ବୈଦେହୀଶ ବିଳାସ/ବେହରଣ ଭାଙ୍ଗି ବିଭାଦିନ ମୂଳ କରି

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ଚତୁର୍ଦ୍ଦଶ ଛାନ୍ଦ: ବେହରଣ ଭାଙ୍ଗି ବିଭାଦିନ ମୁଳ କରି

ଚତୁର୍ଦ୍ଦଶ ଛାନ୍ଦ: ବେହରଣ ଭାଙ୍ଗି ବିଭାଦିନ ମୁଳ କରି

ବେହରଣ ଭାଙ୍ଗି ବିଭାଦିନ ମୁଳ କରି |
ବିଶୁଦ୍ଧ ତାର ଲଗ୍ନକୁ ଯୋତିଷେ ବିଚାରି ଯେ | ୧ |
ବର୍ଦ୍ଧିକୀକୀଚୟ କି ମୟ ବିଶ୍ବକର୍ମା ଗୁରୁ |
ବେଦିକାମଣ୍ଡପ କଲେ ଅତିଶୟ ଗୁରୁ ଯେ | ୨ |
ବଇକୁଣ୍ଠପୁରୁ ରଥ ପଡିଲା କି ଖସି |
ବଇକୁଣ୍ଠ-ପୁରସଭା ଶୋଭାନକୁ ହସି ଯେ |୩ |
ବିହରିତ ହରିତବସନେ ହୋଇଛନ୍ତି |
ବିଲଗନ ତଳରେ ଉପରେ ରମ୍ଭା ସ୍ଥିତି ଯେ |୪ |
ବିଭମିଲା ଚିତ୍ତ ଛାୟାମଣ୍ଡପକୁ ଚାହିଁ |
ବେଢ଼ି ରହିଲା କି ସୁରସଭା ଆମି ତହିଁ ଯେ |୫ |
ବିଜୟ ତ ସୁମନମାଳାରେ ଅବିରତ |
ବାଞ୍ଚା– କଳ୍ପଦ୍ରୁମ ପରି ଫଳରେ ପୁରିତ ଯେ |୬|
ବରଣ ବରୁଣାଳୟ ପ୍ରାୟ ଚେଷ୍ଟନାରେ |
ବିଚିତ୍ର ଚିତ୍ର ମକର ଗଙ୍ଗା ଯମୁନାରେ ଯେ | ୭ |
ବେନି ନରେଶ୍ବରଙ୍କର ମଣ୍ଡତ ନବରେ |
ବିହାଇଲେ ଗନ୍ଧଷଣ ମହା ଉସ୍ଚବରେ ଯେ | ୮ |
ବ୍ରାହ୍ମଣୀ ସାତ ସଅଳଙ୍କାର କରି ତହିଁ |
ବସ୍ତ୍ର ପାଟେ ଲଲାଟେ ସିନ୍ଦୁର ଚିତା ଦେଇ ଯେ | ୯ |
ବିଯୋଗିଲେ ଚନ୍ଦ୍ର ଦିପଂମାନ କୁମ୍ଭରାଶି |
ବନ୍ଧୁରତାରେ ଧନିଷ୍ଠା ହୋଇ ପରଣଂସି ଯେ | ୧୦ |
ବିଷମେଷୁ ସୁର୍ପ୍ ଯୀକ୍ତ ନାରୀକେଲତିରେ |
ବିରହିଣୀ ପ୍ରାୟ ଦିବାକୀର୍ତ୍ତି- ନାରୀ ଧରେ ଯେ | ୧୧ |
ବିଜ୍ବଳିତ ଦୀପେ ଯେ ସରିତଇଶ ସରି |
ବେଶ୍ୟାବାର ସଙ୍ଗୀତ ମନ୍ଦିର ଶୋଭା ଧରି ଯେ | ୧୨ |
ବୀଣାକଣ୍ଠ ପୟୋଧର ମର୍ଦଳ ରାଜିତ |
ବିସ୍ତାରି ନୃର୍ତ୍ୟ ନର୍ତ୍ତକୀ ନେତ୍ର ଖ୍ୟାତ ଗୀତ ଯେ | ୧୩ |
ବିହାରୁଁ ଯେ ମୁଖର-ରସଣ ସ୍ବନ କଲେ |
ବିସ୍ତରେ ଅନ୍ତଃପୁରସ୍ଥା ଦିବିଧ ମଙ୍ଗଳେ ଯେ | ୧୪ |
ବାରାସନ ନଳ ପ୍ରାୟ ନିଷେଧ ଅଧିପ |
ବାଜିବାରେ ରାଜି ବାଦ୍ୟ ସାଦୀଙ୍କ ସ୍ବରୁପ ଯେ | ୧୫ |
ବନ୍ଧୁରାଏ ଚାହୁଁଛନ୍ତି ଘଣ୍ଟିମୃଗ ପରି
ବିଶିଷ୍ଟଭବନଜନ୍ୟ ଶମ୍ବରକୁ ଧରି ଯେ | ୧୬ |
ବନ୍ଦିଲେ ଦେବୀ ଦେବଙ୍କୁ ପରସ୍ପରେ ଯାଇ |
ବର କନ୍ୟା ଗନ୍ଧଷିଲେ ଗନ୍ଧପୁଷ୍ପ ଦେଇ ଯେ | ୧୭ |
ବିଯୋଗ ନିଦ୍ରାରେ ଭୃେତ୍ୟ ନିଶା ଥାଉଁ ଯାମେ |
ବୁଡି ବହି ପରଭୃତ ପରାକୃତ ନାମେ ଯେ | ୧୮ |
ବିଜନ ସ୍ଥାନେ ପୁଜାର ଲବଣଚାମରୀ |
ବ୍ରତାଚାରୀ ପରି କରି ଚାରି ସୁକୁମାରୀ ଯେ | ୧୯ |
ବେଗେ ଯାଉ ଦିବସ ଏ ବଶ ବର କନ୍ୟା |
ବିରକ୍ତ ହେଉଁ ଏ ରକ୍ତବନ୍ତେ ଭାନୁ ଧନ୍ୟା ଯେ | ୨୦ |
ବ୍ୟାସକ୍ତ ଅନୁରାଗରେ ସବିତା ଏକାଳେ |
ବଳିପୃଷ୍ଟ ବୋଲି ନିଜ ନିବାସକୁ ଚଳେ ଯେ | ୨୧ |
ବୁଡାଇ କି ସିନ୍ଧୁ ଜଳେ ତାମ୍ରପାତ୍ର ରବି |
ବିଭା ସୀତା ରାମର ନିକଟ ଧାତା ଭାବି ଯେ | ୨୨ |
ବାରିଧିଜ ଉଦେ ଅଙ୍କ ଦୁର୍ବାଦଳ ଭରି
ବନ୍ଦାଇବ ରୁପାସ୍ଥାଳୀ ପ୍ରାଚୀନାରୀ ଧରି ଯେ | ୨୩ |
ବିଭବେ ଉସ୍ଚବେ ହେଲା ବେନି ରାଜା ଦ୍ବାରେ |
ବର୍ଷାର୍ରୁତୁ ମୁର୍ତ୍ତୀମନ୍ତେ କିବା ଅନୁସରେ ଯେ | ୨୪ |
ବୃନ୍ଦ ବୃନ୍ଦ ଦିଶିଲେ ଜଳଦ କରୀବର |
ବୌୟମ-ପୁର୍ଣ୍ଣ ସ୍ତନିତ ପଟ୍ଟହ ନାଦ ତାର ଯେ | ୨୫ |
ବିଗଳିତ ଜଳଧାରା ଯହୀଁ ଦାନଜଳ |
ବଜ୍ରନିର୍ଘୋଷ ନାଗରା ବାଦନ ଚହଳ ଯେ | ୨୬ |
ବ୍ୟୁହ ଭୟାଳହି ଅଶ୍ବ ଚଞ୍ଚଳ ହୁଅନ୍ତି |
ବ୍ୟଶମ୍ପାୟନଙ୍କ ଚିନ୍ତା ମାଗଧଙ୍କ ସ୍ତୁତି ଯେ | ୨୭ |
ବାଲ୍ମୀକି ନିଜନ ଇନ୍ଦ୍ରକୋଦଣ୍ଡ ହାବେଳି |
ବନ୍ହୀ କଣା ଜାତ କି ଖଦ୍ୟୋତ ଦିଶେ ଝଳି ଯେ | ୨୮ |
ବିଦ୍ୟୁତ ଚଞ୍ଚଳ ପୀତ-ଚିରାଳ ପ୍ରଚଳ |
ବିଭ୍ରମେ ଚାତଜପନ୍ତି ଚ୍ୟୁତ ତ୍ରୋଣାମେଳ ଯେ | ୨୯ |
ବକ ଶଖଂ ଦାତ୍ୟୁହ ମଧୁରୀ କଙ୍କ ଭେରୀ |
ବର୍ଷାଭୂ ଟମକ ନାଦେ ଦଶଦିଶ ପୂରି ଯେ | ୩୦ |
ବ୍ୟାଖ୍ୟାନ ଶାମୁକ ନାଦ ଦାସୀ ହୁଳହୁଳି |
ବିଳସିତା ଇନ୍ଦ୍ରଗୋପ ବେଶ୍ୟା ପାଟଚୋଳି ଯେ | ୩୧ |
ବିଶଦ ଶିଳୀନ୍ଦ୍ର ଛତ୍ର ସହଜେ ଦିଶିଲେ |
ବାଣୀଦି ଜାଇ ଯୁଇ ତ ସତ ଫୁଟିଗଲେ ଯେ | ୩୨ |
ବରହିଣ ନର୍ତ୍ତକ ନର୍ତ୍ତନ ପ୍ରକାଶିତ |
ବ୍ୟାପେ ଦୁଦ୍ଦିନ କୁହୁକ ଜାଲିକରେ ସତ ଯେ |୩୩ |
ବର୍ଷୋପ୍ତୋଳ ପାତ ଦାତା ରଜତ ପ୍ରଦାନ |
ବାହାର ପୁର-ଗିରିରୁ ହେଲେ ଝର-ସୈନ୍ୟ ଯେ | ୩୪ |
ବିବର୍ଦ୍ଧନ ରାଜମାର୍ଗ ନଦୀ ହେଲା ତହିଁ |
ବିଭରଣ ଉଷ୍ମୀଷ ହିଣ୍ଡୀରମାନ ଯହିଁ ଯେ | ୩୫ |
ବୀରତରୁ ପୁଷ୍ପବନ୍ତ ହୋଇ ସମଧୁପ |
ବେନିକୁଳ ବେନିପାଶେ ସ୍ଥିତି ବୃକ୍ଷଦୀପ ଯେ | ୩୬ |
ବୀଚି ବେଗରେ ଗମନ ଲିଭିଲା ସେ ଶାନ୍ତି |
ବନ୍ଧ ସିଂହଦ୍ବାରରେ ଏମନ୍ତ ବ୍ୟୁତପତ୍ତି ଯେ | ୩୭ |
ବିଦେଶୀ ପାନ୍ଥପ୍ରଧାନ ଜନତରୀ ଜାନ |
ବହନ ତେଜି କଲେ ସେ ସଦନ ଗମନ ଯେ | ୩୮ |
ବେଶ୍ମସ୍ଥା ମୃଦୁସୁଲିକ ନିଉନ୍ଛାଇ ଅନ୍ନ |
ବରିଲେ ବର ଶାଳକେ ଦିଶିଲେ ତେସନ ଯେ | ୩୯ |
ବିବାହ ସ୍ଥାନରେ ବରବେଶେ ବସାଇଲେ |
ବ୍ରହ୍ମା ଆଚାର୍ଯ୍ୟ ବେଦିକେ ଯୁଗଯୁଗ ହେଲେ ଯେ | ୪୦ |
ବିଶିଷ୍ଠ ଶତାନନ୍ଦ, କାଶ୍ୟପ କଉଶିକ |
ବାମଦେବ ଗଉତମ, ଜାବଳି ବାଲ୍ମୀକି ଯେ | ୪୧ |
ବହି ବିଚରିତ ଶାଳେ ଧୁଆଇଲେ ପଦ |
ବହିତ ଗମନାନିଳେ ଚମରୀ ବିନୋଦ ଯେ | ୪୨ |
ବିଦୃଷ୍ଟି ଅନ୍ତର ପାଟ କୁଜଝଟି ବଶରେ |
ବିଭାବସୁ ପଦ୍ମିନୀର ହୋଏ ପରସ୍ପରେ ଯେ | ୪୩ |
ବରଗିଲେ ସୁଯଞୋପବିତ ଦୁତୀ ତହିଁ |
ବିପ୍ରଲବ୍ ଧା ହୋଇଥିଲେ ଆଣିଲେ ବୋଧାଈ ଯେ | ୪୪ |
ବାନ୍ଛା କଳ୍ପଦ୍ରୁମ ପାଶେ କାମଧେନୁ ମିଳେ |
ବାମନେତ୍ରା ଦକ୍ଷଣ କରାଇ ବସାଇଲେ ଯେ |୪୫ |
ବସୁନ୍ଧରା ପ୍ରାୟେ ସେ ଅଂଗନ ନବଖଣ୍ଡେ |
ବିଭାବରୀ କି ଅମ୍ବରେ ତାରାପନ୍ତି ରୁଣ୍ଡେ ଯେ | ୪୬ |
ବୃକ୍ଷସ୍ତମ୍ଭେ ରାଜେ ଫଳବନ୍ତ ହୋଇ ସେହି |
ବାନ୍ଧବ-କୁମୁଦର କି ପ୍ରଭା ସୁଧା ବହି ଯେ | ୪୭ |
ବ୍ରର୍ହ୍ମା ଆନନକୁ ଯେ ହୋଇଲା ଅନୁ ରୁପ |
ବେଦବାକ୍ୟ ପୁର୍ଣ ହୋଇ ଚତୁର ମଣ୍ଡପ ଯେ | ୪୮ |
ବିପ୍ରେ ଲକ୍ଷିତ ହୋଇଲେ ତାଙ୍କ କର ସଂଗେ |
ବିଷ୍ଟର ତାମ୍ର ସୁପାତ୍ରୀ ଶ୍ରୁବ ଶ୍ରୁଚ ଯୋଗେ ଯେ | ୪୯ |
ବରକନ୍ୟାଙ୍କୁ ବୋଲନ୍ତି ଈଶ୍ବର ପାର୍ବତୀ |
ବାନ୍ଧିଲେ ସେ ମୁକୁଟ କରି କି ଏହି ମତି ଯେ | ୫୦ |
ବିଧିତ ପୁଣ ଏ ଗୋତ୍ରବଂଶବର ଖ୍ୟାତ |
ବିଶିର୍ଣ ଭୀତହିଁ ହୋଏ କାମର ଉଦିତ ଯେ | ୫୧ |
ବୌଶାଲେ ଶୁଳ ଭରମ ଉପୁଜି ତା ଥିବ |
ବଳା ଡମ୍ବରୁ ନାଦକୁ ଶୁଣି ପଳାଇବ ଯେ | ୫୨ |
ବୀତିହୋତ୍ରେ ଲଜା ହୋମ କରୁ ଲଜ୍ଜା ବଳି |
ବଳିରେ ବିଚାର କାହିଁ ହୋଇବ ସମ୍ଭାଳି ଯେ | ୫୩ |
ବନ୍ଧାଇଲେ ଦୁହିଁଙ୍କର କର ସେ କୋବିଦେ |
ବାମା ପୁଂସ ଏକ କରି ସେ ଦମ୍ପତି ପଦେ ଯେ | ୫୪ |
ବିପ୍ର ଦୁହିତାଏ ତହିଁ ପରବେଶ ହେଲେ |
ବିପଦପାଶ ଫିଟିଲା ପାଞ୍ଚୀ ଫିଟାଇଲେ ଯେ | ୫୫ |
ବାହାରିଲେ ଗଣ୍ଠିଆଳ ଅଳଂକୃତ ହୋଇ ।
ବିଶ୍ୱକେତୁ ରଣାରମ୍ଭେ କି ସେ ଶାଢୀ଼ ପାଇ ଯେ। ୫୬ ।
ବରାଟକେ ଅନ୍ତଃପୁରେ ଦ୍ୟୁତ ଖେଳାଇଲେ ।
ବଳବନ୍ତ ଅବଳା ଧରଷି ନ ପାରିଲେ ଯେ । ୫୭ ।
ବୃଦ୍ଧିନଦୀ ତଟତରୁ ଉତ୍ପାଟି ଭସାଇ ।
ବେତସ ମଧ୍ୟରେ କିଛି କରି ନ ପାରଇ ଯେ । ୫୮ ।
ବିହ୍ଁ ପଞ୍ଚଗ୍ରାସୀ ହସ୍ତ ସ୍ଥାଳୀରୁ ନ ଚାଳି ।
ବଳୟେ ରାମମୂରତି ଦିଶନ୍ତେ ମୈଥିଳୀ ଯେ । ୫୯ ।
ବାରି ବିଧୁ ବିମ୍ବେ ଯଥା ଚକୋର ସୁସ୍ନେହୀ ।
ବସି ପତ୍ରାଚ୍ଛନ୍ନେ ବୃକ୍ଷେ ଟେକି ନ ଅନାଇଁ ଯେ । ୬୦ ।
ବଢି଼ଲା ଏ ବିଧାନ ଶାଶୁଏ ବନ୍ଦାଇଲେ ।
ବିତରଣ ଅମୂଲ୍ୟ ରତନମାନ କଲେ ଯେ । ୬୧ ।
ବୀରବର ଭଞ୍ଜ ସୀତା ରାମକୁ ଧ୍ୟାଇଲା ।
ବାଷଠି ପଦେ ଏ ଛାନ୍ଦ ଶେଷକୁ ବିହିଲା ଯେ । ୬୨ ।