ଆମ ଓଡ଼ିଆ ବ୍ୟାକରଣ/ପୁରୁଷ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ଓଡ଼ିଆ ବ୍ୟାକରଣ (୨୦୧୪)  ଲେଖକ/କବି: ଧନେଶ୍ୱର ମହାପାତ୍ର
ପୁରୁଷ
ପୁରୁଷ


(କ) ମୁଁ ପଢ଼ିଲି ଆମ୍ଭେମାନେ ପଢ଼ିଲୁଁ ।
(ଖ) ତୁମେ ପଢ଼ିଲ ତୁମେମାନେ ପଢ଼ିଲ ।
(ଗ) ବାଳକଟି ପଢ଼ିଲା ବାଳକମାନେ ପଢ଼ିଲେ ।

ଉପର ବାକ୍ୟଗୁଡ଼ିକରେ କ୍ରିୟାପଦଗୁଡ଼ିକ ବଦଳିଥିବାର ଦେଖିପାରୁଛ । କାହିଁକି ବଦଳିଛି ?

ପୁରୁଷ ଅନୁସାରେ କ୍ରିୟାପଦ ବଦଳେ ।

ମୁଁ, ଆମେ, ଆମେମାନେ ପ୍ରଥମ ପୁରୁଷ
ତୁ, ତୁମେ, ତୁମେମାନେ ଦ୍ୱିତୀୟ ପୁରୁଷ
ଆଉ ଅନ୍ୟ ସମସ୍ତେ ତୃତୀୟ ପୁରୁଷ

ବିଭିନ୍ନ ବିଭକ୍ତିରେ ଏବଂ ଏକବଚନ ତଥା ବହୁବଚନରେ ପ୍ରଥମ ପୁରୁଷର ରୂପ ଏହିପରି ହୁଏ-

ମୋର, ଆମର, ଆମମାନଙ୍କର, ମୋଠାରୁ, ଆମଠାରୁ , ଆମମାନଙ୍କଠାରୁ, ମୋତେ, ଆମକୁ, ଆମମାନଙ୍କୁ, ମୋଠାରେ, ଆମଠାରେ, ଆମମାନଙ୍କଠାରେ ଇତ୍ୟାଦି ।

ଦ୍ୱିତୀୟ ପୁରୁଷର ରୂପ ଏହିପରି ହୁଏ-
ତୋର, ତୁମର, ତୁମମାନଙ୍କର, ତୋଠାରୁ, ତୁମଠାରୁ, ତୁମମାନଙ୍କଠାରୁ, ତୋତେ, ତୁମକୁ, ତୁମମାନଙ୍କୁ, ତୋପାଇଁ, ତୁମପାଇଁ, ତୁମମାନଙ୍କପାଇଁ ଇତ୍ୟାଦି । ତୃତୀୟ ପୁରୁଷର ରୂପ ଏହିପରି ହୁଏ-

ବାଳକର, ବାଳକମାନଙ୍କର, ବାଳକଠାରୁ, ବାଳକମାନଙ୍କଠାରୁ, ଗଛକୁ, ଗଛଗୁଡ଼ିକୁ, ଗଛରେ, ଗଛଗୁଡ଼ିକରେ ଇତ୍ୟାଦି ।

ତୁମେ ନିମ୍ନଲିଖିତ ବାକ୍ୟମାନଙ୍କରେ କଳା ଅକ୍ଷରର ପଦଗୁଡ଼ିକ କିଏ କେଉଁ ପୁରୁଷ ଚିହ୍ନାଇଦିଅ ।

(କ) ଶିକ୍ଷକ ଆମକୁ ଅଙ୍କ ବୁଝାଇେଲେ ।
(ଖ) ସେମାନେ ତୁମ କଥାକୁ ଠିକ୍‍ ମନେକଲେ ।
(ଗ) ଭାଇ ମୋପାଇଁ ଭଲ ବହିଗୁଡ଼ିଏ ଆଣିଛନ୍ତି ।
(ଘ) ତୁମମାନଙ୍କ୍ୱାରା ଶେର ଉନ୍ନତି ହୋଇପାରିବ ।
(ଙ) ଲୋକମାନେ ସନ୍ଥଙ୍କଠାରୁ ଉପଶେ ଶୁଣିଲେ ।

ମୁଁ କଲି ମୁଁ ଦେଲି ମୋର ଏ ସବୁ ସଂପତ୍ତି
ଭଲ ଲୋକ ନୁହଁନ୍ତି ଯେ ଏମିତି ଭାବନ୍ତି ।
ତୁମପାଇଁ ଆମପାଇଁ ସବୁ ଜୀବପାଇଁ
ରଚିଛନ୍ତି ମହାପ୍ରଭୁ ବନ ଜଳ ଭୂଇଁ ।