କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଥ ଚମ୍ପୂ

ଉଇକିପାଠାଗାର‌ରୁ
କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଥ ଚମ୍ପୂ

ଥ ଚମ୍ପୂ
(ରାଗ ଝିଞ୍ଜୋଟି ବା ରାଗ ତୋଡ଼ିଜଙ୍ଗଲା)

ଥାପିରେ କହ ତଥାପିରେ ପ୍ରିୟସଖି, ଥିବି କି ଛାଡ଼ିବି ପ୍ରାଣ ।ପଦ।
ଥିଲା ପରି ସ୍ନେହ, ଲାଗିଲା କି କହ, ଅଛିଟି ତୋତେ ମୋ ରାଣ ।୧।
ଥକାଇ ତୁ କହୁ, କହୁ ଧୃତି ରହୁ, ନାହିଁଟି ମୋହର ଜାଣ ।୨।
ଥୋକାଏ ତୋ ପ୍ରୀତି-ବିଧିକି ସମ୍ମତି, କଲେ କି[୧] ମୋ ପରିତ୍ରାଣ ।୩।
ଥରେ ହେଲେ ବିକି, ହେବି ମୋତେ ନିକି, ବଞ୍ଚାଇବ ପଞ୍ଚବାଣ ।୪।
ଥୋଇ ହୃଦେ ଛଳ, ନ କର ବିକଳ, କହେ ଅଷ୍ଟଦୁର୍ଗରାଣ ।୫।

[୧]-ବା ‘ନ କଲେ’