ଆମ ଓଡ଼ିଆ ବ୍ୟାକରଣ/କାହାଠାରୁ, କେଉଁଠାରୁ ?
Jump to navigation
Jump to search
କାହାଠାରୁ, କେଉଁଠାରୁ ?
←କାହାପାଇଁ, କଅଣପାଇଁ ? | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: କାହାଠାରୁ, କେଉଁଠାରୁ ? |
କାହାର ?→ |
(କ) ବନ୍ଦିତା ନନ୍ଦିତାଠାରୁ ବହି ନେଲା ।
(ଖ) ପାଚିଲା ଆମ୍ବଗୁଡ଼ିଏ ଗଛରୁ ଝଡ଼ିଲା ।
ପ୍ରଥମ ବାକ୍ୟରେ ‘ନେଲା’ କ୍ରିୟାପଦ ଏବଂ ଦ୍ୱିତୀିୟ ବାକ୍ୟରେ ‘ଝଡ଼ିଲା’ କ୍ରିୟାପଦ । ଏହି କ୍ରିୟାପଦ ଦୁଇଟିର ପୂର୍ବରୁ ଆମେ କାହାଠାରୁ ବା କେଉଁଠାରୁ ଲଗାଇ ପ୍ରଶ୍ନ କରିବା ଏବଂ ଉତ୍ତରରେ କି କି ପଦ ମିଳୁଛି ଦେଖିବା ।
ପ୍ରଶ୍ନ | ଉତ୍ତର |
କାହାଠାରୁ ନେଲା ? | ନନ୍ଦିତାଠାରୁ |
କେଉଁଠାରୁ ଝଡ଼ିଲା ? | ଗଛରୁ |
କ୍ରିୟାପଦର ପୂର୍ବରୁ କାହାଠାରୁ ବା କେଉଁଠାରୁ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯେଉଁ ପଦ ମିଳେ, ତାହାକୁ ଅପାଦାନ କାରକ କହନ୍ତି ।
ଉପର ବାକ୍ୟ ଦୁଇଟିରେ ‘ନନ୍ଦିତାଠାରୁ’ ଏବଂ ‘ଗଛରୁ’ ଦୁଇଟି ଅପାଦାନ କାରକ ।
ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ ଅପାଦାନ କାରକ ଚିହ୍ନାଅ ।
(କ) ସୈନ୍ୟମାନେ ଉଡ଼ାଜାହାଜରୁ ଡେଇଁଲେ ।
(ଖ) ଶ୍ରୀକୃଷ୍ଣ ଗୁରୁଙ୍କଠାରୁ ବିଦ୍ୟାଶିକ୍ଷା କଲେ ।
(ଗ) ଫଟା ମାଠିଆରୁ ପାଣି ଝରେ ।
(ଘ) ଗଙ୍ଗାନଦୀ ହିମାଳୟରୁ ବାହାରିଅଛି ।
(ଙ) ବୃକ୍ଷଠାରୁ ଆମେ ବହୁତ ଉପକାର ପାଉଁ ।