ପୃଷ୍ଠା:Typical selections from Oriya literature.pdf/୪୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୧୬
ଓଡ଼ିଆ ସାହିତ୍ୟ-ପରିଚୟ

କେଶବ ହ‌ସି ଧୀରେ ବୋଇଲେ ଯିବା ଥରେ ଦେଖିବା ମାମୁ ଧନୁ ଜାତ । କଇତବ କଥାକୁ ମାମୁ ମନବ୍ୟଥାକୁ ସବୁ ରୁପରେ ସନମତ ସେ । କ‌ହ ଯାଇଁ । ଗୋପରେ ତୁମ୍ଭେ ଏ ବାରତା । କି ବୋଲନ୍ତି । ଜନ‌କ ଜନନୀ ଶୁଣି ତା । କେବେହେଁ ରାଜା ଆଜ୍ଞା ନ କରିବ ଅବଜ୍ଞା କରିବ ନାହିଁ ନିଊନତା ସେ । କେଶୀନୀବନହର-ଆଜ୍ଞା ପାଇଁ ଅକ୍ରୂର ଗୋପରେ ପ୍ରବେଶ ହୋଇଲେ । କଂସ ଉଲୁରି ନେଇ ନନ୍ଦଙ୍କ କରେ ଦେଇଁ ସକଳ ସନ୍ଦେସ କ‌ହିଲେ ସେ । କେ କ‌ହିବ । ଶୁଣି ତା ହୋଇଲେ ସେ ଯାହା । କ‌ହିବାକୁ । ବଚନେ ଆସୁ ନାହିଁ ତାହା । କ‌ହୁଁ କ‌ହୁଁ ଗୋକୁଳ‌ଯାକ ଶୁଭଲା ଗୋଳ ମଥୁରା ଯିବେ ବ୍ରଜନାହା ସେ । କେ ବୋଲେ କି କରିବା କାଳ କେମନ୍ତେ ନେବା ଶ୍ରୀକୃଷ୍ଣ ଗଲେ ମଥୁରାକୁ । କୁଟିଳ ଦୁଷ୍ଟ କାମ ପୂର୍ଣ୍ଣ କରିବ କାମ ଫୁଲଶରେ ବିଦାରି ବୁକୁ ଯେ । ଆଗୋ ସଖି । କଳାକର କରିବ ଯାହା । କ‌ହି ଶେଷ, ଶେଷ କରିବେ ନାହିଁ ତାହା । କୋକିଳ କଳଡ଼ାକେ ରହିଁ ନୋହିବ ଲୋକେ କାଳ କରିବ ପୁଣି ଏହା ଗୋ । କଉତୁକ ସମ୍ପାଦି କର୍ପୂର ଚନ୍ଦନାଦି କେହି ନୋହିବେ ସୁଖକର । କଳେବର ବସନ ଆଶୀବିଷ ସମାନ ହୋଇବ ମହାଭୟଙ୍କର ସେ । ଆଗୋ ସଖି । କ୍ରୀଡ଼ାମନ୍ଦିର ହେବ କାରା । କଣ୍ଠ ମୋତି । ହାରା ହୋଇବ ଅତି ଭାରା । କାମ-ଦଶମଦଶା ଭାଙ୍ଗିବ ସବୁ ଆଶା ବୋଲି ଛାଡ଼ିଲେ ଅଶ୍ରୁଧାରା ସେ । କେ କରେ ମହାଶୋକ କେ ହୋଏ ଦକ ଦକ କେ ଦୀର୍ଘେ ଛାଡ଼ଇ ନିଶ୍ୱାସ । କେ ଘନରୁତୁ-ପିକ ପ୍ରାୟେ ହୋଇଲା ମୂକ କେ ବୋଲେ ଛାଡ଼ ପ୍ରତିଆଶ ସେ । କେ ବୋଲଇ । କୃଷ୍ଣ ସଙ୍ଗତେ ଆମ୍ଭେ ଯିବା । କେଉଁ ସୁଖ । ପାଇବା ପାଁଇ ଗୋପେ ଥିବା । କୁମୁଦ ଶଶଧର ପ୍ରାୟେ ଭୋଗ ଅନ୍ତର ହେଲେ ତ ଶ୍ରୀମୁଖ ଚାହିଁବା ଗୋ । କୃପଣଜନ ଧନ ଭୋଗ ନୋହିଳେ ମନ ହୁଅଇ ଆନନ୍ଦରେ ସୁଖୀ । କୁତ୍ସିତଗ୍ରାମେ ଥିଲେ ମହାପଣ୍ତିତ ହେଲେ କିକି ହୋଇ ହୁଅଇ ଦୁଃଖୀ ସେ । ଆଗୋ ସଖି । କେଶବ ରସିକଶେଖର । କରୁଛନ୍ତି । ଅମ୍ଭମାନଙ୍କୁ ଏତେଦୂର । କେଉଁ ଗୁଆଁର ସଙ୍ଗେ ଦିନ ବଞ୍ଚିବା ରଙ୍ଗେ ଏକଥା କରତ ବିଚାର ଗୋ । କ‌ହୁଁ କ‌ହୁଁ ଏମନ୍ତ ଛାୟାଦେବୀଙ୍କ କାନ୍ତ ଅସ୍ତାଚଳରେ ଅସ୍ତ ହେଲେ । କାମ‌ପାଳଙ୍କ ସଙ୍ଗେ ସୁରଭି ଘେନି ରଙ୍ଗେ ଶ୍ରୀକୃଷ୍ଣ ଗୋପକୁ ଅଇଲେ ସେ ।