ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଛବି
ଶୃଙ୍ଖଳାବ୍ରତୀ ସହୃଦୟ ଶିକ୍ଷକ ନାରାୟଣ ପତି
ଅଧ୍ଯାପକ କରୁଣାକର ପରିଡା
ସାଧାରଣ ଭାବରେ କହିଲେ, ନାରାୟଣ ପତି ଥିଲେ ଜଣେ ଅସାଧାରଣ ଶିକ୍ଷକ। ପ୍ରଗାଢ କର୍ତ୍ତବ୍ଯନିଷ୍ଠା , ସମୟାନୁବର୍ତ୍ତିତା, ଶୃଙ୍ଖଳାଜ୍ଞାନ, ଛାତ୍ରବସ୍ଚଳତା, ସହକର୍ମୀମାନଙ୍କ ପ୍ରତି ସହୃଦୟତା ପ୍ରଭୃତି ଏକାଧାରରେ ତାଙ୍କଠାରେ ଠୁଳ ହୋଇଥିଲା। ସେ ରାଜ୍ଯର କେବଳ ଜଣେ ଅତୁଳନୀୟ ଗଣିତ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ନଥିଲେ, ସେ ଥିଲେ- ଜଣେ ଉଚ୍ଚକୋଟୀର ମଣିଷ, 'ନର ଦେହରେ ନାରାୟଣ।' ପ୍ରାଚୀନ ଭାରତୀୟ ସଂସ୍କୃତିରେ ଶିକ୍ଷକର ସ୍ଥାନ ଯେ ଈଶ୍ୱରଙ୍କ ପାଖାପାଖି, ତାହା ତାଙ୍କର କେତେକ କାମରୁ ବେଶ୍ ଜଣିହୁଏ। ସେ ଥିଲେ ଦୁଃଖ ସୁଖରେ ସଦା ଧୀର ଓ ଅବିଚଳିତ।
ରକ୍ତମାଂସର ମଣିଷ ହିସାବରେ ତାଙ୍କୁ ବ୍ଯକ୍ତିଗତ ଜୀବନର ଅତ୍ଯନ୍ତ ଦାରୁଣ ଘଟଣା ଥିଲା ପୁତ୍ରଶୋକ। ଏହି ଥିଲା, ଏକ ଅଘଟଣ। ସଜୋର ନିଷ୍ଠୁର ଦଇବର ଧକ୍କା। ସେ