ପୃଷ୍ଠା:Typical selections from Oriya literature.pdf/୩୮୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୪୪
ଓଡ଼ିଆ ସାହିତ୍ୟ-ପରିଚୟ

ନ ରହିବ ଦେଶେ । ରହିଲେ ଆଉ ନ ରହିବ ବାସେ ।
ଯାହାକୁ ଏ ବାହୁଯୁଗେ ଭିଡିବ । ପଲ୍ୱଙ୍କରେ ନିରନ୍ତର ପଡ଼ିବ ।
ରତ୍ନସାନୁବାସୀ ସୁଖ ଯେତେକ । ଏ ସୁଖ ପାଇଲେ ସେ ସୁଖ ଧିକ ।
ପାଦେ ଫିଙ୍ଗିଦେବ । ଅମୃତ ପାଇଲେ ଗୁଡ଼ କି ହେବ ।
ଅନା ସଖି ତା ବିପୁଳ ହୃଦକୁ । ତହିଁ ବୋଳିଛନ୍ତି ମୃଗମଦକୁ ।
ଚନ୍ଦନ ଘନସାରକୁ ମିଶାଇ । କେଦେଇଅଛି ମନକୁ ରସାଇ ।
ପାଉଅଛି ଶୋଭା । ଶତ୍ରୁ ଦେଖି ମନେ ହୋଇବ ଲୋଭା ।
ଏ ଉର ଯାହା ଉରରେ ଲାଗିବ । କାମ ସନ୍ତାପ ତୁରିତେ ଭାଜିବ ।
ଦେଖ ମଧ୍ୟମର ବିଚିତ୍ର ଠାଣି । ତହିଁରେ ପୀତପଟ ଓଡ଼ିଆଣି ।
ଡମରୁ ଆକାର । ଦେଖି କାତର ନୋହେ କାହାଛାର ।
ଏ କଟି ଆଶ୍ରୟ ପାଇବ ଯେହୁ । ସଂସାର ମଧ୍ୟେ ଧନ୍ୟ ହେବ ସେହୁ ।
ଘର ବର ଲଜ୍ଜା ବିବେକ ପଣ । ସକଳ ତେଜି ହେବ ଅଚେତନ ।
ନ ରହିବ ବୁଦ୍ଧି । ନିରତେ ବଢ଼ିବ ଭାବ ପୟୋଧି ।
ଦେଖ ଶ୍ୟାମଘନ ବେନିଜଘନ । ମର୍କତରମ୍ଭା କି ବିପରୀତେଣ ।
ଏ ଜାନୁ ଆରୋହିବ ଯେଉଁ ନାରୀ । ତାହା ତପସ୍ୟା କହିତ କି ପାରି ।
ସେ ଯୁବତୀ ବର । ତାକୁ କେ ସମ ହେବ ତିନିପୁର ।
ପାଦପଦ୍ମ ପଦ୍ମପରାୟେ ଛବି । କେହୁ ପାରିବ ସେ ପାଦକୁ ଭାବି ।
ଯେଉଁ ନାରୀ ତାହା ମବ୍ବବ କରେ । ଆନନ୍ଦେ ପକାଇ ବିପୁଳ ଉରେ ।
ଧନ୍ୟହେବ ସେହୁ । ତାହା ସମ ସୁଖି ନ ଥିବେ କେହୁ ।
ଏକାଳେ ମୋ ମନ ହେଉଛି ଏତେ । ତୁମ୍ଭ ମନମାନ ହେଉଛି କେତେ ।
ଦାରୁଣ ଧାତା ବଡ଼ ଅବିବେକୀ । ମୋତେ ଏମନ୍ତ ସେ କଲା କାହିଁକି ।
ନ ରଖନ୍ତି ଲାଜ । ଧାଇଁ ଧରନ୍ତି ମୁଁ ଗୋବିନ୍ଦ ଭୁଜ ।
ଏତେ କହି ବୃଦ୍ଧା ହୋଇଲା ତୁନି । ପୁଣ ବୋଇଲା ଏକଇ କାମିନୀ ।
ଆମ୍ଭଙ୍କୁ ଏମନ୍ତ କଲ୍ୟାଣ କର । ବର ହୁଅନ୍ତୁ ବରଜ ସୁନ୍ଦର ।
ଆନେ ଗତି ନାହିଁ । ଶୁଣି ବୃଦ୍ଧା ବୋଲେ ପାଇବ କାହିଁ ।
କେ ବୋଲେ ଚାଲ ଗଙ୍ଗା ଗୟା ଯିବା । କେ ବୋଲେ ପ୍ରୟାଗ ତିର୍ଥ କରିବା ।
କେ ବୋଲେ କାଶୀରେ ସାଧିବା ବସି । କେ ବୋଲେ ସାଗରେ ହୋଇବା ଝାସି ।
ଯେମନ୍ତେ ଲଭିବା । କେ ବୋଲେ ହର-ଗଉରୀ ସେବିବା ।
ଏହି ପରକାରେ କରନ୍ତି ମନ । ଦେଖି ଗୋବିନ୍ଦ ନୀରଜବଦନ ।
ପଛରେ ଲୋକେ ଅଛନ୍ତି ଗୋଡ଼ାଇଁ । କାମ କି ରତିକି ନିଏ କଢ଼ାଇ ।
ସେହିପରି ଦିଶେ । କବିହୃଦୟକୁ ଏମନ୍ତ ଆସେ ।
ଗେଲେ ଗେଲେ ରାମ ଗୋବିନ୍ଦ ବେନି । ଚାଲନ୍ତେ ଶୋଭା ଧରଣୀ-ସରଣୀ ।
କଂସ ସିଂହଦ୍ୱାରେ ହୋଇଲେ ଯାଇଁ । ନାଚନ୍ତି ପୋଏ ମୁରଲୀ ବଜାଇ ।
ଦେଖି ହସ୍ତିପାଳ । ବୋଲଇ ଗୋଳ ନ କରରେ ବାଳ ।