ପୃଷ୍ଠା:Typical selections from Oriya literature.pdf/୪୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୩୭୬
ଓଡ଼ିଆ ସାହିତ୍ୟ-ପରିଚୟ

କନ‌କ‌କିଙ୍କିଣୀ ପୀତାମ୍ବରଧାରକ ।
କରୁଣା-କଟାକ୍ଷେ ସୁର ନର ତାରକ ।
କମ୍ବୁକଟକ ମଧ୍ୟରେ ନାଗର ଏକ ।
କଉତୁକ କଥାମାନଙ୍କରେ ରସିକ ।
କମଳ-ନେତ୍ର କମଳା-ପ୍ରାଣନାୟକ ।
କଳାପର୍ବତରେ ଲୀଳା-କର ଅନେକ ।
କଲେ ଇଚ୍ଛା ମନେ ହେବା କଂସଅନ୍ତକ ।
କରିବା ଉଶ୍ୱାସ ମ‌ହୀଭରା ଅନେକ ।
କପଟେ ହୋଇବା ନନ୍ଦବ୍ରଜବାଳକ ।
କଉତୁକେ ବୋଲାଇବା ପଶୁପାଳକ ।
କରି ଏ ବିଚାର କଇବଲ୍ୟଦାୟକ ।
କଂଶ ଆଦି ମାରିବାକୁ ହେଲେ ଉତ୍ସୁକ ।
କଚ୍ଛପ ଆଦି ମତ୍ସ୍ୟ ଅବତାର ଯାକ ।
କରିବାକୁ ଜାତ ଜଗନ୍ନାଥ ଜନ‌କ ।
କ‌ହି ନୋହେ ତାହାଙ୍କ ମହିମା ଯେତେକ ।
କରନ୍ତି କୃତାର୍ଥ ଜୀବ ହରି ପାତକ ।
କମଳସମ୍ଭବ ଭବ ସୁରନାୟକ ।
କଉଣପ ଆଦି ଲୋକ ଯାହାର ଲୋକ ।
କରୁଣାସାଗର ସାଗରଜା-ନାୟକ ।
କର ଅଭୟ ଅଭୟବରଦାୟକ ।
କଷ୍ଟ ମହୀଧର ମହୀଧର-କଣ୍ଟକ ।
କଳମଷ ବାରଣ ବାରଣ ଅନ୍ତକ ।
କର ଆଜ୍ଞା ସୁର-ସୁର ପ୍ରଭୁ ଏତେକ ।
କ‌ହୁ ଦୀ‌ନ‌କୃଷ୍ଣ କୃଷ୍ଣକଥା ଅନେକ ।
ଦ୍ୱିତୀୟ ଛାନ୍ଦ
ରାଗ-ଚୋଖି
କର ଆହେ ସାଧୁ-ଜନମାନେ ମନେ ଏକଧ୍ୟାନ କର୍ଣ୍ଣ ଦେଇଁ କମଳନୟନ‌କଥାକୁ ।
କଳିକଳୁଷ ସଂଘାତ ଉପରେ କରି ସଂଘାତ,
ସଂଶୟ ନ ଥାଉ କାଳଦଣ୍ତ ବ୍ୟଥାକୁ ।
କଳାକରେ ଅନ୍ଧାର ପ୍ରାୟେ । କୃଷ୍ଣକଥାଶ୍ରବଣରେ ଦୁରିତ କ୍ଷୟେ ।
କଉଣପକୁଳେ ଭାରୀ ହୋଇ ଧରଣୀ-ସୁନ୍ଦରୀ ବିନୟ ହୋଇ ବ୍ରହ୍ମାଙ୍କ ଆଗେ କହିଲା ।
କଂଶପ୍ରତାପରେ ଦେହ ହୋଇଲା ଅତି ଦୁଃସ‌ହ,
କି କରିବି ଏବେ କ‌ହ ବୋଲି ବୋଇଲା ।