ପୃଷ୍ଠା:Bali Trutiya Brata.pdf/୬

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ବ୍ରତାବଳୀ

୮୩

ଚିନ୍ତାକରି ହୋଇଲେ ଦୁଃଖିତ । କାହାକୁ ଏକନ୍ୟା ଦେବୀ ଚିନ୍ତା କଲେ ବସି । ଆସି ଉପସ୍ଥିତ ହେଲେ ନାରଦ ମହର୍ଷି ।। ଅର୍ଘ୍ୟାଦି ଦେଇଣ ତାଙ୍କୁ ପୂଜି ହିମାଳୟ । ଭକ୍ତିଭରେ ପଚାରିଲେ ପ୍ରକାଶି ବିଜୟ । ଆସିବା କାରଣ କହହେ ମୁନିପୁଙ୍ଗବ । ଭାଗ୍ୟବଶେ ଗଢ଼ିଅଛ ମଦୀୟ ଗୌରବ ।। ଭାଷିଲେ ନାରଦ ଶୁଣ ନାଗକୁଳ ସାଇଁ । ପଠାଇଲେ ବିଷ୍ଣୁ ମୋତେ ତବ କନ୍ୟା ପାଇଁ | କନ୍ୟା ଦାନକର ଯୋଗ୍ୟପାତ୍ର ବାସୁଦେବ । ତାଙ୍କସରି ନାହିଁ ଶିବ ବ୍ରହ୍ମା ଆଦିଦେବ । ଅନୁରୂପ ବରେ ହେଉ କନ୍ୟା ରତ୍ନଦାନ । ମୋ ମତରେ ଏଥିପାଇଁ ଚିନ୍ତାର କାରଣ ।। ହିମାଳୟ କହନ୍ତି ହେ ଦେବ ଋଷିବର । ତେବେ ପ୍ରାର୍ଥୀ ହେଲେ ବିଷ୍ଣୁ ସମ୍ମତି ଆମ୍ଭର । କନ୍ୟା ଦେବି ସତକଲି ନୋହିବ ସେ ଆନ । ଯହିଁରେ ମଧ୍ୟସ୍ଥ ହୋଇ ଆସିଛ ଆପଣ ।। ଶୁଣି ହର୍ଷେ ମୁନି ବିଷ୍ଣୁ ନିକେତନ ଗଲେ । ନତଶିରେ ଶଙ୍ଖଚଵ ଧରେ ପ୍ରଣମିଲେ ।। କରଯୋଡ଼ି ନିବେଦନ କଲେ ଋଷିବର । ବିବାହର ଆୟୋଜନ କର ଦାମୋଦର ।। ଯୋଗୀନ୍ଦ୍ର ନାରଦ ଏକା କରି ନିବେଦନ ।