୋବତୀ, ବୋଲିଣ ଯୁବତୀ, ମୋତେ ଲୋଡ଼ୁଛୁ ଭଣ୍ତାଇ ଗୋ । କ‌ହ ।
କେଉଁ ଦୋଷ ଛୁଇଁଲେ ତୋ ଦେହ ଗୋ । ମୋତେ ଲାଗିଲା ବଡ ସନ୍ଦେହ ଗୋ ।
ଆଜ କାହିଁ ଯିବୁ ରହ ରହ ଗୋ ।
ଦୁଃଶାସନ କ‌ହେ, ସ୍ତ୍ରୀରୀ ମାତ୍ର ତୁତ, ପୁଣ୍ୟକୁ ନାହିଁ ବିଶ୍ୱାସ ।
ତମ୍ବାପ୍ରାୟ ବେନି, ନୟନ‌କୁ କରି, ଧଇଲା ଦ୍ରୌପଦୀ କେଶ ସେ । ବାଳ ।
ରାହୁ ଗ୍ରାସେ କି ଚନ୍ଦ୍ରମଣ୍ତଳ ସେ । ଖରେ ଘେନି ଗଲା ଅନ୍ତରାଳ ସେ ।
ସତୀ-ଚରଣ ନ ପଡେ ତଳ ସେ । ବୋଲେ ରଖ ରଖ ଆଦିମୂଳ ସେ ।
ରକ୍ଷା କର ପ୍ରଭୁ, ଜଗତଈଶ୍ୱର, କରଣାସିନ୍ଧୁ ମୁରାରି ।
ତୁମ୍ଭେ ଦୀନବନ୍ଧୁ, ନ ରଖିଲେମୋତେ, ଅନାଥ ହୋଇଲି ନାରୀ ହେ । ହରି ।
ଦୁଃଶା ବଳେ ନେଉଅଛି ଧରି ହେ । କାହା ଆଗେ କରିବି ଗୁହାରି ହେ ।
ଏହି ସଙ୍କଟରୁ କର ପାରି ହେ ।
ପବନହୁଁ ଖରେ, ଦୁଃଶାସନ ବୀର, ହସ୍ତୀନା ପ୍ରବେଶେ ଯାଇଁ ।
ଦ୍ରୌପଦୀ ବୋଲନ୍ତି, ସଭାକୁ ନ ନିଅ, ପରିମୁଣ୍ତା ତୋର ଯାଇଁ ରେ । ବୀର ।