ଆମ ଦେହ/ପରିପାକ ଯନ୍ତ୍ର
←ମାଂସପେଶୀ ଓ ଚର୍ବି | ଆମ ଦେହ ଲେଖକ/କବି: ପରିପାକ ଯନ୍ତ୍ର |
ରକ୍ତ→ |
ପରିପାକ ଯନ୍ତ୍ର
ଆମେ ଭାତ, ଡ଼ାଲି, ତରକାରୀ ଆଦି ଅନେକ ପ୍ରକାର ଜିନିଷ ଖାଉଁ, ଅଥଚ ଦେହର କୌଣସି ଜାଗା କଟିଗଲେ ସେଠାରେ ସେ ସବୁ ଜିନିଷର କିଛି ପତ୍ତା ମିଳେ ନାହିଁ, କେବଳ ରକ୍ତ ବୁହେ । ଦେହକୁ ଟିକି ଟିକି କରି କାଟିଲେ ବି ଏ ସବୁର ସତ୍ତା ମିଳିବ ନାହିଁ । ଅଥଚ ଏହି ଭାତ, ଡାଲି, ତରକାରୀ ଆଦି ଖାଇବାଦ୍ୱାରା ଆମର ବଳ ହେଉଛି, ଦେହର କ୍ଷତିପୂରଣ ହେଉଛି ଓ ଦେହ ବଢ଼ୁଛି । ଦେହକୁ କାଟିଲେ ଖାଇଥିବା ଭାତ, ଡ଼ାଲି, ତରକାରୀ ଆଦି ମିଳେ ନାହିଁ ସତ, କିନ୍ତୁ କାହାର ସାର ରକ୍ତ ସଙ୍ଗେ ମିଶି ରହିଥାଏ, ଆଉ ରକ୍ତ ଦେହର ଚାରିଆଡ଼କୁ ଯାଏ । ଖାଦ୍ୟରୁ କିପରି ସାର ବାହାରେ ଓ ସେ ସାର କିପରି ରକ୍ତ ସଙ୍ଗେ ମିଶେ, ସେ କଥା ତଳେ କୁହାଗଲା ।
ଖାଦ୍ୟ ଜିନିଷ ଖାଇଦେବା ପରେ ଆସ୍ତେ ଆସ୍ତେ ବଦଳିବାକୁ ଲାଗେ ଓ ଶେଷରେ ତାହାର ସାର ବାହାରି ରକ୍ତରେ ମିଶେ ଏବଂ ଖଦଡ଼ା ଅଂଶତକ ମଳ ହୋଇ ଦେହରୁ ବାହାରିଯାଏ । ଖାଦ୍ୟରୁ ସାର ବାହାରି ରକ୍ତରେ ମିଶିବାକୁ ଜୀର୍ଣ୍ଣ ବା ହଜମ ହେବା କହନ୍ତି । ପାଣିରେ ମଇଦା ଗୋଳିଦେଲେ ତାହା ଗୋଳି ହୋଇଯାଏ, କିନ୍ତୁ ସେହି ମଇଦାଗୋଳା ପାଣିକୁ ଟିକିଏ ସ୍ଥିରଭାବରେ ରଖିଦେଲେ ମଇଦାତକ ପାଣି ତଳକୁ ବସିଯାଏ କମ୍ବା ଛାଣିଦେଲେ ଛାଣି ହୋଇଯାଏ କିନ୍ତୁ ଲୁଣକୁ ପାଣିରେ ଗୋଳିଦେଲେ ତାହା ଏକାବେଳକେ ପାଣି ସଙ୍ଗେ ମିଶିଯାଏ । ସ୍ଥିରଭାବରେ ରଖିଲେ କମ୍ବା ଛାଣିଲେ ତହିଁରୁ ଲୁଣ ଅଲଗା ହୋଇ ପାରେ ନାହିଁ । ଭାତ, ଡାଲି, ତରକାରୀ ଆଦିକୁ ପାଣିରେ ଚକଟିଲେ ତାହା ମଇଦା ଗୋଳିହେଲା ପରି ଗୋଳି ହୋଇଯାଇ ପାରିବ, ଲୁଣ ମିଶିଗଲା ପରି ପାଣି ସଙ୍ଗେ ଏକାବେଳେ ମିଶିଯିବ ନାହିଁ । ସେ ସବୁ ଜିନିଷ ପାଣି ସଙ୍ଗେ ନ ମିଶିଲା ଯାଏ ରକ୍ତରେ ମିଶିବା ଅସମ୍ଭବ । ଏ ହେତୁରୁ ଖାଦ୍ୟ ପେଟ ଭିତରେ ଆସ୍ତେ ଆସ୍ତେ ବଦଳିବାକୁ ଲାଗେ ଓ ତାର ସାରତକ ବାହାରି ଶେଷରେ ତହିଁର କେତେକ ଅଂଶ ଏପରି ହୋଇଯାଏ ଯେ, ଜଳରେ ଲୁଣ ମିଳିଗଲା ପରି ତାହା ପେଟ ଓ ଅନ୍ତରେ ଥିବା ଖାଦ୍ୟର ଜଳଭାଗ ସଙ୍ଗେ ମିଶିଯାଏ । ଏହି ସାରମିଶା ଜଳ ଶୋଷି ହୋଇ ରକ୍ତରେ ମିଶେ ଓ ଖଦଡ଼ାତକ ମଳ ପାଲଟିଯାଇ ମଳଦ୍ୱାରବାଟେ ଦେହରୁ ବାହାରି ଯାଏ ।
ପାଟିଠାରୁ ମଳଦ୍ୱାର ଯାଏ ଦେହ ଭିତରେ ଭିତରେ ଗୋଟିଏ ନଳ ଯାଇଛି । ଏହାକୁ ମହାସ୍ରୋତ (Alimentary Canal) କହନ୍ତି । ଏହି ନଳବାଟେ ଖାଦ୍ୟ ଯାଏ ଓ ଯାଉ ଯାଉ ବାଟରେ ଆସ୍ତେ ଆସ୍ତେ ହଜମ ହୁଏ । ମହାସ୍ରୋତ ଫୁଙ୍କନଳ ପରି ସିଧା ସଳଖ ନୁହେ । ମୁହଁଠାରୁ ମଳଦ୍ୱାର ପର୍ଯ୍ୟନ୍ତ ଦେଖିବାକୁ ଦୁଇଫୁଟ କିମ୍ବା ଅଢ଼େଇ ଫୁଟ ସତ କିନ୍ତୁ ଏ ନଳ ଏତେ ମୋଡ଼ି ମୋଡି ହୋଇ ଯାଇଛି ଯେ ପାଟିଠାରୁ ମଳଦ୍ୱାର ଯାଏ ଏହା ଲମ୍ବରେ ପ୍ରାୟ ୨୮ ଫୁଟ ହେବ । ଖାଲି ଆଙ୍କ ବାଙ୍କ ନୁହେ, ସେଥିରେ ପୁଣି ବହୁତ ନବରଙ୍ଗ ଅଛି । କେଉଁଠାରେ ନଳଟି ଠିକ ସିଧା ଫୁଙ୍କନଳ ପରି, ଆଉ କେଉଁଠାରେ ଥଳି ପରି ଖୁବ ଓସାରିଆ, କେଉଁଠି ଚିପି ହୋଇ ଏକାବେଳେ ସରୁ ହୋଇ ଯାଇଛି, ଆଉ କେଉଁଠି ଫୁଲି ଉଠିଛି । ଏହା ଦେହରେ ମଧ୍ୟ ବହୁତ ବହୁତ କଳ କାରଖାନା ଅଛି । ଚିନି କାରଖାନା, ଲବଣ ଦ୍ରାବକ (Hydrochloric Acid) କାରଖାନା, ସାବୁନ କାରଖାନା ଆଦି କେତେ କଣ ଅଛି । କହିବାକୁ ଗଲେ ସେ ନଳଟା ଗୋଟାଏ ରାଜ୍ୟ ।
ପାଟି ହେଲା ମହାସ୍ରୋତର ଆରମ୍ଭ । ସେଠାରେ ଆମେ ଖାଦ୍ୟ ଭୁଞ୍ଜାଇ ଦେଉ । ଖାଦ୍ୟ ମୁହଁକୁ ଗଲାକ୍ଷଣି ଦାନ୍ତର କାମ ଆରମ୍ଭ ହୁଏ । ଦାନ୍ତ ସବୁ ଏପରି ଗଢ଼ା ଯେ ତହିଁରୁ କିଏ ଖାଦ୍ୟକୁ ଜାବି ଧରିଲେ ଆଉ କିଏ ଖାଦ୍ୟର ବଡ଼ ବଡ଼ ଖଣ୍ଡକୁ ଟିକି ଟିକି କରି କାଟି ଦିଏ, କିଏ ଅବା ତାକୁ ପେଷି ଚୂନା କରିଦିଏ । ପ୍ରତ୍ୟେକ ପାଟିରେ ୧୬ଟି କରି ଦୁଇପାଟିରେ ୩୨ଟି ଦାନ୍ତ ଆମର ଅଛି । ପିଲାଦିନେ ୧oଟି କରି ୨ ପାଟିରେ ୨୦୫ ଦାନ୍ତ ଥାଏ । ଦୁଧଦାନ୍ତ ପଡ଼ିଗଲେ ଅସଲ ଦାନ୍ତ ଉଠେ । ଦାନ୍ତ ଭିତରୁ ଛାମୁଦାନ୍ତ ଖାଦ୍ୟକୁ ଟିକି ଟିକି କରି ଦିଏ ଓ ସେ ସବୁକୁ କଳଦାନ୍ତ ପେଷି ଗୁଣ୍ଡ କରି ଦିଏ । ଦାନ୍ତ ପାଇଁ ତଳ ଓ ଉପର ପାଟିରେ ଥିବା ହାଡ଼ ଦେହରେ ଖୋପ ଅଛି । ଏହି ଖୋପରେ ଦାନ୍ତମୂଳ ପଶି ସିମେଣ୍ଟ ମାଟି ଭଳିଆ ଏକପ୍ରକାର ଜିନିଷରେ ଖୁବ୍ ଜୋରରେ ଅଣ୍ଟା ହୋଇଥାଏ । ଏ ହେତୁରୁ ଦାନ୍ତ ଖସିପଡ଼େ ନାହିଁ । ଦାନ୍ତର ଯେଉଁ ଅଂଶ ବାହାରକୁ ଦେଖାଯାଏ, ତାକୁ ମୁକୁଟ (ଛତି, Crown) କହନ୍ତି । ଏଥିରେ ଆମେ ଚୋବାଉଁ । ଦାନ୍ତ ଶଙ୍ଖ ବା କଉଡ଼ି ଭଳିଆ ଏକପ୍ରକାର ଜିନିଷରେ ଗଢ଼ା, କିନ୍ତୁ ମୁକୁଟ ଉପରେ ଏକ ପ୍ରକାର ଶକ୍ତି ପାଲିସ ଚକଚକିଆ ଆବରଣ ଅଛି । ଏହାକୁ ମୀନା (Enamel) କହନ୍ତି । ଏହି ମୀନା ଯୋଗରୁ ଦାନ୍ତ ଏତେ ଟାଣ ଓ ଏତେ ଚକଚକିଆ ଦିଶେ । ଦାନ୍ତ ଭିତରେ ଗୋଟିଏ ଲେଖାଏଁ ସରୁ ଗାତ ଅଛି । ତାହା ଭିତରେ ନାଡ଼ୀ ଓ ରକ୍ତ ଯୋଗାଇବା ପାଇଁ ଧମନୀ ରହିଛି ।ପାଟିଠାରୁ ପାକସ୍ଥଳୀ ଆଡ଼କୁ ଖାଦ୍ୟ ଓ ନାକଠାରୁ ଫୁସ୍ଫୁସ୍ ଆଡ଼କୁ ପବନ କେଉଁ ଭାବରେ ଯାଏ ତାହା ଏହି ଚିତ୍ରରୁ ଜଣାଯାଏ । ଦାନ୍ତ ଢେଙ୍କି ପରି କାମ କରେ, ଆଉ ଜିଭ ସୁଙ୍ଖେଇ ଦିଏ । ଟିକିଏ ଖଦଡ଼ା ରହିଲେ ଜିଭ ତାହା ଜାଣି ପାରି ପୁଣି ଚୂନା ହେବା ପାଇଁ ଦାନ୍ତ ଉପରକୁ ଠେଲିଦିଏ । ସ୍ୱାଦ ବାରିବା କ୍ଷମତା ଜିଭର ଅଛି; ତେଣୁ କିଛି ଖରାପ ଜିନିଷ ଦେଖିଲେ ତାକୁ ଥୁ ଥୁ କରି ଫିଙ୍ଗି ଦିଏ ।
ଦାନ୍ତଦ୍ୱାରା ଖାଦ୍ୟ ଚୂନା ହେବା ସଙ୍ଗେ ସଙ୍ଗେ ତାହା ଏକପ୍ରକାର ଲାଲ ସଙ୍ଗେ ମିଶି ପିଠଉ ପରି ହୋଇଯିବାରୁ ସହଜରେ ଗିଳି ହୋଇଯାଏ; ଆଉ ଏହି ଲାଳ ଖାଦ୍ୟ ସଙ୍ଗେ ମିଶି ତହିଁରେ ଥିବା ଚିନିଜାତୀୟ ଖାଦ୍ୟକୁ କେତେକ ପରିମାଣରେ ବଦଳାଇ ଦିଏ ।
ଆମ ଦେହରେ କେତେଗୁଡ଼ିଏ ଯନ୍ତ୍ର ଅଛି, ତାକୁ ଗ୍ରନ୍ଥି ( Glands ) କହନ୍ତି । ରକ୍ତରୁ ଭିନ୍ନ ଭିନ୍ନ ପ୍ରକାର ଉପାଦାନ ନେଇ ଏମାନେ ଭିନ୍ନ ଭିନ୍ନ ପ୍ରକାର ରସ ତିଆରି କରନ୍ତି । ଏହି ରସ ଭିତରୁ କେତେକ ଆମ ଉପକାରରେ ଲାଗେ, ଆଉ କେତେକ ଦେହ ପକ୍ଷରେ ଅପକାରୀ, ତେଣୁ ତାହା ମଇଳାରୂପରେ ବାହାରି ଯାଏ । ଯେଉଁ ଗ୍ରନ୍ଥି ଉପକାରୀ ରସ ତିଆରି କରେ, ତାକୁ ସେଚକ ଗ୍ରନ୍ଥି (Secreting Gland) ଓ ଯାହା ଅପବାରୀ ମଇଳା ବାହାର କରିଦିଏ, ତାକୁ ରେଚକ ଗ୍ରନ୍ଥି (Excreting Gland) କହନ୍ତି । ପାଟି ଭିତର ଲାଳ ତିଆରି ହେବା ପାଇଁ କାନ ମୂଳରେ, ଜିଭ ତଳେ ଓ ତଳପାଟି କଣରେ ଯୋଡ଼ିଏ ଲେଖାଏଁ ମୋଟରେ ତିନି ଯୋଡ଼ା ସେଚକ ଗ୍ରନ୍ଥି ଅଛି । ଏଥିରେ ଲାଳ ତିଆରି ହୋଇ ଛୋଟ ଛୋଟ ନଳିବାଟେ ଆସି ପାଟିରେ ଖାଦ୍ୟ ସଙ୍ଗେ ମିଶେ । ଦାନ୍ତରେ ପେଷି ହୋଇ ଲାଳ ସଙ୍ଗେ ମିଶି ଖାଦ୍ୟ ପିଠାଉ ପରି ହୋଇଗଲେ ତାହା ଗିଳି ହୋଇଯାଏ । ଗିଳିବାଟା ଗୋଟାଏ ବଡ଼ କଥା । ଏଥିରେ ନିମିଷକେ ଯେତେ ଯେତେ କାମ ହୋଇଯାଏ ତାହା ବାସ୍ତବିକ ଆଶ୍ଚର୍ଯ୍ୟଜନକ । ଗିଳିଲା ବେଳେ ଖାଇବା ଜିନିଷ ପାଟିରୁ ଗଳକକ୍ଷ (Pharynx) କୁ ଯାଏ । ଏହି ଗଳକକ୍ଷ ଗୋଟିଏ ବାକସ୍ ପରି । ଏହା ଆଗରେ ହେଉଛି ପାଟି । ପାଟି ଛଡ଼ା ନଶ୍ୱାସ ଯିବା ବାଟ ନାସାରନ୍ଧ୍ର ମଧ୍ୟ ଏହାର ଆଗପଟେ ଫିଟିଛି । ପାଟି ଓ ନାସାରନ୍ଧ୍ର ମଝିରେ ବ୍ୟବଧାନ ତାଳୁ ଓ ଘଣ୍ଟିକା । ଗଳକକ୍ଷର ଦୁଇକରରେ ଦୁଇଟି କର୍ଣ୍ଣନଳୀ (Eustachian Tube) ଫିଟିଛି । ତଳପଟେ ଆଗପଛ ହୋଇ ଦୁଇଟି ବାଟ ଅଛି । ଆଗବାଟରେ ନିଃଶ୍ୱାସ ପବନ ଫୁସ୍ଫୁସ୍କୁ ଯାଏ । ଏହାକୁ ଶ୍ୱାସନଳୀ (Trachea) କହନ୍ତି । ପଛଟିରେ ପାକସ୍ଥଳୀକୁ ଖାଦ୍ୟ ଯାଏ । ଏହାକୁ ଅନ୍ତନାଳୀ (Oesophagus) କହନ୍ତି । ଏତେ ବାଟ ଥାଇ ସୁଦ୍ଧା ଖାଇବା ଜିନିଷ ଠିକ୍ ଏହି ଅନ୍ତନାଳୀ ବାଟରେ ପାକସ୍ଥଳୀକୁ ଯାଏ; କେବେହେଲେ ପବନ ଯିବା ବାଟରେ ପଶିଯାଏ ନାହିଁ ।
ଖାଦ୍ୟ ଅନ୍ତ୍ରନାଳୀକୁ ଯିବାବେଳେ ତାଳୁ ନାକର ବାଟ ବନ୍ଦ କରିଦିଏ । ତେଣୁ ଖାଦ୍ୟ ନାକ ଭିତରକୁ ମଧ୍ୟ ପଶି ପାରେ ନାହିଁ । ଏହପରି ଖାଦ୍ୟ ଗଳକକ୍ଷ ବାଟ ଦେଇ ଅନ୍ନନାଳୀକୁ ଆସେ । ଜିଭ ମୂଳକୁ ଲାଗିକରି ଅଧିଜିହ୍ୱା (Epiglottis) ବୋଲି ଗୋଟିଏ ପରଦାକୃତି ଅଙ୍ଗ ଅଛି ।
ଅନ୍ନନାଳୀ ୯ ଇଞ୍ଚ ଲମ୍ବର ଗୋଟିଏ ସରୁ ନଳୀ । ଏହା ଗଳକକ୍ଷରୁ ବାହାରି ଶ୍ୱାସନଳୀ ପଛ ଦେଇ ମଧ୍ୟଚ୍ଛଦା ପେଶୀ (Diaphragm) ଭେଦ କରି ପାକସ୍ଥଳୀ ସଙ୍ଗେ ମିଳିଅଛି । ଏହି ନଳୀରେ ଖାଦ୍ୟ ପହଞ୍ଚିଲା ମାତ୍ରେ ତାର ଆର ମେଲା ହୋଇଯାଏ ଓ ଖାଦ୍ୟ ରହିଥିବା ଜାଗା ଚିପି ହୋଇଯାଏ, ତେଣୁ ଖାଦ୍ୟ ଠେଲିହୋଇ ଆଗକୁ ଚାଲିଯାଏ । ଏହିପରି ଯାଇ ଖାଦ୍ୟ ପାକସ୍ଥଳୀରେ ପହଞ୍ଚେ । ଅନ୍ନନାଳୀ କିମ୍ବା ଅନ୍ତରେ, ଖାଦ୍ୟ ଏହିପରି ଠେଲିହୋଇ ଯିବାକୁ କୃମିଗତି (Peristalsis) କହନ୍ତି ।
ଖାଦ୍ୟ ଜିନିଷ ପାଚକ ରସ ସଙ୍ଗେ ମିଶି ପାକସ୍ଥଳୀରେ ମନ୍ଥି ହେଲା ବେଳେ ତାହାର ଦୁଇଟିଯାକ ମୁହଁ ବନ୍ଦ ହୋଇଥାଏ, ତେଣୁ ଖାଦ୍ୟ ଜିନିଷ ଅନ୍ନନାଳୀକୁ ଫେରି ଆସି ପାରେ ନାହିଁ କିମ୍ବା ଅନ୍ତକୁ ଚାଲିଯାଏ ନାହିଁ । ପାକସ୍ଥଳୀରୁ ଯେଉଁଠାରୁ ଅନ୍ତ ବାହାରିଛି, ସେଠା ବଟୁଆମୁହଁ ପରି (Pyloric Sphinctor) ସଦାବେଳେ ବନ୍ଦ ଥାଏ । ପାକସ୍ଥଳୀ ଭିତରେ ଖାଦ୍ୟ ପାଚକରସ ସଙ୍ଗେ ଭଲରୂପେ ମିଶି ମନ୍ଥି ହୋଇଗଲେ ତାହା ଲବଣଦ୍ରାବକ ଯୋଗେ ଖଟାଳିଆ ହୋଇଯାଏ ଓ ଏହି ଖଟାଳିଆ ଜିନିଷ ସେହି ବଟୁଆମୁହଁ ପରି ବନ୍ଦ ଥିବା ବାଟରେ ବାଜିଲାକ୍ଷଣି କେଳାଙ୍କ କୁହୁକ ପରି ତାହା ସଙ୍ଗେ ସଙ୍ଗେ ମେଲା ହୋଇଯାଏ; ତେଣୁ ଥୋଡ଼ାଏ ଖାଦ୍ୟ ପାକସ୍ଥଳୀରୁ ଅନ୍ତକୁ ଚାଲିଯାଏ । ସେହି ବଟୁଆ ମୁହଁପରି ବନ୍ଦ ଥିବା ବାଟର ଅନ୍ତପାଖରେ ଖଟା ଜିନିଷ ବାଜିଲା ମାତ୍ରେ ପୁଣି ସେଠା ବନ୍ଦ ହୋଇଯାଏ ଓ ତହିଁର ଖଟା ଅଂଶ ନ ମରିବାଯାଏ ଆଉ କବାଟ ଖୋଲେ ନାହିଁ । ପାକସ୍ଥଳୀରେ ଖାଦ୍ୟ ଅଧା ହଜମ ହୁଏ । ଏହି ଅଧା ହଜମ ହୋଇଥିବା ଖାଦ୍ୟକୁ ପାକମଣ୍ତ କହନ୍ତି । ଏହିପରି ଛେକ ଛେକ ହୋଇ ପାକମଣ୍ତ ପାକସ୍ଥଳୀରୁ ଅନ୍ତକୁ ଯାଏ ।
ଅନ୍ତ ପାକସ୍ଥଳୀରୁ ଆରମ୍ଭ ହୋଇଛି । ଏହାର ପ୍ରଥମ ଭାଗକୁ ଅନ୍ତମୂଳ ବା ଗ୍ରହଣୀ (Duodenum ),ତାପର ଭାଗକୁ କ୍ଷୁଦ୍ରାନ୍ତ୍ର ଓ ଶେଷଭାଗକୁ ବୃହଦନ୍ତ୍ର କହନ୍ତି । ଅନ୍ତମୂଳ ଓ କ୍ଷୁଦ୍ରାନ୍ତ୍ର ମିଶି ପ୍ରାୟ ୨୦ ଫୁଟ ଲମ୍ବ । ମୋଡ଼ିହୋଇ ଏତେ ଲମ୍ବା ନଳଟାଏ ପେଟ ଚାଖଣ୍ଡକ ଭିତରେ ରହିଅଛି । କ୍ଷୁଦ୍ରାନ୍ତ୍ର ଭିତରେ ଅସଂଖ୍ୟ ଅସଂଖ୍ୟ ଶୋଷକଯନ୍ତ୍ର ବା ଅଙ୍କୁରିକା (Villi) ଅଛି । ଏଗୁଡ଼ିକ ଖାଲି ଆଖିରେ ଦେଖିବା ସହଜ ନୁହେଁ । ଏମାନଙ୍କ ଯୋଗେ କ୍ଷୁଦ୍ରାନ୍ତ୍ର ଭିତର ଅନେକଟା ମଖମଲ କନାପରି ଦେଖାଯାଏ । ଖାଦ୍ୟ ଏକାବେଳକେ ବଦଳିଗଲା ପରେ ଏମାନେ ତାର ସାରାଂଶ ଶୋଷି ନିଅନ୍ତି ।
କ୍ଷୁଦ୍ରାନ୍ତ୍ରରୁ ଏକ ପ୍ରକାର ପାଚକ ରସ ବାହାରେ । ତାହାକୁ ଆନ୍ମିକ ରସ କହନ୍ତି ।୧ । ଜିଭ ।
୨ । ତାଳୁ ।
୩ । କାନମୂଳରେ ଥିବା ଗ୍ରନ୍ଥି ।
୪ । ଅନ୍ନନାଳୀ ।
୫ । ପାକସ୍ଥଳୀ ।
୬ । ପିତ୍ତକୋଷ ।
୭ । ଅଗ୍ନ୍ୟାଶୟ ।
୮ । ବୃହଦନ୍ତ୍ର ।
୯ । କ୍ଷୁଦ୍ରାନ୍ତ୍ର ।
୧୦ । ମଳଦ୍ୱାର ।
(ଯକୃତ, ପାକସ୍ଥଳୀ, ଗ୍ରହଣୀ ଓ ଅଗ୍ନ୍ୟାଶୟର ଚିତ୍ର । ଯକୃତ ଓ ପାକସ୍ଥଳୀ ଉପରକୁ ଟେକି ଦିଆଯାଇଥିବାରୁ ସେ ଦୁହିଁଙ୍କର ତଳ ଓ ପଛପଟ ଦେଖା ଯାଉ ଅଛି । ପିତ୍ତ ଓ ନଗ୍ନ୍ୟାଶୟ ରସ ଆସି ତ୍ରହଣୀଠାରେ କିପରି ପାକମଣ୍ତ ସଙ୍ଗେ ମିଶନ୍ତି ତାହା ଏହି ଚିତ୍ରରୁ ଜଣାଯାଏ ।)
ପେଟ ଭିତରେ ଦୁଇଟି ବଡ଼ ବଡ଼ ସେଚକଗ୍ରନ୍ଥି (Secreting Glands) ରହିଅଛି । ଏଥିମଧ୍ୟରୁ ବଡ଼ଟିର ନାମ ଯକୃତ(Liver) ଓ ଛୋଟଟିର ନାମ ଅଗ୍ନ୍ୟାଶୟ (Pancreas) । ଯକୃତରୁ ପିତ୍ତ ଓ ଅଗ୍ନ୍ୟାଶୟରୁ ଅଗ୍ନ୍ୟାଶୟ-ରସ ବାହାରେ । ଏ ଦୁଇଟିଯାକ ରସ ଖାଦ୍ୟକୁ ହଜମ କରାଇ ଦିଅନ୍ତି । ପାକମଣ୍ଡ ପାକସ୍ଥଳୀରୁ ଅନ୍ତମୂଳକୁ ଗଲେ ଏ ଦୁଇ ପାଚକ ରସ ବାହାରି ଅନ୍ତମୂଳରେ ପଡ଼ନ୍ତି ଓ ପାକମଣ୍ଡ ସଙ୍ଗେ ମିଶନ୍ତି । ପାକମଣ୍ଡ କ୍ଷୁଦ୍ରାନ୍ତ୍ରକୁ ଗଲେ ସେଠାରେ ଆନ୍ତ୍ରିକ ରସ ନାମରେ ଆଉ ଏକପ୍ରକାର ଜୀର୍ଣ୍ଣକାରକ ରସ ଅନ୍ତରୁ ବାହାରି ମଧ୍ୟ ତାହା ସହିତ ମିଳିତ ହୁଏ । ପିତ୍ତ, ଅଗ୍ନ୍ୟାଶୟରସ ଓ ଆନ୍ତ୍ରିକ ରସ, ଏ ତିନିହେଁ ଏକସଙ୍ଗେ ମିଶି ଚିନି, ଛେନା ଓ ତୈଳଜାତୀୟ ଖାଦ୍ୟକୁ ବଦଳାଇ ଏପରି କରିଦିଅନ୍ତି ଯେ ଏ ସବୁର ସାରତକ ବଦଳିବା ସଙ୍ଗେ ସଙ୍ଗେ ପାଣିରେ ଲୁଣ ମିଳିଗଲା ପରି ଖାଦ୍ୟର ଜଳଭାଗ ସଙ୍ଗେ ମିଳିଯାଏ; ତେଣୁ ସହଜରେ ଅଙ୍କୁରିକା ଶୋଷି ନିଏ ।
ଭାତ, ରୁଟି,ଚିନି,ଆଳୁ ଆଦି ଚିନିଜାତୀୟ ଖାଦ୍ୟ । ଅନ୍ତଭିତରେ ଏ ସମସ୍ତେ ଦ୍ରାକ୍ଷା ଶର୍କରାରେ (Grape Sugar) ପରିଣତ ହୋଇ ଶୋଷି ହୁଅନ୍ତି ।
ମାଛ, ମାଂସ, ଛେନା, ଡାଲି ଆଦି ଛେନାଜାତୀୟ ଖାଦ୍ୟର ଅନ୍ତଭିତରେ ଚରମ ପରିଣାମ ହେଉଛି ଆମିନୋ ଏସିଡ୍ (Amino Acid) । ଏହା ଜଳରେ ମିଳିଯାଇ ପାରେ, ତେଣୁ ଏହାକୁ ଅଙ୍କୁରିକା ଶୋଷିନେଇ ପାରେ ।
ତେଲ ପାଣିରେ କେବେହେଲେ ମିଶିବ ନାହିଁ । କିନ୍ତୁ ତାହା ସହିତ ଯଦି କ୍ଷାର ଜିନିଷ ମିଶେ, ତେବେ ତାହା ଗ୍ଲିସେରିନ୍ (Glycerine) ଓ ସାବୁନ (Soap) ହୋଇଯାଏ ଏବଂ ଏ ଦୁହେଁ ଜଳରେ ମିଳିଯାଇ ପାରନ୍ତି । ପିତ୍ତ, ଅଗ୍ନ୍ୟାଶୟ ରସ ଓ ଆନ୍ତ୍ରିକ ରସ ଏ ସମସ୍ତେ କ୍ଷାରଗୁଣବିଶିଷ୍ଟ (Alkaline); ଏ ହେତୁରୁ ଏମାନେ ତୈଳଜାତୀୟ ଖାଦ୍ୟକୁ ଜଳରେ ମିଶିଲା ଭଳି ଗ୍ଲିସେରିନ୍ ଓ ସାବୁନରେ ପରିଣତ କରାଇ ଦିଅନ୍ତି, ତେଣୁ ତାହାକୁ ଅଙ୍କୁରିକା ଶୋଷି ନିଏ ।
ଜଳ ଓ ଲବଣଜାତୀୟ ଖାଦ୍ୟର କିଛି ପରିବର୍ତ୍ତନ ଦରକାର ପଡ଼େ ନାହିଁ; ତେଣୁ ତାହା ସେହିପରି ଶୋଷି ହୋଇଯାଏ । ଜଳ ଓ ଲବଣଜାତୀୟ ଜିନିଷର ହଜମ ଦରକାର ନାହିଁ ।
ଏହିପରି ଖାଦ୍ୟର ସାର ଅଙ୍କୁରିକାଦ୍ୱାରା ଶୋଷି ହୋଇ ତେଣିକି ଦୁଇଟି ବାଟ ଧରେ । ତୈଳଜାତୀୟ ଖାଦ୍ୟର ସାର ଅଙ୍କୁରିକାରୁ ପଘୃଦ୍ଧିକ ପ୍ରଣାଳୀକା (acteals), ସେଠାରୁ ରସ (Thoracic Duct) ଏବଂ ରସରୁ ବାମ ଜଙ୍ଘର ଅକ୍ଷଧର୍ ଶିର୍ (Left Subclavian Yein) କୁ ଯାଇ: ସେଠାରେ ରକ୍ତ ସଙ୍ଗେ ମିରେ । ଏହା ଯକୃତ ବା5ରେ ଯାଏ ନାହିଁ । ଅନାନ୍ତି। ଜାଭୟ ଖାଦ୍ୟର ସାଇ ଛେ ୪ ଛୋ୪ ରକ୍ତାର (Blood Vessels) ରେ ବା ରକ୍ତ ସଙ୍ଗେ ମିଶି ପ୍ରଭହାଣୀ ମହାଣିଗ୍ (Portal Vein) ଓ ଯକୃତ ବା ଦେଇ ହୃଦ୍କୁ ଯାଏ ।
ପାନମଣ୍ଡ ଯୁଦ୍ରାରେ ଯାଉ ଯାଉ ବଦକ ଯାଉଥାଏ, ଓ ସଙ୍ଗେ ସଙ୍ଗେ ତାର ସାରଭକ ଶୋS ହୋଇ ଝାଉଥାଏ । ଶେଷରେ ପହି ଅଗ ବେଳକୁ ଜରେ ପ୍ରାୟ ଅଉ ସାର ନ ଥାଏ; ତେଣୁ ଖଦଡ଼ା ଜଳ ବୃହଦନ୍ତ୍ରରେ ପଣେ ।
ଛିଦ୍ରା ଶେଷରୁ ଦର ଆରମ୍ଭ । ସେଠାରୁ ଏହା ଅରମ୍ଭ ହୋଇଅଛୁ, ସେଠାରେ ଏ କବା୪ (Valve) ଅଛି । ଏହା କ୍ଷୁଦ୍ରାନ୍ତ୍ରରୁ ଖଦଡ଼ାତକ ବୃହଦନ୍ତ୍ରକୁ ଶୁଏ, କନ୍ତୁ ବୃହଦନ୍ତ୍ରରୁ କିଛି ୫ ଦ୍ରନ୍ତ୍ରକୁ ଛଡ଼େ ନାହିଁ । ହୃଦକ୍ତ ଲମ୍ବରେ ମୋ5 ୬ ଫୁ କରୁ ଯୁଦ୍ଧାସ୍ତ୍ରଠାରୁ ଅନେକ ମୋ& । ବୃହଦନ୍ତ୍ରର ଶେଷ ଭାଗରୁ ମଇକୋଷ୍ଠ (Rectum) କହନ୍ତି । ଏହା ଲେସ୍କାରରେ ଶେଷ ହୋଇଅଛୁ । ବ ରୁଜା ହେଇ ପର ମଳଦ୍ବାର ସଦାବେଳେ ବନ ଥାଏ, କେଦଳି ଦରକାର ବେଳେ ଖୋଲେ ।
ପାକଣ୍ଡର ଖଦଡ଼ା ସଙ୍ଗେ କିଛି ଜଳଘୁଗ ଝବାରୁ ଜାହା ପ୍ରଥମେ ପାଣିଆ ହୋଇଥାଏ କିନ୍ତୁ ଏହି ହୃଦ ରେ ଯାଉ ଯାଉ ପାହକ ଶେଷ ହୋଇଯାଏ ଏବଂ ଖଦଡ଼ାଇକ ବିଷ୍ଠାରୁ ମଳଦ୍ଧାରଦା ବାହାରିଯାଏ ।