ପୃଷ୍ଠା:Bali Trutiya Brata.pdf/୧୧

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୮୮

ବାଲିତୃତୀୟା ବା ତୀଜବ୍ରତ

ଚିତ୍ତେ ପୂଜାରେ ଏମନ୍ତ ଉଚ୍ଚାରିବ ।।
ସର୍ବମଙ୍ଗଳା ସହିତେ ଶିବଙ୍କୁ ପ୍ରଣାମ ।
ଶିବେ ସର୍ବଦାତ୍ରୀ ଶିବରୂପେ ନମୋ ନମୋଃ ।।
ଭବସାଗରେ ପଡ଼ି ମୁଁ କରୁଛି ଦଇନି ।
ଏ ମନ୍ତ୍ରେ ପୂଜିବ ଈଶ୍ୱର ପାର୍ବତୀ ।
ଭକ୍ତିରେ ଶୁଣିବ କଥା ହୋଇ ଏକମତି ।।
ପାଠକ ଦ୍ୱିଜକୁ ଦେବା ବହୁବିଧ ଦାନ ।
ଧନରତ୍ନ ଧେନୁ ସୁନା ଆବର ବସନ ।।
ସର୍ବ କାମପ୍ରଦ ବ୍ରତ କରେ ଯେଉଁ ନାରୀ ।
ନିଃସନ୍ଦେହେ ସାତ ଜନ୍ମେ ପାପ ହୋଏ ପାରି ।।
ତୃତୀୟାରେ ଯେଉଁ ନାରୀ ଆହାର କରଇ ।
ସାତଜନ୍ମଯାଏ ଦୁଃଖ ବୈଧବ୍ୟ ଲଭଇ ।।
ଦରିଦ୍ର ହତଭାଗିନୀ ଦୁଃଖ ପୁତ୍ର ଶୋକେ ।
ଉପବାସ ବିନା ନାରୀ ପଡ଼ଇ ନରକେ ।।
ଇହଲୋକେ ଘୋର କଷ୍ଟ ଲଭଇ କାମନୀ ।
ନକର ସନ୍ଦେହ ଏଥି ସେ ମନ୍ଦ ଭାଗିନୀ ।।
ଧେନୁ ମୃତ୍ତିକା, ଭାଜନ ସୁନା ପତ୍ରମାନ ।
ବିପ୍ର ହୋଇ ଅନନ୍ତର କରିବା ପାଳନ ।।
ଏମନ୍ତ ବିଧାନେ ଯେଉଁ ନାରୀ କରେ ବ୍ରତ ।
ଲଭିବ ନିଶ୍ଚେ ମୋର ସମାନରେ କାନ୍ତ ।।
ବିନାଶ କାଳେ