ଆମ ଓଡ଼ିଆ ବ୍ୟାକରଣ/ଅଭିଧାନରୁ ଅର୍ଥ ଜାଣିବା
←କ୍ରିୟାପଦ | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: ଅଭିଧାନରୁ ଅର୍ଥ ଜାଣିବା |
କିଏ, କଅଣ ?→ |
Shishuka
ବନ୍ଦନା ଖଣ୍ଡିଏ ପତ୍ରିକା ପଢ଼ୁଥିଲା । ସେଥିରେ ଗୋଟିଏ ସ୍ଥାନରେ ‘ପାପ’ ଶବ୍ଦଟି ବ୍ୟବହୃତ ହୋଇଥିଲା । ବନ୍ଦନା ତାହାର ଅର୍ଥ ବୁଝିପାରିଲା ନାହିଁ । ଶିକ୍ଷୟିତ୍ରୀଙ୍କୁ ପଚାରିଲା । ଶିକ୍ଷୟିତ୍ରୀ ତାକୁ ଅଭିଧାନ ବହିଟିଏ ଦେଇ ସେଥିିରୁ ‘ପାପ’ ଶବ୍ଦର ଅର୍ଥ ଜାଣିବାପାଇଁ କହିଲେ । କିନ୍ତୁ ‘ପାପ’ ଶବ୍ଦଟି ଅଭିଧାନରେ କେଉଁଠି ଲେଖା ହୋଇଛି, ବନ୍ଦନା ଜାଣି ପାରିଲା ନାହିଁ । ତହୁଁ ଶିକ୍ଷୟିତ୍ରୀ ତାକୁ ଅଭିଧାନରୁ ଅର୍ଥ ବୁଝାଇବାର ସୂତ୍ର ବତାଇଲେ । ସେ ପ୍ରଥମେ କେତେଗୁଡ଼ିଏ ଶବ୍ଦ ଲେଖିବାକୁ ଦେଲେ ଏବଂ ବର୍ଣ୍ଣମାଳାର କ୍ରମ ଅନୁସାରେ ସଜାଇବାକୁ କହିଲେ ।
ଶିକ୍ଷୟିତ୍ରୀ ଡାକିଲେ, ବନ୍ଦନା ଲେଖିଲା-
ଖଇର | ଜଉ | ଟଙ୍କା |
ଲୟ | ଥୟ | କପାଳ |
ଇଟା | ମକା | ଚତୁର |
ଅଗ | ଛତା | ହଳ |
ଅଗ | ଚତୁର | ଥୟ |
ଇଟା | ଛତା | ମକା |
କପାଳ | ଜଉ | ଲୟ |
ଖଇର | ଟଙ୍କା | ହଳ |
ତା ପରେ ଶିକ୍ଷୟିତ୍ରୀ ତାକୁ ଆଉ କେତେଗୁଡଏ ଶବ୍ଦ ସଜାଇ ଲେଖିବାପାଇଁ ଦେଲେ-
କାମ | ଗେଲ | ସୁନା |
ଚୋରି | କୌଶଳ | କୀଟ |
ଦିନ | ଖାତା | ଛେଲି |
ବୁଟ | କୃଷକ | ହିତ |
ବନ୍ଦନା ଲକ୍ଷ୍ୟକଲା, ଏଥର ଶବ୍ଦଗୁଡ଼ିକର ମୂଳ ଅକ୍ଷରରେ ଆ କାର, ହ୍ରସ୍ୱ ଇକାର, ଦୀର୍ଘ ଈକାର, ହ୍ରସ୍ୱ ଉକାର, ଦୀର୍ଘ ଊକାର ଆଦି ରହିଛି । ସେ ବର୍ଣ୍ଣ ଏବଂ ଆ କାର, ହ୍ରସ୍ୱ ଇକାର, ହ୍ରସ୍ୱ ଉକାର ପ୍ରଭୃତି, ଉଭୟକୁ କ୍ରମ ଅନୁସାରେ ରଖି ଶବ୍ଦଗୁଡ଼ିକୁ ସଜାଇଲା ।
କାମ | ଖାତା | ଦିନ |
କୀଟ | ଗେଲ | ବୁଟ |
କୃଷକ | ଚୋରି | ସୁନା |
କୌଶଳ | ଛେଲି | ହିତ |
ଶିକ୍ଷୟିତ୍ରୀ ଆନନ୍ଦିତ ହୋଇ କହିଲେ, ବର୍ତ୍ତମାନ ତୁମେ ଅଭିଧାନ ବହିରେ ‘ପାପ’ ଶବ୍ଦଟି କେଉଁଠି ଅଛି, ବାହାର କର ଏବଂ ତାହାର ଅର୍ଥ କଅଣ ଲେଖାହୋଇଛି, କହ । ବନ୍ଦନା ଏଥର ଶବ୍ଦଟି ପାଇପାରିଲା ଏବଂ ଜାଣିଲା ଯେ ‘ପାପ’ର ଅର୍ଥ ଗଛ । ତୁମେ ନିମ୍ନଲିଖିତ ଶବ୍ଦଗୁଡ଼ିକର ଅର୍ଥ ଅଭିଧାନ ଦେଖି ଲେଖ ।
ଗିରି | ଧରଣୀ | ବାତୁଳ | କୁସୁମ |
ସଲିଳ | ତୁରନ୍ତ | ତୁଷାର | ମାନସ |
ବିହଙ୍ଗ | ଘୋଟକ | କାନନ | ରଜନୀ |
ରବି | ବିଶାଳ | ଅଖିଳ | ସାଗର |
କଠିନ ଶବ୍ଦର ଅର୍ଥ ଜାଣିବାକୁ
ସାହା ଅଟେ ଅଭିଧାନ
ଅଭିଧାନ ଯେହୁ ଦେଖି ଜାଣେ ତାର
ବଢ଼ଇ ସାହିତ୍ୟ ଜ୍ଞାନ ।