ପୃଷ୍ଠା:Typical selections from Oriya literature.pdf/୩୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୮୨
ଓଡ଼ିଆ ସାହିତ୍ୟ-ପରିଚୟ

ତୋତେ ଶପଥ ଅଛି ମୋହର ରେ । ଭୀଷ୍ମ ଦ୍ରୋଣ ଅଛନ୍ତି ସଭାର ରେ ।
ଲଜ୍ଜା ହୋଇବ ମୋତେ ଅପାର ରେ ।
ସଭା ନିକଟରେ, ରଖି ଦୁଃଶାସନ, ଦୁର୍ଯ୍ୟୋଧନ ପାଶେ ଗଲା ।
ଭୋଦେବ ନୃପତି, ଆଜ୍ଞାରେ ଦ୍ରୌପଦୀ, ଆଣିଲି ବୋଲି ବୋଇଲା ହେ । କ‌ହ ।
ଏବେ କି କରିବି ଆଜ୍ଞା ଦିଅ ହେ । ପାକାସ୍ପରଶ ହୋଇଛି ଦେହ ହେ ।
ଦୁର୍ଯ୍ୟୋଧନ ହସେ ଟ‌ହ ଟ‌ହ ଯେ ।
ଶୁଣି କୁରୁପତି, ଶକୁନିକି ଚାହିଁ, ବୋଲଇ ହେ ମାମୁ ଶୁଣ ।
ପାକାସ୍ପରଶତ,ହୋଇଛି ଦ୍ରୌପଦୀ, ଆଣିବାର ଅକାରଣ ସେ । ନାରୀ ।
ଆଜ ହୋଇଅଛି ରଜୋନାରୀ ସେ । ତାକୁ ଛୁଇଁଲେ ତୁଟଇ ଶିରୀ ସେ ।
ଆଜ ମୁଖ ନ ଚାହିଁ ତାହାରି ହେ ।
ଶକୁନି ବୋଲଇ, ଶୁଣ ନୃପସାଇଁ, ଏଡେ ନିର୍ଲ୍ଲଜ୍ଜୀ ଯୁବତୀ ।
ଏକ ସ୍ତ୍ରୀରୀ ହୋଇ, ପାଞ୍ଚଭର୍ତ୍ତା ବ‌ହି, ବୋଲାଉଛି ମହାସତୀ ସେ । ମୂଢୀ ।
ଆମ୍ଭଠାକୁ ଆଣ ଏହି ଘଡି ସେ । ପକା ପିନ୍ଧିଲା ବସନ ଫେଡି ସେ ।
ଦୁଃଶାଶୁଣି ଗଲା ତଡବଡି ସେ ।
ଦୌପଦୀର କେଶ, ଧରି ଦୁଃଶାସନ, ସଭା ଭିତରକୁ ନେଲା ।
ଦୁର୍ଯ୍ୟୋଧନ ବୋଲେ, ପଞ୍ଚଭର୍ତ୍ତା ଥାଉଁ, ଜଣେ ତୋତେ ନ ରଖିଲା ଗୋ । ଚିନ୍ତ ।
ତୋତେ ରଖନ୍ତୁ ପାଞ୍ଚ ଗେରସ୍ତ ଗୋ । ତୋର ପରମାନନ୍ଦ ଅଚ୍ୟୁତ ଗୋ ।
କିପାଁ ହେଉଛୁ ଏଡେ ଆରତ ଗୋ ।
ଅନବରତରେ, ପଞ୍ଚପାଣ୍ତବ‌ଙ୍କୁ, ରଖନ୍ତି ନନ୍ଦକ‌ହ୍ନାଇ ।
କାହିଁ ଅଛି ତୋର, ଦେବଚକ୍ରଧର, ଚିନ୍ତା ନ କରୁ କିପାଇଁ ତା । ଶୁଣି ।
ଦେବୀ ଦ୍ରୌପଦୀ ବୋଲନ୍ତି ବାଣୀ ତା । ନିନ୍ଦା କରୁ କିପାଁ ଚକ୍ରପାଣି ତା ।
କ‌ହୁଅଛି ପୁରାତନ ବାଣୀ ତା । ଭୀମା ଧୀବର ଏ ରସେ ଭଣି ତା ।

ପଞ୍ଚମ ଛାନ୍ଦ
ରାଗ-ଚକ୍ରକେଳୀ

କୁରୁ ସଭାରେ ଦ୍ରୌପଦୀ କ‌ହ‌ନ୍ତି । ସାବଧାନ ହୋଇ ଶୁଣ ନୃପତି ।
କିପାଁ ନିନ୍ଦୁଛ ପ୍ରଭୁ ନାରାୟଣ । ତାଙ୍କ ମହିମା ନାହିଁ କି ଶୁଣିଣ ।
ସତ୍ୟ ଯୁଗ କଥା ଗୋଟି କ‌ହିବା । ତୁମ୍ଭ ମନରୁ ସଂଶୟ ଦ‌ହିବା ।
ସିଂହ ଶୃଗାଳ ଏ ବେନି ଚରିତ । ଏକମନେ ଶୁଣ ହେ ନରନାଥ ।
ଏକ ବନ ମଧ୍ୟରେ ସିଂହ ଥାଇ । ତ‌ହିଁ ପୁଷ୍କରଣୀ ଏକ ଅଛଇ ।
ଅତି ତୃଷାର୍ତ୍ତ ହୋଇ ଶଶା ଗଲା । ଜଳଘାଟରେ ସିଂହ‌କୁ ଭେଟିଲା ।
ଯାହାଠାରୁ ଯେ ବଳୀୟାର ହୋଇ । ତାକୁ ଦେଖିଲେ ପ୍ରାଣ ଡରୁଥାଇ ।
ସିଂହ ନିକଟେ ଶଶାକୁ ଦେଖିଲା । ତାକୁ ଭକ୍ଷିବ ବୋଲି ଗୋଡ଼ାଇଲା ।
ଶଶା ପଳାଇ ପବନହୁଁ ଖରେ । ଭୟେ ପଶିଲା ଶୃଗାଳ ବିଳରେ ।
ତ‌ହି ମଧ୍ୟରେ ଦେଖିଲା ଶୃଗାଳ । ଶଶା ପାଞ୍ଚିଲା ପୂରିଲା ମୋ କାଳ ।