ମଣି ବିମାନେ ଗୋବିନ୍ଦ
ଦେଖଣା
←ସଙ୍ଗିନୀରେ ଚାହାଁ | ମଣି ବିମାନେ ଗୋବିନ୍ଦ ଲେଖକ/କବି: |
ଆଗୋ ଦୂତୀ! ଆଜ ରାତି→ |
ମଣି ବିମାନେ ଗୋବିନ୍ଦ
ରାଗ ଶଙ୍କରାଭରଣ, ତାଳ ଖେମଟା
ମଣି ବିମାନେ ଗୋବିନ୍ଦ
ଚଉପାଶେ ଘେରିଛନ୍ତି ସହଚରୀ ବୃନ୍ଦ । ଘୋଷା ।
ନିର୍ମଳ ଚନ୍ଦ୍ର ବଦନ ଆହା କି ପସନ୍ଦ
ତେରଛ ଚାହାଁଣି ତୁଲେ ହାସ ମନ୍ଦ ମନ୍ଦ । ୧ ।
ସଙ୍ଗରେ ପଞ୍ଚପାଣ୍ଡବ ଲଭନ୍ତି ଆନନ୍ଦ
ପଟୁଆରୀ ନିଯୋଗେ ଗାଆନ୍ତି ଗୀତ ଛନ୍ଦ । ୨ ।
ମନ୍ତ୍ରୀପଦେ ଲୋକନାଥ ଦେବ ସଦାନନ୍ଦ
କରନ୍ତି ସକଳ ନିର୍ଭା ସେ ସଭା ସମ୍ପଦ । ୩ ।
ବଡ଼ଦାଣ୍ଡ ଉଛୁଳଇ ଗହଗହ ନାଦ
ଶଙ୍ଖଭେରୀ ତୂରୀ ଘଣ୍ଟା କାହାଳି ଶବଦ । ୪ ।
ବୋଲେ ବନମାଳୀ ଧ୍ୟାୟୀ ଚରଣାରବିନ୍ଦ
ଚାପକୁ ବିଜୟେ ଆହା ଗୋପୀ-ହୃଦ-ଚାନ୍ଦ । ୫ ।