ବାକ୍ୟ, ସମୂହାର୍ଥ ପ୍ରସ୍ତାବ, ଅଧ୍ୟାପକର ଦୂରଦେଶ ସ୍ଥିତି ଦେଶ, ଫେବୃଏରି ମାସ କାଳ, ଏହିମାନଙ୍କର ସମନ୍ଧ ଥିବାରୁ ବ୍ୟଙ୍ଗ୍ୟାର୍ଥଦ୍ୱାରା ଅନ୍ୟ ଏକଜଣ ମାଷ୍ଟର ନିଯୋଗ କରିବାର ବକ୍ତାର ଇଚ୍ଛା ଜଣାଯାଏ ।
ଛାତ୍ର ପ୍ରତି ଅଧ୍ୟାପକ, ହେ ରାମ ! ତୁମ୍ଭର ଅଙ୍ଗ ଧୂଳି ଧୂସର, ମୁଖ ଅତିଶୟ ମ୍ଳାନ, ଚକ୍ଷୁ ରକ୍ତବର୍ଣ୍ଣ ଏବଂଚ ଶ୍ୱାସ ପ୍ରଖର ହୋଇଅଛି; ଅତଏବ ତୁମ୍ଭେ ଗୃହକୁ ଯାଇଥିଲ; ଖେଳିବାକୁ ଯାଇନାହଁ । ଏଠାରେ ଧୂଳି ଧୂସରାଦି ବୋଧବ୍ୟ ଅର୍ଥ ବଶରୁ ଆର୍ଥୀ ବ୍ୟଞ୍ଜନା ଦ୍ୱାରା ଜଣାଗଲା ଯେ ତୁମ୍ଭେ ଖେଳିବାକୁ ଯାଇଥିଲ ବୋଲି ମାଷ୍ଟରଙ୍କର ଉଦ୍ଦେଶ୍ୟାର୍ଥ ବାକ୍ୟ ।
ଏକଜଣ ପୁରୁଷକୁ ଆଉ ଏକଜଣ ସ୍ତ୍ରୀ କହୁଅଛି, ଏହି ପ୍ରଦେଶରେ ବଳାକା ନିଶ୍ଚଳ ହୋଇ ପଦ୍ମ ପତ୍ରରେ ବସିଅଛି । ଏ ସ୍ଥଳରେ ବଳାକାର ନିଶ୍ଚଳତ୍ୱ ସମ୍ବନ୍ଧିରୁ ଲକ୍ଷଣାମୂଳା ବ୍ୟଞ୍ଜନା ଦ୍ୱାରା ଦେଶର ବିଜନତ୍ୱ ସହିତ ସଙ୍କେତ ସ୍ଥାନ ଜଣାଯାଏ, କାରଣ ଜନଗହଳ ହୋଇଥିଲେ କଦାଚ ବକ ନିଶ୍ଚଳ ହୋଇ ବସି ନଥାନ୍ତା ।
ବର୍ତ୍ତମାନ ପ୍ରାୟ ପରୀକ୍ଷା ଦେବାର ସମୟ ଉପସ୍ଥିତ ହୋଇଅଛି, ଏ ସମୟରେ ଅଧ୍ୟାପକ ନ ଆସିବେ ? ଏଠାରେ କାକୁ ଦ୍ୱାରା ଆସିବାର ବକ୍ତାର ଉଦ୍ଦେଶ୍ୟ ।
କେହି ଜଣେ ଗୁରୁଜନ ନିକଟରେ ଜୁଆ ଖେଳିବା ଅଭିପ୍ରାୟରେ ଅନ୍ୟ ଜଣକଠାରୁ ସେ ହାସ ସହିତ ହସ୍ତରେ ଧରିଥିବା ପଦ୍ମକୁ ନିମୀଳିତ କରିଦେଲା, ଏସ୍ଥଳରେ ପଦ୍ମ ନିମୀଳନାଦି ଚେଷ୍ଟାରୁ ରାତ୍ରିରେ ଦ୍ୟୂତ କ୍ରୀଡ଼ା କରିବାର ସଙ୍କେତ ଜଣାଗଲା । ପୁନଶ୍ଚ ଏହି ଆର୍ଥୀ ବ୍ୟଞ୍ଜନା ତିନି ପ୍ରକାର ଯଥା - ବାଚ୍ୟାର୍ଥ ବ୍ୟଞ୍ଜନା, ଲକ୍ଷାର୍ଥ ବ୍ୟଞ୍ଜନା, ବ୍ୟଙ୍ଗ୍ୟାର୍ଥ ବ୍ୟଞ୍ଜନା ।
ମହାଶୟ ଫେବୃଆରି ମାସ ଉପସ୍ଥିତ ହେଲା ଇତ୍ୟାଦି ।
ତୁମ୍ଭର ଅଙ୍ଗଧୂଳି ଧୂସର ହୋଇଅଛି ଇତ୍ୟାଦି ।
ଏହି ପ୍ରଦେଶରେ ବଳାକା ପଦ୍ମପତ୍ରରେ ନିଶ୍ଚଳ ହୋଇ ବସିଅଛି ।
ଶବ୍ଦ, ବ୍ୟଙ୍ଗ୍ୟାର୍ଥ କହିଲା ସମୟରେ ଅର୍ଥକୁ ଅପେକ୍ଷା କରେ । ଅର୍ଥ ବ୍ୟାଙ୍ଗ୍ୟାର୍ଥ