ମଣି ବିମାନେ ଗୋବିନ୍ଦ

ଉଇକିପାଠାଗାର‌ରୁ
ମଣି ବିମାନେ ଗୋବିନ୍ଦ
ଲେଖକ/କବି: ବନମାଳୀ ଦାସ

ମଣି ବିମାନେ ଗୋବିନ୍ଦ
ରାଗ ଶଙ୍କରାଭରଣ, ତାଳ ଖେମଟା


ମଣି ବିମାନେ ଗୋବିନ୍ଦ
ଚଉପାଶେ ଘେରିଛନ୍ତି ସହଚରୀ ବୃନ୍ଦ । ଘୋଷା ।

ନିର୍ମଳ ଚନ୍ଦ୍ର ବଦନ ଆହା କି ପସନ୍ଦ
ତେରଛ ଚାହାଁଣି ତୁଲେ ହାସ ମନ୍ଦ ମନ୍ଦ । ୧ ।

ସଙ୍ଗରେ ପଞ୍ଚପାଣ୍ଡବ ଲଭନ୍ତି ଆନନ୍ଦ
ପଟୁଆରୀ ନିଯୋଗେ ଗାଆନ୍ତି ଗୀତ ଛନ୍ଦ । ୨ ।

ମନ୍ତ୍ରୀପଦେ ଲୋକନାଥ ଦେବ ସଦାନନ୍ଦ
କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ । ୩ ।

ବଡ଼ଦାଣ୍ଡ ଉଛୁଳଇ ଗହଗହ ନାଦ
ଶଙ୍ଖଭେରୀ ତୂରୀ ଘଣ୍ଟା କାହାଳି ଶବଦ । ୪ ।

ବୋଲେ ବନମାଳୀ ଧ୍ୟାୟୀ ଚରଣାରବିନ୍ଦ
ଚାପକୁ ବିଜୟେ ଆହା ଗୋପୀ-ହୃଦ-ଚାନ୍ଦ । ୫ ।