ପୃଷ୍ଠା:Typical selections from Oriya literature.pdf/୭୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୩୯
ଓଡ଼ିଆ ସାହିତ୍ୟ-ପରିଚୟ

ବ୍ରହ୍ମା ବିଷ୍ଣୁ ମହେଶ୍ୱର ପୁରନ୍ଦର ମଧ୍ୟ ।
ଚନ୍ଦ୍ର ସୂର୍ଯ୍ୟ ପବନ ଯେ ଯମ ସାଧ୍ୟ ସିଦ୍ଧ ।
ସମସ୍ତେ ବାଞ୍ଛନ୍ତି ଶୁଭ ତୋତେ ନୃପସାଇଁ ।
କାହାରି ମନରେ ତୋତେ ଅବିଗୁଣ ନାହିଁ ।
କିଞ୍ଚିତ କଥାକୁ ଯେ କରଇ ଦେବ ଭୟେ ।
ଏକମାତ୍ର ଶନିଶ୍ଚର ଶିରେ ତୋର ରହେ ।
ବୃଷ ରାଶିରେ ଯେ ଭେଦ ହେବ ସୂର୍ଯ୍ୟପୁତ୍ର ।
ଏଣୁ ସେ ପୀଡ଼ା ପାଇବ ତୁମ୍ଭେ ନିଜ ଗାତ୍ର ।
ଇନ୍ଦ୍ରହିଁ ନ ପାଳିବ ଯେ ହେବ ଅନାବୃଷ୍ଟି ।
ହାଡ଼ ମାଳ ମାଳ ଯେ ହୋଇବ ନବସୃଷ୍ଟି ।
ତୁମ୍ଭ ଜନ୍ମ ଅଟଇ ରୋହିଣୀ ବୃଷରାଶି ।
ଏଣୁ ସେ ପୀଡ଼ା କରିବ ତୋତେ ସୂର୍ଯ୍ୟବଂଶୀ ।
ଯମର ଭାଇ ସେ ଶନି ସ୍ୱୟଂ ଯମ ମୂର୍ତ୍ତି ।
ସକଳ ସୁର ନର ଯେ ତାହାକୁ ଡରନ୍ତି ।
ତାହାକୁ ଶାନ୍ତି କରିବା ହେଉ ମହୀପାଳ ।
ବଶିଷ୍ଠକୁ ପୁଛିଣ ତୁ କର ଅନୁକୂଳ ।
ତା ଶୁଣି ଦଶରଥ ବିରସମନା ହୋଇ ।
ଖରତର ନିଶ୍ୱାସେ ବଶିଷ୍ଠ ମୁଖ ଚାହିଁ ।
ବୋଇଲେ ଶନୈଶ୍ଚର ଭେଦିବ ମୋର ରାଶି ।
ଏକା ନାରାଚକେ ତାକୁ ପକାଇବି ନାଶି ।
ଜଗତର କଷ୍ଟ ମୁଁ ଫେଡ଼ିବି ତାକୁ ମାରି ।
କୋପେଣ କୋଦଣ୍ତ କରେ ଦଶରଥ ଧରି ।
ସୁତୀକ୍ଷ୍ଣ ନାରାଚ ଏକ ବସାଇଲେ ଗୁଣେ ।
ବୋଇଲେ ବିନ୍ଧିବି ଆଜ ଶନିକି ଏ ବାଣେ ।
ଅଧର ଚାପି ରାଜା ପ୍ରଚଣ୍ତକୋପ ହୋଇ ।
ଆକର୍ଣ୍ଣ ସରିକି ବାଣ ଟାଣିଲା ପୂରୋଇ ।
ଶନିଶ୍ଚର ମଣ୍ତଳରେ ହୋଇଲା ଅରିଷ୍ଟି ।
ଅଦଭୁତେ ତାର ପୁରେ ହେଲା ରକ୍ତବୃଷ୍ଟି ।
ଇନ୍ଦ୍ର ଆଦି ସ‌ହିତେ କମ୍ପିଲେ ଦିଗପାଳ ।
ସାତ ସିନ୍ଧୁ ଉଛୁଳି ପଡ଼ିଲା ଆସି କୂଳ ।
ଦଶରଥଙ୍କର କୋପ ଜାଣି ଶନିଗ୍ରହ ।
ସୁରରାଜପୁରେ ସେ କରଇ ଯାଇଁ କୋହ ।
ମନୁଷ୍ୟ ହୋଇଣ ଦେବେ ବାଦ ସେ କରଇ ।
ଭସ୍ମ କରିବି ତାହାକୁ ଶନି ଯେ ବୋଲଇ ।