ଆମ ଓଡ଼ିଆ ବ୍ୟାକରଣ/କେଉଁଠାରେ, କେତେବେଳେ ?
←କାହାର ? | ଆମ ଓଡ଼ିଆ ବ୍ୟାକରଣ (୨୦୧୪) ଲେଖକ/କବି: କେଉଁଠାରେ, କେତେବେଳେ ? |
ବିଶେଷ୍ୟ ପଦ→ |
(କ) ନରହରି ବାବୁ ଗାଆଁରେ ରହନ୍ତି ।
(ଖ) ରାତିରେ ନକ୍ଷତ୍ରସବୁ ଦେଖାଯାଆନ୍ତି ।
ପ୍ରଥମ ବାକ୍ୟରେ ‘ରହନ୍ତି’ କ୍ରିୟାପଦ ଏବଂ ଦ୍ୱିତୀୟ ବାକ୍ୟରେ ‘ଦେଖାଯାଆନ୍ତି’ କ୍ରିୟାପଦ । ଏହି କ୍ରିୟାପଦ ଦୁଇଟିର ମୂଳରେ ଆମେ 'କେଉଁଠାରେ' ବା 'କେତେବେଳେ' ଲଗାଇ ପ୍ରଶ୍ନ କରିବା ଏବଂ ଉତ୍ତରରେ କେଉଁ କେଉଁ ପଦ ମିଳୁଛି, ଦେଖିବା ।
ପ୍ରଶ୍ନ | ଉତ୍ତର |
କେଉଁଠାରେ ରହନ୍ତି ? | ଗାଆଁରେ |
କେତେବେଳେ ଦେଖାଯାଆନ୍ତି ? | ରାତିରେ |
କ୍ରିୟାପଦର ମୂଳରେ କେଉଁଠାରେ ବା କେତେବେଳେ ଲଗାଇ ପ୍ରଶ୍ନ କଲେ ଉତ୍ତରରେ ଯେଉଁ ପଦ ମିଳେ, ତାହାକୁ ଅଧିକରଣ କାରକ କହନ୍ତି ।
ଉପର ବାକ୍ୟଦୁଇଟିରେ ‘ଗାଆଁରେ’ ଏବଂ ‘ରାତିରେ’ ଦୁଇଟି ଅଧିକରଣ କାରକ ।
ତୁମେ ନିମ୍ନଲିଖିତ ବାକ୍ୟଗୁଡ଼ିକରେ ଅଧିକରଣ କାରକ ଚିହ୍ନାଇଦିଅ ।
(କ) ବସନ୍ତ ଋତୁରେ ଦକ୍ଷିଣ ଦିଗରୁ ପବନ ବହେ ।
(ଖ) ସମୁଦ୍ରରେ ମଧ୍ୟ ଅସଂଖ୍ୟ ପ୍ରକାର ପ୍ରାଣୀ ଅଛନ୍ତି । (ଗ) ଉତ୍ତର ଦିଗେ ଗଛ ଡାଳେ, ପେଚା ରାବିଲା ରାତ୍ରିକାଳେ ।
(ଘ) ନଦୀରେ ମାଛ ପହଁରୁଛନ୍ତି ।
(ଙ) ବାପା ଦିନରେ ଆଦୌ ଶୁଅନ୍ତି ନାହିଁ ।
ଆମ ଗାଆଁ ପାଖେ ନଈ ବହିଯାଏ
ନଈକୂଳେ ଆମ୍ବତୋଟା
ସେହି ତୋଟା ତଳେ ରହେ କୋକି ଏକା
ଖାଇପିଇ କେଡ଼େ ମୋଟା ।
ପୋଖରୀରେ କଇଁଫୁଲ ଆକାଶରେ ଜହ୍ନ,
କ୍ଷେତରେ ଧାନଫସଲ ହରେ ଜନମନ ।