ପୃଷ୍ଠା:Bali Trutiya Brata.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୩
ବ୍ରତାବଳୀ

ଚିନ୍ତାକରି ହୋଇଲେ ଦୁଃଖିତ ॥
କାହାକୁ ଏକନ୍ୟା ଦେବୀ ଚିନ୍ତା କଲେ ବସି ।
ଆସି ଉପସ୍ଥିତ ହେଲେ ନାରଦ ମହର୍ଷି ॥
ଅର୍ଘ୍ୟାଦି ଦେଇଣ ତାଙ୍କୁ ପୂଜି ହିମାଳୟ ।
ଭକ୍ତିଭରେ ପଚାରିଲେ ପ୍ରକାଶି ବିଜୟ ।
ଆସିବା କାରଣ କହହେ ମୁନିପୁଙ୍ଗବ ।
ଭାଗ୍ୟବଶେ ଗଢ଼ିଅଛ ମଦୀୟ ଗୌରବ ॥
ଭାଷିଲେ ନାରଦ ଶୁଣ ନାଗକୁଳ ସାଇଁ ।
ପଠାଇଲେ ବିଷ୍ଣୁ ମୋତେ ତବ କନ୍ୟା ପାଇଁ |
କନ୍ୟା ଦାନକର ଯୋଗ୍ୟପାତ୍ର ବାସୁଦେବ ।
ତାଙ୍କସରି ନାହିଁ ଶିବ ବ୍ରହ୍ମା ଆଦିଦେବ ।
ଅନୁରୂପ ବରେ ହେଉ କନ୍ୟା ରତ୍ନଦାନ ।
ମୋ ମତରେ ଏଥିପାଇଁ ଚିନ୍ତାର କାରଣ ॥
ହିମାଳୟ କହନ୍ତି ହେ ଦେବ ଋଷିବର ।
ତେବେ ପ୍ରାର୍ଥୀ ହେଲେ ବିଷ୍ଣୁ ସମ୍ମତି ଆମ୍ଭର ।
କନ୍ୟା ଦେବି ସତକଲି ନୋହିବ ସେ ଆନ ।
ଯହିଁରେ ମଧ୍ୟସ୍ଥ ହୋଇ ଆସିଛ ଆପଣ ॥
ଶୁଣି ହର୍ଷେ ମୁନି ବିଷ୍ଣୁ ନିକେତନ ଗଲେ ।
ନତଶିରେ ଶଙ୍ଖଚକ୍ର ଧରେ ପ୍ରଣମିଲେ ॥
କରଯୋଡ଼ି ନିବେଦନ କଲେ ଋଷିବର ।
ବିବାହର ଆୟୋଜନ କର ଦାମୋଦର ॥
ଯୋଗୀନ୍ଦ୍ର ନାରଦ ଏକା କରି ନିବେଦନ ।