ବୈଦେହୀଶ ବିଳାସ/ବୋଇଲେ ସୀତା ଶୀତାଂଶୁ ମୁଖୀ ଏକଦିନେ

ଉଇକିପାଠାଗାର‌ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ବିଂଶ ଛାନ୍ଦ: ବୋଇଲେ ସୀତା ଶୀତାଂଶୁ ମୁଖୀ ଏକଦିନେ

ରାଗ: ବଙ୍ଗଳାଶ୍ରୀ

ବୋଇଲେ ସୀତା ଶୀତାଂଶୁ ମୁଖୀ ଏକଦିନେ ଅତି ଦୀନହୋଇ ।
ବିହି ବିହିଲା ବନବାସ ବାସରେ ନୃପତି ହେବାର ଯାଇ ।
ବିଳସାଇ ଯଥା ଅଳକା ତେଜାଇ ଇଶ୍ୱରଙ୍କୁ ଶମଶାନେ ।
ବିଷ୍ଣୁଙ୍କୁ ରତନପଲଙ୍କ ଛଡାଇ ଜଡ଼ାଇ ସର୍ପ-ଶୟନେ ।୧।
ବିସୋରି ନ ପାରି ଅବିଧି ବିଧିକି କିପାଇଁ ବୋଲାଇ ବିଧି ।
ବସାଇ କୋଳେ ଶ୍ରୀରାମ କହେ ଭୋଳେ ରସାଇ ଲାବଣ୍ୟନିଧି ।
ବିରଞ୍ଚି ଏକାନ୍ତେ କେଳିକି ବିରଚି ଗଉରୀ କମଳା ସଙ୍ଗେ ।
ବିଜନ ସ୍ଥାନ ବୋଲିଟି ତୋତେ ମୋତେ ବନେ ବିହାରଇ ରଙ୍ଗେ ।୨।
ବିବେକ କର ରସିକ ରସିକାର ଏଥୁ ଅଛି କି ଉତ୍ସବ ।
ବୃଷଭାସ୍ୟା ତେଜି ମଳୟପର୍ବତେ ବସନ୍ତେ ଆସେ ବାସବ ।
ବ୍ରହ୍ମଲୋକ ଛାଡ଼ି ସେହି ପୁଣି ଲୋଡି ଗନ୍ଧମାଦନ ଶିଖରୀ ।
ବିଭବୁଁ ଆମ୍ଭର ସୁରସପ୍ରବୀଣା କି ଊଣା ଅଛି କି କରି ? ୩।
ବିହରି ସଉଧ ସଦନେ ବିହରି ସଉଦ୍ଧସଦନେ ଧନ ।
ବେଢି ଡାକୁଥାନ୍ତି କଞ୍ଚୁ କିନ ବେଢ଼ି ଡାକୁଛନ୍ତି କିଞ୍ଚୁ କିନ
ବସିଥାଇ ଚନ୍ଦ୍ରାତପ ତଳେ ବସିଥାଇ ଚନ୍ଦ୍ରାତପ ତଳେ ।
ବେଷ୍ଟିତ ଯେ ସହଚରୀକୁଳେ ବେଷ୍ଟିତ ଯେ ସହଚରୀକୁଳେ ।୪।
ବୁଲିବା ଥିଲା ଜଗତୀରେ ବୁଲିବା ଜଗତୀରେ ହେଲା ଘେନ ।
ବିଲୋକୁ ଥାଇଁ ଚିତ୍ରଲେଖା ବିଲୋକୁ ଥାଇଁ ଚିତ୍ରଲେଖା ପୁନ ।
ବିକ୍ଷିପ୍ତ ଶେଯେ ରଜନୀକର ଶେଯେ ବିକ୍ଷିପ୍ତ ରଜନୀକର ।
ବୋଧକ ସୁକବି ଗିର ହେଉଥିଲା ବେଧକ ଶୁକ-ବି ଗିର ।୫।
ବାରେ ବାରେ ଦେଖି ଭଦ୍ର ଉତ୍ସବକୁ ଭଦ୍ର ଉତ୍ସବକୁ ଦେଖି ।
ବିଶେଷ ଖଦୀର ଚଳିତ ବିଶେଷ ଖଦିର ଚଳିତ ସଖି ।
ବିଘ୍ନ ନୋହେ ତଥି ଅକ୍ଷଲୀଳା ଏଥି ବିଘ୍ନ ନୋହେ ଅଲୀଳା ।
ବସିଥାନ୍ତି ସକ୍ଷୀ ସୁଶୀଳା ଅଛନ୍ତି ଏବେ ତ ଶାଖୀ ସୁଶିଳା ।୬।
ବଶ କରୁଥିଲା ଚିତ୍ତ କ୍ଷୀରପାନ ବଶ କରେ କ୍ଷୀରପାନ।
ବାଳା ଶୁଣୁଥାଇ ଆନକ ସ୍ୱନକୁ ଶୁଣିମା ଆନକସ୍ୱନ ।
ବିଥିରେ ଗନ୍ଧର୍ବେ ଗାୟନ କରନ୍ତି ବୋଧନ୍ତି ସୁମନାବାସେ ।
ବିଧିରେ ଗନ୍ଧର୍ବେ ଗୟନ କରନ୍ତି ବୋଧନ୍ତି ସୁମନାବାସେ ।୭।
ବାନ୍ଧବି ଏଥିରେ ଦେଖାଯାଉ ନାହିଁ ନାଚିବାର ନୃତ୍ୟକାରୀ ।
ବେଣୀ ନାସାମଣି ରମଣୀମଣିରେ ନଚା ଅନୁଗ୍ରହ କରି ।
ବହନ୍ତି ନର୍ତ୍ତନ ନର୍ତ୍ତକବରହିଁ ଅଛି ନର୍ତ୍ତକବରହୀ ।
ବୋଲି ଚତୁରୀ ନାସାପୁଡା ଫୁଲାଇ ଶିରଶ୍ଚାଳି ଦେଇ ରହି ।୮।
ବ୍ୟାଜ ପାଳନା ଏତିକି ବୋଲୁଁ ଇଶ ମୃଗ୍‌ଧାଭାବେ ଭାଷେ କିସ ।
ବିହୁ ଯାହା ତାହା ସୁଦେହା ସୁତ୍ସ୍ନେହା ଜାଣି ତ ଥିବୁ ଅବଶ୍ୟ ।
ବିମଳ ଆଦରଶ ପରା ତୋ ହୃଦ ମୋ ବାଞ୍ଛିବା କିମ୍ବ ଥିବ ।
ବରୁଣ ଦିଗ ତରୁ ଲତା ତରଣୀ ଥନାଇଁ ଅନାଇଁ ଧବ ।୯।
ବାଞ୍ଛିଲା ସମ୍ପତ୍ତି ଦରିଦ୍ରରେ ପରାପତି ପରା ପତି ଭଣି ।
ବଳି ଉଦରେ ଶରଣ ଦାନୀପଣେ ହୁଡ଼ିଥିଲି ସୁଲକ୍ଷଣି ।
ବୀଣା-କଳକଣ୍ଠ ଜିଣାକଣ୍ଠ; ଗଣ୍ଠିରତ୍ନ ମନ-କୃପଣର ।
ବିଦେହ-ନରରାଣ-ଜେମା ତୁ ମୋର ପରାଣ ଯେ ପରାଣର ।୧୦।
ବନ୍ଧୁକଅଧରକାରିଅଧରିରେ ବନ୍ଧୁ ତୁ ମୋ ରକ୍ଷଣରେ ।
ବର୍ତ୍ତୂଳ ଉରୁ ତୁଳା କୋଟିବାଦିନି ପିତୁଳା ମୋ ଈଷଣରେ ।
ବିଦେହପ୍ରେତ ଝାଡ଼ିବାକୁ ଅନ୍ତରଗତୁଁ ତୋ ବାଣୀ ମନ୍ତର ।
ବୈଦ୍ୟ ହୋଇ ବିହୁ ରସ ଦାନ ହତକରଣେ ବିରହଜ୍ୱର ।୧୧।
ବାହୁବଲ୍ଲୀ ଗଳାମାଳା କରି ପୁଷ୍ପ ହାସରେ ମଣ୍ଡନ ବିହୁ ।
ବଡ଼ ଘେନାଘେନି ଘେନା ମନୋରମ ଚରମ ଦେଖାଇ ନାହୁଁ ।
ବକ୍ଷୋଜ ସ୍ୱୟମ୍ଭୁ ଶମ୍ଭୁ କରପଦ୍ମେ ପୁଜି କାଳ ଭୟ ନାହିଁ ।
ବିଭୁ ତୁ ମୁଁ ଦାସ ଏହି ରୁପେ ଏକା ହୋଇଥିବୁ ଅନୁଗ୍ରହୀ ।୧୨।
ବୋଇଲେ ସୁମ୍ପତି ଏ ସର୍ବ ସମ୍ମତି ପୁଂସ ପ୍ରଭୁ ନାରୀ ଦାସୀ ।
ବୋଲାଇ କେ ଇଶ ବିଚାର ମାନସ ନ ଘେନିମ ହେଲେ ଦୋଷୀ ।
ବେଗେ ଓଳଗି ସରାଗେ ଏତେ କହି ଉପୁଜାଇକେତେ ଭାବ ।
ବିବାହନିର୍ବାହେ କେ ଚରଣ ଛୁଏଁ ଉତ୍ତର କଲେ ରାଘବ ।୧୩।
ବରବର୍ଣ୍ଣିନି ଅନୁପମା ସୁଷମା ସକଳ ଗୁଣରେ ଝଳି ।
ବାଳ ଅଧର ହାସ ବାସ କୋମଳ ପକାଇଲେ ଗର୍ବ ଦଳି ।
ବିଶୁଦ୍ଧ ଅଞ୍ଜନ ସିନ୍ଦୁର କର୍ପୁର କସ୍ତୁରୀ ଲବଣୀ ଆସି ।
ବୋଧନ୍ତି ତୋ ଚିତ୍ତ ଚିତ୍ରକ ଲେପନ ହୋଇ କେ କାହିଁରେ ମିଶି ।୧୪।
ବାରିଜ ଲକ୍ଷ୍ମୀ ନିଳୟ ତୁ ଲାବଣ୍ୟଲକ୍ଷ୍ମୀ ବୋଲାଉଛୁ ଯେଣୁ ।
ବଦନ ସୁଷମା ସମ ନୋହି ପଦତଳରେ ଶରଣ ତେଣୁ ।
ବନ୍ଦନ ବାଣୀ ଆନ ନାରୀମାନଙ୍କେ ରମ୍ଭା ରତି ପରା କହି ।
ବଲ୍ଲଭି ନଖକୋଣ କଣ ଶୋଭାକୁ ଲଭିବା ଭାବନ୍ତି ସେହି ।୧୫।
ବ ରାଣସୀରେ ଶମ୍ଭୁ ସେବି ଲଭିଛି ବୋଲନ୍ତି ନୁହଇ କିଛି ।
ବିପୁଳସ୍ତନ ସ୍ୱୟମ୍ଭୁ ଶମ୍ଭୁ ପ୍ରଭୁ ସେ ଶୋଭା ପରେ ହୋଇଛି ।
ବେ ଲନ୍ତି ତୋ ସଙ୍ଗ ମନାସି ବିନ ଶିଥିଲି ଅଙ୍ଗ ଗଙ୍ଗାନୀରେ ।
ବତ୍ସରେ ସ୍ୱଛରେ ବିଳସିବା ହାରେ ସକଳରୁପେ ସେ ହାରେ ।୧୬।
ବଜ୍ରସିଂହକୁ ଜିଣିଛି ଅଛି ନାହିଁ ଦୁର୍ବଳକଟୀ ବାଦୀରେ ।
ବହୁତ ପ୍ରଶଂସାକୁ ମନ୍ଦ ଉଅଦରେ ପାଏ ଯାହା ପ୍ରସାଦରେ ।
ବହି କୃପା ତଥା ଅଜଗବ ଗର୍ବ ଭାଙ୍ଗିଥିଲୁଁ ଭ୍ରୁ ଭଙ୍ଗୀରେ ।
ବାମେ ଟେକି ତେଣୁ ସେ ଧନୁ ଭାଙ୍ଗିଲି ମୁଁ ଧନ୍ୟ ତୋର ସଙ୍ଗରେ ।୧୭।
ବିନତିଗର୍ଭ ଭାରତୀ ଶୁଣି ଭଣି ପ୍ରୀତିମତି ମନୋହାରୀ ।
ବୃନ୍ଦାଅସୁରୀ ତୁଳସୀ କରୀ ହରି ଶିରେ ଘେନିଲାର ପରି ।
ବିଧୁ ମହେଶରୁ ବଡ଼ ତ ନୁହଇ ସେ ମୁକୁଟ କଲା ପ୍ରାୟେ ।
ବସୁଧାପରେ ଜନ୍ୟ ଧନ୍ୟ ସେ ରୁପେ ମୋଠାରେ ପ୍ରଭୁ ସଦୟେ ।୧୮।
ବୋଲାବୋଲି ହେଉଁ ସ୍ନେହ ବଚନ ସେ ବିଚିତ୍ର ରଜନୀ ମିଳି ।
ବିରଚାଇଲା ଯେ ରମଣୀରତନେ ଯତନେ ପୁରୁଷ କେଳି ।
ବାଜିଲା ରସନା ବାଦ୍ୟ ମରଦଳ ମଧ୍ୱେ ବ୍ରହ୍ମଶିରୀ ଦେଇ ।
ବୀଣାନାଦ ହୁଁ ହୁଁ କୃତ ଜାତ ବଶେ କଣ୍ଠ ନାରକ କରାଇ ।୧୯।
ବିଚଳିତ ରମ୍ଭା ଉରୁବଶୀ ରାମା ଚଞ୍ଚଳ ଶେଷ ଅଂଶୁକ ।
ବୃତ୍ର ଅନ୍ତକପରେ ତହିଁ ସନ୍ତକ କାଟିଲେ ଭୋଳ ରସିକ ।
ବିଭାବରୀ ଅନ୍ତ କଲେ ନିତ୍ୟକୃତ୍ୟ ଚିତ୍ରକୁଟ କେଳି ଶେଷ ।
ବିଂଶପଦେ ଛାନ୍ଦ ଉପଇନ୍ଦ୍ର ବୀରବର ରଚିବାରେ ତୋଷ ।୨୦।