ପୃଷ୍ଠା:Typical selections from Oriya literature.pdf/୩୭୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୩୮
ଓଡ଼ିଆ ସାହିତ୍ୟ-ପରିଚୟ

ରଙ୍ଗ-କୁସୁମବେଣୀ ପଛକୁ ପଡ଼ି ।
ଯମୁନା ଜଳେ ରକ୍ତକୁମୁଦଧାଡ଼ି କି ।
ସେହି ପ୍ରକାରେ ଦିଶୁଅଛି ଶୋଭନ ।
ପୁଣ ଗଳାରେ ମାଳା ଜାତିକୁସୁମ ଯେ ।
ଅତି ସୁସଞ୍ଚ ଦିଶେ ଉର ଲପନ ।
ଦେଖି ରମ୍ଭା ତେଜିବ ସ୍ୱର୍ଗଭୁବନ ଯେ ।
ରାମକୁ ସେହିରୂପେ ବହନ ସାଜି ।
ଭଲା ସେ ମାଳକାର ଖଞ୍ଜିଲା ହେଜି ଯେ ।
କି ଅବା ମତ୍ତଗଜ କୁସୁମ ବେଶ ।
ସେହି ପ୍ରକାରେ ରାମ ଗୋବିନ୍ଦ ଦୃଶ୍ୟ ଯେ ।
ଦେଖିବା ନାହିଁ କାହିଁ ଏଡ଼େ ବିଚିତ୍ର ।
ଦେଖି ବର୍ଣ୍ଣିବାକୁ ବା କେ ଅଛି ପାତ୍ର ଯେ ।
କରି ସୁବେଶ ମାଳୀ ମାଗିଲା ବର ।
ଅସ୍ତୁହେଉ ବୋଇଲେ ବରଜବର ଯେ ।
ସେଠାରୁ ବିଜେ କଲେ ବେନି ସୋଦର ।
ବେଢ଼ି ଅଛନ୍ତି ଚଉପାଶେ କୁମର ଯେ ।
ଦେଖିଣ ମଧୁପୁର ନାରୀ ପୁରୁଷ ।
କାହାରି ମନେ ଆଉ ନାହିଁ ବିରସ ଯେ ।
ପତି ତନୟ ଗୃହ ଲଜ୍ଜାକୁ ଏଡ଼ି ।
କନ୍ୟାସ୍ତମ୍ଭ ପରାୟେ କାମିନୀ ଧାଡ଼ି ଯେ ।
ଚାହିଁଲେ ହରି ଆଗେ କୁବୁଜା ଆସେ ।
ତିନିବାଙ୍କ ଶରୀର ପ୍ରପଞ୍ଚ ଦିଶେ ଯେ ।
ଘେନିଛି କଂସ ଅଙ୍ଗଲାଗି ଚନ୍ଦନ ।
ଚାହିଁ ହସନ୍ତି ସର୍ବ ଗୋପନନ୍ଦନ ଯେ ।
କୃଷ୍ଣ ବୋଲନ୍ତି ଆଗୋ ଶୁଣ କୁବୁଜା ।
କିସ ନେଉଛୁ ଦେଖା ଦେଖୁଁ ମନୁଜା ଗୋ ।
ଆମ୍ଭର ଯୋଗ୍ୟ ହେଲେ ଆମ୍ଭେ ରଖିବୁଁ ।
ନୋହିଲେ ନେଇ କଂସ ରାଜାକୁ ଦେବୁଁ ଗୋ ।
ରାମଅନୁଜ ବାଣୀ ଶୁଣିଲା ଯହୁଁ ।
ବକ୍ର ନୟନେ ଚାହିଁ କହିଲା ତହୁଁ ଯେ ।
କଂସର ଗନ୍ଧକାରୀ ଅଟଇ ମୁହିଁ ।
ନିତି ନିତି ତାହାକୁ ଖଟାଏଁ ନେଇଁ ହେ ।
ତୁମ୍ଭେ ମାଗିଲ ମୋତେ ଛାର ଚନ୍ଦନ ।
ଦୁଇଭାଇଙ୍କି କରି ଦେବି ଭୂଷଣ ହେ ।