ପୃଷ୍ଠା:Bali Trutiya Brata.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୮୮
ବାଲିତୃତୀୟା ବା ତୀଜବ୍ରତ

ଚିତ୍ତେ ପୂଜାରେ ଏମନ୍ତ ଉଚ୍ଚାରିବ ॥
ସର୍ବମଙ୍ଗଳା ସହିତେ ଶିବଙ୍କୁ ପ୍ରଣାମ ।
ଶିବେ ସର୍ବଦାତ୍ରୀ ଶିବରୂପେ ନମୋ ନମୋଃ ॥
ଭବସାଗରେ ପଡ଼ି ମୁଁ କରୁଛି ଦଇନି ।
ଏ ମନ୍ତ୍ରେ ପୂଜିବ ଈଶ୍ୱର ପାର୍ବତୀ ।
ଭକ୍ତିରେ ଶୁଣିବ କଥା ହୋଇ ଏକମତି ॥
ପାଠକ ଦ୍ୱିଜକୁ ଦେବା ବହୁବିଧ ଦାନ ।
ଧନରତ୍ନ ଧେନୁ ସୁନା ଆବର ବସନ ॥
ସର୍ବ କାମପ୍ରଦ ବ୍ରତ କରେ ଯେଉଁ ନାରୀ ।
ନିଃସନ୍ଦେହେ ସାତ ଜନ୍ମେ ପାପ ହୋଏ ପାରି ॥
ତୃତୀୟାରେ ଯେଉଁ ନାରୀ ଆହାର କରଇ ।
ସାତଜନ୍ମଯାଏ ଦୁଃଖ ବୈଧବ୍ୟ ଲଭଇ ॥
ଦରିଦ୍ର ହତଭାଗିନୀ ଦୁଃଖ ପୁତ୍ର ଶୋକେ ।
ଉପବାସ ବିନା ନାରୀ ପଡ଼ଇ ନରକେ ॥
ଇହଲୋକେ ଘୋର କଷ୍ଟ ଲଭଇ କାମିନୀ ।
ନକର ସନ୍ଦେହ ଏଥି ସେ ମନ୍ଦ ଭାଗିନୀ ॥
ଧେନୁ ମୃତ୍ତିକା, ଭାଜନ ସୁନା ପତ୍ରମାନ ।
ବିପ୍ର ହୋଇ ଅନନ୍ତର କରିବା ପାଳନ ॥
ଏମନ୍ତ ବିଧାନେ ଯେଉଁ ନାରୀ କରେ ବ୍ରତ ।
ଲଭିବ ନିଶ୍ଚେ ମୋର ସମାନରେ କାନ୍ତ ॥
ବିନାଶ କାଳେ