ପୃଷ୍ଠା:Typical selections from Oriya literature.pdf/୩୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୬୦
ଓଡ଼ିଆ ସାହିତ୍ୟ-ପରିଚୟ

ଏଣିକି ଥରେ ବିଜେ ହେବ ଏଥିକି ।
ଛାମୁରେ ତୁମ୍ଭର ବସି ଶୁଣାଇବୁଁ ଦୁଃଖରତ୍ନାକରପୋଥିକି ।
ଅଶନ ବିଷ ବସନ ଅହି ସମ ଝଟକ ଗଲାନି ଅଙ୍ଗର ।
ତାଟଙ୍କ ହାରଭାର ବ‌ହି ନ ପାରୁଁ ତୁମ୍ଭ ଅଭାବରୁ ନାଗର ।
କୃଷ୍ଣ ହେ ନ ଯାଉଁ ଯମୁନା ଜଳକୁ ।
ଯେବେ ଯାଉଁ ତେବେ ନେତ୍ର ବୁଜିଥାଉଁ ନ ଚାହୁଁ କଦମ୍ବମୂଳକୁ ।
ନିଶାକାଳେ ନିଶାକରକୁ ନ ଚାହୁଁ ନ ଘେନୁ କର୍ପୂର ଚନ୍ଦନ ।
ଝର ପରା ହୋଇ ନିରତେ ନୟନୁ ଲୋତକଝରଇ ମୋହ‌ନ ।
ନାଥ ହେ ଏଣୁ ନ ଘେନୁଛୁଁ ଅଞ୍ଜନ ।
ମସ୍ତକେ ସିନ୍ଦୂର ବିନ୍ଦୁକୁ ନ ଘେନୁ ନ କରୁ ମକରୀ ଲେଖନ ।
କବରୀ ନ ସାଜୁଁ ଅଙ୍ଗକୁ ନ ମାଜୁଁ କୃଶ ହେଲୁଣି ଗୋପୀକୂଳ ।
ଅଧରରଙ୍ଗିମା ବଚନ ଭଙ୍ଗିମା ତୁମ୍ଭ ବିନୁ ସର୍ବ ନିଷ୍ଫଳ ।
ନାଥ ହେ ଦିବାନିଶି ଏକ ସମାନ ।
ସଦନ ବନ ପ୍ରାୟେକ ନ ରୁଚଇ ଶୀତଜଳ ଅଗ୍ନି ଯେସନ ।
ପ୍ରତିପନିଶିରେ ଚକୋର ଯେସନେ ହୋଇଥାଏ ଚନ୍ଦ୍ର ନ ଦେଖି ।
ତ‌ହୁଁ ଅଧିକ ଦଶାକୁ ଲଭିଲୁଣି ତୁମ୍ଭ ବିହୁନେ ପଙ୍କଜାକ୍ଷୀ ।
ନାଥ ହେ କେଉଁ ଅଭାଗୀ ନାରୀ ଆମ୍ଭେ ।
ପ୍ରାଣ ନ ଯାଇ କେଉଁଗୁଣେ ରହିଛି ନିର୍ଲ୍ଲଜପଣେ ମହାଦମ୍ଭେ ।
ପୂର୍ବେ କେତେ ତପ କରିଥିଲୁଁ ଦିନା କେତେ ସଙ୍ଗ ହୋଇ ବଞ୍ଚିଲୁଁ ।
ସେ ସୁକୃତ କ୍ଷୟ ହୋଇଲାରୁ ଏବେ ପାଇଲା ନିଧି ହରାଇଲୁଁ ।
ନାଥ ହେ ଆମ୍ଭ ସମ ଦୁଃଖୀ ନ ଥିବେ ।
ଏଡ଼େ ନିର୍ଲ୍ଲଜ୍ଜ କେଉଁ ଜନେ ହୋଇବେ ଏତେ କଷ୍ଟେ ଦେହ ରଖିବେ ।
କା ଆଗେ କ‌ହିବୁଁ ଯାହା ହେଉଅଛି କ‌ହିଲେକେ ଅବା ଶୁଣିବ ।
ଏକା ତୁମ୍ଭ ବିନା ଏଦୀନ ଗୋପୀଙ୍କ କଥା କେ ମନରେ ଘେନିବ ।
ନାଥ ହେ ଏତେକ କେବଳ କରିବ ।
ମଥୁରାନାରୀଙ୍କ ସଙ୍ଗ ଦିନେ ଛାଡ଼ି ଦର୍ଶନ ମାତ୍ର ଦେଇଯିବ ।
ତୁମ୍ଭ କୃପାସିନ୍ଧୁ ପ୍ରାୟ ଘୋଟିଥିଲା ବୁଡ଼ିଥିଲୁଁ ଗୋପୀ-ସଫରୀ ।
ସଫଳାନନ୍ଦନ ଅଗସ୍ତି ହୋଇଣ ଶୋଷିଲା ଅହ‌ଙ୍କାର କରି ।
ନାଥ ହେ କେମନ୍ତେ ବଞ୍ଚିବୁଁ ବିଚାର ।
ଯାହା କ‌ହିଥିଲ ତାହା ପାସୋରିଲ ଚିତ୍ତକୁ କିପାଁ ନ ପଚାର ।
ଆମ୍ଭ ଭାଗ୍ୟକୁ ରସଦାନୀ ଜୀମୂତ ପ୍ରବଳ ହୋଇ ଉଦେ ହେଲା ।
କଂସଡ଼ଗର ତ‌ହିଁକି ମହାବାତ ମଥୁରାଦିଗେ ଉଡ଼ାଇଲା ।
ନାଥ ହେ ନିରାଶ ହୋଇଲୁଁ ଗୁଆଳୀ ।
ସତେ ନିକି ଆଉ ଲେଉଟି ସାଜିବ କୃପା ଜଳକୁ ଦେବ ଢାଳି ।