ପୃଷ୍ଠା:Typical selections from Oriya literature.pdf/୪୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୩୬
ଓଡ଼ିଆ ସାହିତ୍ୟ-ପରିଚୟ

କି କରନ୍ତି ବଡ଼ ପ୍ରଭୁମାନେ । କିଛି ବିଚାରନ୍ତି ନାହିଁ ମନେ ।
କଲେ ଅବେଭାର କି ବୋଲିବେ ନର ନୀତିବନ୍ତ ବିଚକ୍ଷଣମାନେ ହେ । ଉଦ୍ଧବ ।
କୟେବାର କଲାପ୍ରାୟେ ବନ୍ଦୀ । କେତେ କ‌ହିପାରନ୍ତି ସେ ଛନ୍ଦି ।
କେଉଁ-ନାରୀ ଦେହ ନୋହିବ ଅଦେହ ମୋହ ଅମୋହପାଶରେ ବନ୍ଦି ହେ । ଉଦ୍ଧବ ।
କାନନରୁ କରି ଧରି ଆଣି । କ‌ହି ଅନେକ ଯତନେ ବାଣୀ ।
କି କି ହୋଇ ଗଲେ ନ ଆସଇ ଭଲେ ସେହିପ୍ରକାରେ ମୁରଲୀପାଣି ହେ । ଉଦ୍ଧବ ।
କାକ କୋକିଳକୁ ପ୍ରତିପାଳି । କାର୍ଯ୍ୟ ପାଇଛି କି କ‌ହ ଭାଳି ।
କୁସୁମକୁ ଅଳି କଲାପ୍ରାୟେ କଳି ଗୋପବାଳୀଙ୍କି ଶ୍ରୀବନମାଳି ହେ । ଉଦ୍ଧବ ।
କ‌ହିବାକୁ ଆଉ କିଛି ନାହିଁ । କୁଜପିଠି ଅଛି ସବୁ କହି ।
କୁକର୍ମ କରିବା କେତେ ତାଙ୍କୁ ଅବା କ‌ହିବାକୁ ଯହୁଁ ଆନ ନାହିଁ ହେ । ଉଦ୍ଧବ ।
କଳଧଉତ କୁଟିଳ ହେଲେ । କେଉଁଠାରେ ନ ବିକାର ଭଲେ ।
କି କ‌ହିବୁଁ ଆମ୍ଭେ କି ନ ଜାଣ ତୁମ୍ଭେ ସବୁ ସୁନ୍ଦର ପ୍ରଭୁତ୍ୱ ଥିଲେ ହେ । ଉଦ୍ଧବ ।
କୃତ୍ତିବାସ ହେଲେ ଦିଗବାସ । କେହି କରନ୍ତି କି ଉପ‌ହାସ ।
କମଳନୟନ କୁଣ୍ତଳୀଶୟନ କଲେ ସମସ୍ତେ ତାହାଙ୍କ ଦାସ ହେ । ଉଦ୍ଧବ ।
କେଉଁ ଯାନ ନ ମିଳେ ଶିବଙ୍କୁ । କେଉଁ ଭୂଷଣ ଦୁର୍ଲ୍ଲଭ ତାଙ୍କୁ ।
କେତେ ଅସ୍ଥିମାଳ ପକାଇ ସେ ଭୋଳ ହୋଇ ଆରୋହ‌ନ୍ତି ବୃଷଭକୁ ହେ । ଉଦ୍ଧବ ।
କ‌ହିବ ଅବା ତୁମ୍ଭେ ଅଭୀରୀ । କଲେ ସେ ତୁମ୍ଭଙ୍କୁ ଏଡ଼େ କରି ।
କାଖେ କୋଳେ ଧରି ନାନା ସେବା କରି ତାହାଙ୍କର ଆମ୍ଭେ ପରିଚାରୀ ହେ । ଉଦ୍ଧବ ।
କଥାପ୍ରସଙ୍ଗେ କ‌ହିଲୁଁ ଏହା । କରନ୍ତୁ ସେ ଯାହା ଇଚ୍ଛା ତାହା ।
କୁମ୍ଭକାର-ଉହାପ୍ରାଏ ଅନ୍ତର୍ଦାହା କଲେ କୁବୁଜାଙ୍କ କାମ-ଦୁହା ହେ । ଉଦ୍ଧବ ।
କଳ-ଶୀଳ ଲାଜ ଭୟ ଛାଡ଼ି । କଇତବପୀରତିରେ ପଡ଼ି ।
କୃପଣକୁ ଲୋଭୀ ପ୍ରାୟେ ତାଙ୍କୁ ଲଭି ଆଶଅନଳେ ମରୁଛୁଁ ପୋଡ଼ି ହେ । ଉଦ୍ଧବ ।
କପିଳ-କୋପେ ସଗରପୋୟେ । କରିଥିଲେ ଯେଉଁରୂପେ କାୟେ ।
କାଳେ ସେହିରୂପେ ହେଲୁଁ କାମକୋପେ ତୁମ୍ଭେ ହୁଅ ଭଗୀରଥପ୍ରାୟେ ହେ । ଉଦ୍ଧବ ।
କୃଷ୍ଣ ଗଙ୍ଗା ଆଣି ବେଗେଁ ଦିଅ । କୀର୍ତ୍ତି ସମସ୍ତଲୋକରେ ପାଅ ।
କରୁଛୁଁ ବିନତି ଗୋକୁଳ୍ୟୁବତି ଆମ୍ଭମାନଙ୍କୁ ପ୍ରସନ୍ନ ହୁଅ ହେ । ଉଦ୍ଧବ ।
କରେ ବିହି ଯାହାକୁ ବିବେକ । କ‌ହିବାର ତାହାକୁ ଅଧିକ ।
କି ନ ଜାଣ ତୁମ୍ଭେ କି କ‌ହିବୁଁ ଆମ୍ଭେ ପରଉପକାରୀ ବଡ଼ଲୋକ ହେ । ଉଦ୍ଧବ ।
କୃଷ୍ଣେ ଅଛି ତୁମ୍ଭର ଭଗତି । କେଉଁପ୍ରକାର ନ ଜାଣ ନୀତି ?
କଲେ ଧର୍ମ କର୍ମ ଲଭି ସ୍ୱର୍ଗସମ ଶ୍ରୁତି କ‌ହିଅଛି ଏହିମତି ହେ । ଉଦ୍ଧବ ।
କ‌ହିବାକୁ ଏତେକ ତୁମ୍ଭଙ୍କୁ । କୃପା କରିବ ବାରେ ଆମ୍ଭଙ୍କୁ ।
କୃଷ୍ଣ ସତ୍ୟବାଦୀ ହେଲେ ସତ୍ୟବାଦୀ ହୋଇ ନାଶିଲେ ଆମ୍ଭ ଦମ୍ଭକୁ ହେ । ଉଦ୍ଧବ ।
କୃଷ୍ଣଦାସ ଏହି ଘେନି କରି । କୃଷ୍ଣପାଇଁ ମରୁଅଛି ଝୁରି ।
କେତେବେଲେ ଆଶ କରାଇ ନିରାଶ ନ କରିବ ଧର୍ମକୁ ବିଚାରି ହେ । କୋବିଦେ ।