ପୃଷ୍ଠା:Typical selections from Oriya literature.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୩୮
ଓଡ଼ିଆ ସାହିତ୍ୟ-ପରିଚୟ

ଜାବାଳି କଶ୍ୟପ ଯେ ଜାଣନ୍ତି ସର୍ବ ବାଣୀ ।
ନୃପତିକି ପଟାନ୍ତର ଦ୍ୱିତୀ ବଜ୍ରପାଣି ।
ଆସନରେ ପରିପୂର୍ଣ୍ଣ ଦେବସଭା ଜାଣି ।
ଭାଟ କୟେବାର ବେଶ୍ୟା ଖଟିଥାନ୍ତି ପୁଣି ।
ରଥୀ ଯୋଦ୍ଧା ମାହୁନ୍ତ ପଦାତି ମହାପାତ୍ର ।
ବସନ୍ତି ପଣ୍ତିତେ ଯେ କ‌ହ‌ନ୍ତି ନାନାଶାସ୍ତ୍ର ।
ସ‌ହ‌ସ୍ରେକ ପଟୁଆରୀ ଜଣାନ୍ତି ଛାମୁରେ ।
ପଟୁଆର ପଡିଥାଇ କୋଶେକ ଆକାରେ ।
ଶିରର ଉପରେ ଯେ ଉଡ଼ଇ ଶ୍ୱେତଛତ୍ର ।
ସୂର୍ଯ୍ୟବଂଶୀ ରାଜା ସେ ଯେ ବଡ଼ଇ ବିଖ୍ୟାତ ।
ସ‌ହସ୍ରେକ ଶ୍ୱେତଚାମର ଢଳନ୍ତି ବାଳିଏ ।
ଶୀତଳପବନ ତହିଁ ଧୀରେ ଧୀରେ ବ‌ହେ ।
ସୁବର୍ଣ୍ଣର ବିଞ୍ଚଣୀ ଅଗର ଧୂପକାଠି ।
ସଭାରେ ବିଜୟ ରାଜା କରେ ସଦଗୋଷ୍ଠୀ ।
ରଥ ଗଜ ଅଶ୍ୱ ଯେ ପାଦତି ଅପ୍ରମିତ ।
ଉଡ଼ନ୍ତି ଆଲମ୍ବ ଯେ ଚିରାଳ ପାଟଛତ୍ର ।
ଦୁଇଲକ୍ଷ ଶ୍ୱେତଛତ୍ର ଉଡ଼େ ନିରନ୍ତର ।
ଧାଡ଼ି ଧାତି ଉଭାରି ଯେ ଅଛନ୍ତି ଅପାର ।
ଢୋଲ ଦମା ଟମକ ଯେ ନିରତେ ବାଜଇ ।
ଅପାର ଯେ ଶଙ୍ଖ ବୀଣା ମ‌ହୁରି ସ୍ଫୁରଇ ।
କୋଳାହଳ ଶବଦ କି ବିଜୀଘୋଷ-ନାଦ ।
ଢାଳି ଢାଳି କଂସାଳ ଘାଘୁଡ଼ି ଘଣ୍ଟାଶବ୍ଦ ।
ଶୋଭାପାଏ ନାନାବାଦ୍ୟ ମୃଦଙ୍ଗ ଯେ ବଂଶୀ ।
ନାଚନ୍ତି ଯେ ନୃତ୍ୟକାରେ ନୃତ୍ୟରଙ୍ଗେ ମିଶି ।
ରାଜା ଆପଣେ କରଇ ବସି ସର୍ବଚିନ୍ତା ।
ପରଜା ପାଳଇ ସୁଖେ ଶତ୍ରୁକୁ ଅହ‌ନ୍ତା ।
ଏସନ‌କ ସମୟରେ ପାଟଜଉତିଷ ।
ସପ୍ତାଙ୍ଗ ପାଞ୍ଜି ଶୁଣାନ୍ତି ଆଣି ରାଜା ପାଶ ।
ଶୁଣିମା ସାବଧାନେ ଅଯୋଧ୍ୟା ନରପ‌ତି ।
ଦୁଷ୍ଟ ଶତ୍ରୁ ଗଞ୍ଜନ ଯେ ଅଟ ଚକ୍ରବର୍ତ୍ତୀ ।
ଆଦିତ୍ୟଙ୍କୁ ଆଦିକରି ନବଗ୍ରହଗଣ ।
ଭୋଦେବ ତୁମ୍ଭଙ୍କୁ ନିତ୍ୟ କରନ୍ତି କଲ୍ୟାଣ ।
ସତାଇଶ ନକ୍ଷତ୍ର ଯେ ପଞ୍ଚଦଶ ତିଥି ।
ଏ ତୁମ୍ଭଙ୍କୁ ଅନୁଗ୍ରହ ସମସ୍ତେ କରନ୍ତି ।