ପୃଷ୍ଠା:Typical selections from Oriya literature.pdf/୪୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୨୧
ଓଡ଼ିଆ ସାହିତ୍ୟ-ପରିଚୟ

କିବା ଇନ୍ଦ୍ରଧନୁ ମ‌ହୀଗତ ହୋଇଛି ।
କି ଶରଦମେଘ ପାଶେ ଶୋଭା ପାଉଛି ।
କାହିଁ ବିଶ୍ରାମ କରିବ ଏ ଉତପାତ ।
କେ ବୋଲେ ସେ ଏହିଠାରେ ହେବ ବିଦିତ ।
କେ ବୋଲେ ଗଙ୍ଗା, ଯମୁନା, ଯୁଗଳ ତୀର୍ଥ ।
କରିବାକୁ ମଥୁରାଲୋକଙ୍କୁ କୃତାର୍ଥ ।
କଂସରାଜା-ଘଣ୍ଟାପଥେ ଆସନ୍ତି ବ‌ହି ।
କଉତୁକ ପାଇ ଲୋକେ ଦେଖନ୍ତି ରହି ।
କିଅବା କନ୍ଦର୍ପ ଇନ୍ଦ୍ରଜାଲିକ ରାଟ ।
କରାଉଛି ରୂପା ନୀଲା ପ୍ରତିମା ନାଟ ।
କ‌ହୁଁ କ‌ହୁଁ ଲୋକେ ଏହା ପଡ଼ିଲେ ମାଡ଼ି ।
କାମିନୀ ଧାଇଁଲେ ଗୃହକର୍ମକୁ ଛାଡ଼ି ।
କେଶ ବାସ ଅସମ୍ଭାଳେ ପଡ଼ୁଛି ଖସି ।
କେ ଏକ‌କରରେ ଧରି ଦେଉଛି ଖୋସି ।
କାମ ବାଇ କଲା କାହାମନ‌କୁ ତ‌ହିଁ ।
କରୁଁ କରୁଁ ଗତି ବୋଲେ ଶ୍ରୀକୃଷ୍ଣ କାହିଁ ।
କାହା-ଉପରୁ ଅନ୍ତର ହୋଇ ସୁବାସ ।
କମ୍ପମାନ-କୁଚକୁମ୍ଭ ହୋଏ ପ୍ରକାଶ ।
କରେ ଧରି ଆଚ୍ଛାଦିତ କରନ୍ତେ ନେଇ ।
କି କି ହୋଇ ତ୍ୱରାଗମ‌ନେ ସେ ଖସଇ ।
କବିମନେ ଅନୁମାନ ହୁଅଇ ଏହି ।
କ‌କୁଭବାସ ଅମ୍ବର କରନ୍ତି ନାହିଁ ।
କାହାକୁଚ ରଇବତ-ନନ୍ଦନୀ ପ୍ରାୟେ ।
କୃଷ୍ଣବାସେ ମଣ୍ତିହୋଇ ଶୋଭାକୁ ପ୍ରାୟେ ।
କାହାକୁଚ କମଳା ପରାୟେ ଶୋଭନ ।
କରିଅଛି ଅଙ୍ଗୀକାର ପୀତବସନ ।
କାହାକୁଚ ପୁଲୋମତନୟା ସଦୃଶ ।
କରିବାକୁ ସ‌ହସ୍ର ନୟନ‌କୁ ବଶ ।
କୁଳବଧୂମାନେ ଥାଇଁ ବଡ଼ଭୀପୁରେ ।
କରନ୍ତି ଅବଲୋକନ ଜଳାବିବର ।
କନ‌କ‌କାନ୍ତି-ଦେହରେ ରତନବେଶ ।
କିଞ୍ଚିତେ ଝଲକୀ ହୋଏ ଦୃଶ ଅଦୃଶ ।
କ‌ହିବାକୁ ଏତେ ଆସେ ସେବେଳରୂପ ।
କାର୍ତ୍ତିକମାସରେ ଯେହ୍ନେ ଆକାଶଦୀପ ।