ଆମ ଓଡ଼ିଆ ବ୍ୟାକରଣ/ବଚନ
(କ) ସୁବ୍ରତ ସଭାରେ ବସିଲେ ।
(ଖ) ଲୋକମାନେ ସଭାରେ ବସିଲେ ।
(ଗ) ଗଙ୍ଗାନୀ ହିମାଳୟରୁ ବାହାରିଅଛି ।
(ଘ) ନୀସବୁ ପର୍ବତମାନଙ୍କରୁ ବାହାରିଅଛନ୍ତି ।
‘ସୁବ୍ରତ’ ପଦଟି ଜଣେ ଲୋକକୁ ବୁଝାଉଛି, କିନ୍ତୁ ‘ଲୋକମାନେ’ ପଦଟି ବହୁତ ଲୋକଙ୍କୁ ବୁଝାଉଛି । ସେହିପରି ‘ଗଙ୍ଗାନଦୀ’ ପଦଟି ଗୋଟିଏ ନଦୀକୁ ବୁଝାଉଛି, ‘ହିମାଳୟରୁ’ ପଦଟି ଗୋଟିଏ ପର୍ବତକୁ ବୁଝାଉଛି, କିନ୍ତୁ ‘ନଦୀସବୁ’ ପଦଟି ବହୁତ ନଦୀକୁ ବୁଝାଉଛି ଏବଂ ‘ପର୍ବତମାନଙ୍କରୁ’ ପଦଟି ବହୁତ ପର୍ବତକୁ ବୁଝାଉଛି ।
ଯେଉଁ ପଦ ଏକ ବା ଗୋଟିଏକୁ ବୁଝାଏ, ତାହାକୁ ଏକବଚନ କୁହାଯାଏ ଏବଂ ଯେଉଁପଦ ବହୁତଙ୍କୁ ବୁଝାଏ, ତାହାକୁ ବହୁବଚନ କୁହାଯାଏ ।
ନିମ୍ନଲିଖିତ ବାକ୍ୟଗୁଡ଼ିକରେ କେଉଁ କେଉଁ ପଦ ଏକବଚନ ଏବଂ କେଉଁ କେଉଁ ପଦ ବହୁବଚନ, ଚିହ୍ନାଇଦିଅ ।
(କ) ପିଲାମାନେ ପିତାମାତାଙ୍କୁ ଭକ୍ତି କରନ୍ତି ।
(ଖ) ମାଳୀଟି ଗଛଗୁଡ଼ିକୁ ଯତ୍ନରେ ବଢ଼ାଇଲା ।
(ଗ) ବଙ୍ଗୋପସାଗରରେ ସାଧବମାନଙ୍କର ବୋଇତସବୁ ଚାଲୁଥିଲା ।
(ଘ) ନିଧି ମଉସା ଅନାବନା ଗଛଗୁଡ଼ାକୁ କାଟି ପକାଇଲେ ।
(ଙ) ସୂର୍ଯ୍ୟ ଉଦୟ ହେଲେ ତାରାଗଣ ଦେଖାଯାଆନ୍ତି ନାହିଁ ।
(ଚ) ତୁମେ ଡରିଲେ ସେମାନେ ତୁମକୁ ଡରାଇବେ ।
(ଛ) ନେତୃବୃନ୍ଦ ଜନତାପାଇଁ କାମ କରନ୍ତି ।
ବୀର ହନୁମାନ ଗଦା ବୁଲାଇ
ଅସୁରମାନଙ୍କୁ ଦେଲେ ଗଡ଼ାଇ ।
ଆନନ୍ଦରେ ପକ୍ଷୀଗଣ ଯାଉଛନ୍ତି ଉଡ଼ି
ଗୋଠକୁ ଗୋଧନପଲ ଆସନ୍ତି ବାହୁଡ଼ି ।