ପୃଷ୍ଠା:Typical selections from Oriya literature.pdf/୩୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୫୧
ଓଡ଼ିଆ ସାହିତ୍ୟ-ପରିଚୟ

ଉଦ୍ଧବ ବଚନ ଶୁଣି ବୋଲନ୍ତି ଗୋପରମଣୀ ଏ ଯେଉଁ ଜ୍ଞାନ‌କୁ ବୁଝାଇଲ ।
କ୍ଷୀରଭାଣ୍ତେ ଦ‌ଧି ଦେଲେ ନାଶ‌ଯାଇ ସେହୁ ଭଲେ ସେ ଜ୍ଞାନ କଥା କିପାଁ କ‌ହିଲ
ହେ । ହରିଦୂତ ।
ଆମ୍ଭର ଭ‌କତି ରତ୍ନାକର । ଜ୍ଞାନନ‌ଦୀ ତ‌ହିଁ ସମ କର ହେ ।
ଅଭାଗ୍ୟ ହୋଇଲା ଯେଣୁ ସେ କଥା ଶୁଣିଲୁଁ ତେଣୁ ଆମ୍ଭ ଆଗେ ଏହା ନ କ‌ହିବ ।
ବ୍ରହ୍ମାଙ୍କୁ ଭାବନ୍ତି ଯେହୁ ଏ ଭାବ ଜାଣନ୍ତି ସେହୁ ଆମ୍ଭେ ତ ନ ଜାଣୁ ତୁମ୍ଭ ଭାବ ହେ ।
ହରିଦୂତ ।
ଯେସନେ କପିଥ ଗଜ ଖାଇ । ପୁଣି ତାହା ବାହାର କରଇ ହେ ।
ଦେଖିଲେ ଦିଶେ ସୁନ୍ଦର ନ ଥାଇ କିଛି ଭିତର ସେହିପରି ରସ‌ହୀନ ଜ୍ଞାନ ।
ସେ କଥାକୁ କେତେ ଭଣ ଏ ବେନି ଆନ ନ ଜାଣ ହୀରା ସଙ୍ଗେ କରକାକୁ ଗଣ ହେ ।
ହରିଦୂତ ।
ସେହି ପୁଣି କ୍ଷଣମାତ୍ର ସଡ଼େ । ରୂପ ରେଖ ଯାଏ କେଉଁଆଡ଼େ ।
ତେମନ୍ତ ମୁକତିଚାରି ପ୍ରେମ ବିନେ ଦିନ ହରି ଭକତିପଙ୍କରେ ଭ୍ରମୁଥାଇ ।
ଦାସରୁ ଅଟନ୍ତି ହୀନ ସେ ଗୁଡ଼ାକ କେତେ ଘେନ ଆମ୍ଭଙ୍କୁ ସେମାନ ନ ରୁଚଇ ହେ ।
ହରିଦୂତ ।
ଯେଉଁ ଜନ ସୁଧା ଥିବ ଖାଇ । ସେ ନିକି ମହୁଲ ପାଶେ ଯାଇଁ ହେ ।
ଚିନ୍ତାମଣି କଣ୍ଠେ ଯାର ସଦା ହୋଇଥାଇ ହାର ସେ ନିକି ଲେଖଇ ଆନ ରତ୍ନ ।
ଜାତିପୁଷ୍ପ ଯେ ଘେନଇ ସେ ନିକି ବାସଙ୍ଗେ ସ୍ନେହୀ ସେହି ମତି ତୁମ୍ଭ ବ୍ରହ୍ମଜ୍ଞାନ ହେ ।
ହରିଦୂତ ।
କେବଳ ସେ ରସର ଭଣ୍ତାର । ବ୍ରହ୍ମଜ୍ଞାନ ତାହାର କିଙ୍କର ହେ ।
ଆମ୍ଭ ବୋଲକର ଏବେ ଦିନ ବଞ୍ଚ ଭକ୍ତିଭାବେ ନାମରୂପ ବୟସ ଭୂଷଣ ।
ନାନାରଙ୍ଗେ ସେବା କରି ଶାନ୍ତି ଲୋଭ ହୃଦେ ଧରି ଦମ୍ଭ ଲଜ୍ଜା ଖ୍ୟାତି ପରାଧୀନ ହେ ।
ହରିଦୂତ ।
ଏମାନ ତେଜିଲେ ପାଇ ପ୍ରେମ । ବ୍ରହ୍ମଜ୍ଞାନେ ବିଅର୍ଥରେ ଭ୍ରମ ହେ ।
ତ‌ଥାପି ମଧୁର ରସେ ଜ୍ଞାନ ଯେବେ ଆସିମିଶେ ତାକୁ ସେ କରଇ ବେଗେ ନଷ୍ଟ ।
ପତିବ୍ରତାନାରୀ ରଙ୍ଗେ ଜାରପୁରୁଷର ସଙ୍ଗେ-ସଂଯୋଗ ହେଲେ ଯେମ‌ନ୍ତ ଭ୍ରଷ୍ଟ ହେ ।
ହରିଦୂତ ।
ସେହିମତୀ ଭକ୍ତିରସେ ଜ୍ଞାନ । ଆମ୍ଭେମାନେ ନ ଜାଣୁ ସେମାନ ।
ଜାଣୁ ଯାହା ଶୁଣ ତାହା ତୁମ୍ଭେତ ପବିତ୍ରଦେହା ତେଣୁ କରି କ‌ହିବା ସେ କଥା ।
ଅନ୍ୟ ଜନ ହେଲେ ତାକୁ ନ କ‌ହ‌ନ୍ତୁ ଭଜୁଁଯାକୁ ସେତ ଆତ୍ମା ସଂପୁଟର କଥା ହେ ।
ହରିଦୂତ ।
ବ୍ରହ୍ମଜ୍ଞାନୀ ନ ଜାଣନ୍ତି ତାହା । ଶୁଷ୍କନ‌ଦୀ ପ୍ରାୟେ ତାଙ୍କ ହିୟା ହେ ।
ସେହିରୂପ ତାଙ୍କ ମନ ଜାଣିଲୁଁ ଶୁଣ ବଚନ ବ୍ରହ୍ମ ବୋଲି କ‌ହିଲା ବେଳରୁ ।