ପୃଷ୍ଠା:Typical selections from Oriya literature.pdf/୪୮୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୪୮
ଓଡ଼ିଆ ସାହିତ୍ୟ-ପରିଚୟ

ଶବଦ ବ୍ରହ୍ମ ତୋର ନାମ । ସେ ନିତ୍ୟ ସତ୍ୟ ନିରୁପମ ।
କାହୁଁ ସ୍ଫୁରଇ କେବା ସ୍ଫୁରେ । ନିରବଲମ୍ବ ନିରାଧାରେ ।
ସେ ନାଦ ଅନ୍ତର ବାହାରେ । ସମାନ ଦିଶ ଦିଗନ୍ତରେ ।
ଅବ୍ୟୟ ନାଦ ଅନହତ । ସର୍ବଦା ଶୁଭେ ଏକମତ ।
ଅବର୍ଣ୍ଣ ଅବିନାଶ ଧ୍ୱନି । କର୍ଣ୍ଣ ମୁଦିଲେ ତାହା ଶୁଣି ।
ପ୍ରଳୟ ସୃଷ୍ଟି ପୁଷ୍ଟି କ୍ଷୟ । ତୋ ନାମ ନାଦରୁ ଉଦୟ ।
ଯେସନେ ଶିଶିର ପ୍ରବେଶେ । କାକର ଆକାଶରୁ ଖସେ ।
କାରୁଣ୍ୟ ସିନ୍ଧୁ ପୂର୍ଣ୍ଣ ହେଲେ । ତୋ ନାମ ଅମୃତ ନ ଗଲେ ।
ବ୍ରହ୍ମା ଆୟୁଷ ଦେହ ବ‌ହି । ମନହୁଁ ବେଗେ ଯେବେ ଯାଇ ।
ନ ପାଇ ତାର ସ୍ଥଳକୂଳ । ଏରୂପେ ସେ କାରୁଣ୍ୟ ଜଳ ।
ସେ ଜଳେ ଆଦି ନାରାୟଣ । ନାମ ବ୍ରହ୍ମରୁ ଉତ୍‌ପନ୍ନ ।
ଚୁମ୍ବକ ଲୋହ ପ୍ରାୟେ ହୋଇ । ସେ ନାନା ଅବଲମ୍ବେ ଥାଇ ।
ଯେସନେ ତୋର ବେଣୁସ୍ୱନ । ନ‌ଦୀକି କରେ ଉଯାଣ ।
ତବ୍ଦତ ତୋର ନାଦସ୍ୱନ । କାରୁଣ୍ୟ ସିନ୍ଧୁକୁ ମନ୍ଥନ ।
ଅନନ୍ତ ନିଶ୍ୱାସ ସମୀଋ । ତରଙ୍ଗ ଧର ଏ ସାଗର ।
ତରଙ୍ଗ ମଧ୍ୟୁ ଜାତ ହୋଇ । ତାହାକୁ ମହାବିଷ୍ଣୁ କ‌ହି ।
ଅନନ୍ତ ନାଗ କୋଳେ ଯାଇ । ସେ ମହାବିଷ୍ଣୁ ସୁଖେ ଶୋଇ ।
ନାଦ ଶବଦେ ଦେଇ ମନ । ସେ ବିଷ୍ଣୁ କରନ୍ତି ଶୟନ ।
ଶୟନ ବେଳ କାଳ ଜାଣି । ତ‌ହୁଁ ଜନ୍ମିଲେ ଦ୍ୱିତରୂଣୀ ।
ପଦ୍ମିନୀ ଚିତ୍ରିଣୀ ସେ ବେନି । ସପତ ସଙ୍ଗାତ କୁଘେନି ।
ନାମ ଯେ ଲକ୍ଷ୍ମୀ ସରସ୍ୱତୀ । ସେ ବିଷ୍ଣୁ ଚରଣେ ସେବନ୍ତି ।
ଶୟନେ ବିଷ୍ଣ ଅଚେତନ । ନାଭିରୁ ଜନ୍ମିଲା ନଳିନ ।
ଅଶେଷ ମେରୁତୁଲ୍ୟ ହୋଇ । ଗ‌ଗନେ ବଡ଼ି ଯାଉଥାଇ ।
ତେବେହେଁ ନାଗ ଫଣା ଯାଏ । ସେ ପଦ୍ମ କେବେହେଁ ନ ଯାଏ ।
ଫଣାର ତଳେ ଅତି ଦୂରେ । ଫୁଟଇ ଅଶେଷ ଦଳରେ ।
ତ‌ହିଁ ସ‌ହସ୍ରଦଳ ସାର । ତା ମଧ୍ୟେ ପୋଡ଼ଶ ବିଚାର ।
ପୋଡ଼ଶେ ସାର ଅଷ୍ଟଦଳ । କର୍ଣ୍ଣିକା କେଶର ଅମୂଲ୍ୟ ।
କେଶର ମଧ୍ୟେ କଳ୍ପବୃକ୍ଷ । ମଣି ମଣ୍ତପ ସୁପ୍ରତ୍ୟକ୍ଷ ।
ମଣ୍ତପ ମଧ୍ୟେ ରତ୍ନ ବେଦୀ । ସେ ଚିନ୍ତାମଣିରେ ଆଚ୍ଛାଦି ।
ବେଦୀ ଉପରେ ସିଂହାସନ । ସେ ପଦ୍ମରାଗ ସୁଗ‌ଠନ ।
ସିଂହାସନର ପ୍ରଭା ଦିଶେ । ଚନ୍ଦ୍ରମଣ୍ତଳ ପ୍ରଭା କିସେ ।
ମଧ୍ୟରେ ସିଂହାସନ କାନ୍ତି । ନିର୍ଧୂମ ଅଗ୍ନି ପ୍ରାୟେ ଜ୍ୟୋତି ।
ଜ୍ୟୋତିର ମଧ୍ୟେ ସୁଶୋଭନ । ବିଚିତ୍ର ସୁବର୍ଣ୍ଣ ଆସନ ।
ସେ କଳ୍ପ ବୃକ୍ଷ ଆଚ୍ଛାଦନ । ସମତା ଚତୁର ଯୋଜନ ।