Jump to content

କପଟପାଶା (୧୯୪୦)/ଯୁଧିଷ୍ଠିଙ୍କୁ ଚାହିଁ ଚନ୍ଦ୍ରମୁଖୀ

ଉଇକିପାଠାଗାର‌ରୁ
କପଟପାଶା ଲେଖକ/କବି: ଭୀମା ଧୀବର
ଯୁଧିଷ୍ଠିଙ୍କୁ ଚାହିଁ ଚନ୍ଦ୍ରମୁଖୀ

ଷଷ୍ଠ ଛାନ୍ଦ

[ରାଗ-ଚିନ୍ତା ଦେଶାକ୍ଷ]

ଯୁଧିଷ୍ଠିଙ୍କୁ ଚାହିଁ ଚନ୍ଦ୍ରମୁଖୀ । ଛନ ଛନ କଲେ ବେନି ଆଖି ।
ଦେବ ତୁମ୍ଭର, ପରାୟେ ଠାକୁର, ଥାଉଁ ହେଲି ମୁହିଁ ନିରିମାକ୍ଷୀ ହେ । ଭୋ ଦେବ ।୧ ।
ତୁମ୍ଭେ ବୋଇଲ ଯେ ଧର୍ମରାଜା ।

ସର୍ବ ନୃପତି କରନ୍ତି ପୂଜା ।
ମହାସଭାତଳେ, ବିବସ୍ତ୍ର କରୁଛି, ତୁମ୍ଭଙ୍କୁ କି ନୋହିବ ଏ ଲଜ୍ଜା ହେ । ୧ ।

ପୁଣି ଅର୍ଜୁନ-ମୁଖକୁ ଚାହିଁ । ଶୋକେ ଗଦଗଦ ହୋଇ କ‌ହି ।
ବାସବନନ୍ଦନ ମୋଠାରେ ବିମନ ଏବେ ପ୍ରସନ୍ନ ନୁହଁ କିମ୍ପାଇ ହେ । ବିବତ୍ସ । ୩ ।

ତୁମ୍ଭେ ଦ୍ୱିତୀୟ କୃଷ୍ଣ ବୋଲାଅ । ମୋର କଷଣ କି ରୂପେ ସ‌ହ ।
ଧିକ ତୁମ୍ଭ ପଣ, ଜୀବେ ଅଛ କି ମରିଛ କ‌ହ ହେ । ୪ ।

ଦେବୀ ଦ୍ରୌପଦୀଠାରୁ ଏ ବାଣୀ । ବୀର ଅର୍ଜ୍ଜୁନ ଶ୍ରବଣେ ଶୁଣି ।
ନ ଜାଣି ଧିକ୍କାର, କରୁ ଯୋଷାମଣି, ମୋର ପ୍ରତିଜ୍ଞା ନାହୁଁ କି ଶୁଣି ଗୋ ସୁନ୍ଦରୀ । ୫ ।

ପୂର୍ବେ ଗୋସିଂହ ଦୈତ୍ୟ ଅଇଲା । ରାତ୍ରେ ସତ୍ୟଭାମା ହରି ନେଲା ।
ରଖ ହେ ଅର୍ଜ୍ଜୁନ ବୋଲି ସତ୍ୟଭାମା ଅତି ଉଚସ୍ୱରେ ଡାକ ଦେଲା ଗୋ । ୬ ।

ମୋର କର୍ଣ୍ଣେ ସେ ଡାକ ସମ୍ଭାଇ । ପୁଣି ଶତଧନୁ ଦେଲା କ‌ହି ।
ଶରେ ଶର ଭେଦି ରଖିଲି ଆଛାଦି ନ ପାରିଲା ଆଉ ଦୈତ୍ୟ ଯାଇ ଗୋ । ୭ ।

ଯୁଦ୍ଧେ ଗୋସିଂହ ଦୈତ୍ୟକୁ ମାରି । କଷ୍ଟୁ ସତ୍ୟଭାମାଙ୍କୁ ଉଦ୍ଧରି ।
ରୈବତ ଗିରିରେ କୃଷ୍ଣଙ୍କୁ ଭେଟିଲି ଦେଲି ସତ୍ୟଭାମା ନେଇକରି ଗୋ । ୮ ।

ସଖି ମୋତେ ନ କର ଧିକ୍କାର । କୁରୁ ସୈନ୍ୟହିଁ କେତେ ମାତର ।
ଶରେ ଶରେ ସବୁ ମୋହିତ କରନ୍ତି ଆଜ୍ଞା ନାହିଁ ଯୁଧିଷ୍ଠିଙ୍କର ଗୋ । ୯ ।

ବୀର ଅର୍ଜ୍ଜୁନ ମୁଖୁ ଏ ବାଣୀ । ଦେବୀ ଦ୍ରୌପଦୀ କୁମାରୀ ଶୁଣି ।
ନ‌କୁଳ ମୁଖକୁ ଅନାଇ ବୋଲନ୍ତି ପଣ୍ତୁନନ୍ଦନଙ୍କ ପାଟରାଣୀ ହେ ନ‌କୁଳ । ୧୦ ।

ଆହେ ବାବୁ ଅଶ୍ୱିନୀ କୁମାର । ତୁମ୍ଭେ ବୀରମଧ୍ୟେ ବଳୀୟାର ।
ମୋତେ ସଭାତଳେ ଉଲଗ୍ନ କରୁଛି ତୁମ୍ଭେ ପାରିଲେହେଁ ରକ୍ଷାକର । ୧୧ ।

ତୁମ୍ଭେ ଅଶ୍ୱିନୀସୁତ ବୋଲାଅ । କରେ ନବନିଶି କୁନ୍ତ ବ‌ହ ।
ଧିକ ବୀରପଣ ଧିକ ତୁମ୍ଭ ପ୍ରାଣ ଏହା ଦେଖି ଯା ଧରିଛ ଦେହ ହେ । ୧୨ ।

ଶୁଣି ନ‌କୁଳ ବୋଲେ ବଚନ, ସଖି କର୍ମରେ ଯାହା ଲିଖନ ।
ବିଧାତା ପୁରୁଷ କରିଥାଇ ତାହା କେହି କରି ନ ପାରିବ ଆନ । ୧୩ ।

ସଖି ମୋତେ ନ କର ଝିଙ୍ଗାସ । ଯେବେ ଆଜ୍ଞା ଦ୍ୟନ୍ତେ ଧର୍ମଶିଷ୍ୟ ।
କୁରୁ ସଇନ୍ୟଙ୍କୁ କୁନ୍ତମୂନେ ଗୁନ୍ଥି ପେଶି ଦିଅନ୍ତି ଶମନ ପାଶ ଗୋ । ୧୪ ।

ପୁଣି ସ‌ହଦେବ ମୁଖ ଚାହିଁ ।
ତୁମ୍ଭେ ମନ୍ତ୍ରୀବର ଯୁଧିଷ୍ଠି ଛାମୁର ଭୂତ ଭବିଷ୍ୟ ଦିଅ ବତାଇ ହେ ସୁମନ୍ତ୍ରୀ । ୧୫ ।

ଅଛି ଏଡ଼େ ଆଶ୍ଚର୍ଯ୍ୟ ଶକତି । ନ ଜାଣ କି ପଡ଼ିବ ବିପତ୍ତି ।
ଆଗ‌ହୁଁ ମୋଠାରେ ନ କଲ ଗୋଚର ଏବେ ହରିବ କିଏ ଦୁର୍ଗତି ହେ। ୧୬ ।

 
ମନ୍ତ୍ରୀବର ବୋଲେ ସଖା ଶୁଣ । ଏ ଯେ ଦେବତା କୂଟ ଭିଆଣ ।
ତୁମ୍ଭଙ୍କୁ କଷଣ ନୋହିଲେ ସୁମୁଖୀ ନ ମରିବେଟି ସେ ଦୁଷ୍ଟଗଣ ଗୋ ସୁନ୍ଦରୀ ।୧୭।

ଏ ଯେ ଦୁର୍ଯ୍ୟୋଧନ ଶତେ ଭାଇ । ମହା ମହା ବୀର ଛନ୍ତିରହି ।
ତୁମ୍ଭଙ୍କୁ କଷଣ ଦେଲେ ଦେବଗଣ ଏହିମାନଙ୍କ ନାଶ ପାଇଁ ଗୋ ସୁନ୍ଦରୀ ।୧୮।

ସ‌ଖୀ ମନରେ ବିରସ ନୁହ । ଦଣ୍ତେ ମାତ୍ର ଦୁଃଖ ସ‌ହି ରହ ।
ତୁମ୍ଭେ ତ ଜଗତ ଜନଙ୍କର ମାତା କିମ୍ପା ମନରେ କରୁଛ କୋହ ଗୋ ।୧୯।

ଶେଷେ ସ‌ହଦେବ ମନ୍ତ୍ରୀ ବାଣୀ । ବାମା ଏ ରୂପେ ନିଷ୍ଠୁର ଶୁଣି ।
ଅନାଥ ତରୁଣୀ ପ୍ରାୟେ ହୋଇ ପୁଣି ବେନି ନୟନ‌କୁ ବୁହାଇ ପାଣି ସେ ସୁନ୍ଦରୀ ।୨୦।

ସତୀ ଚିନ୍ତା ସାଗରେ ବୁଡ଼ିଲା । ଶରୀରରୁ ଜ୍ଞାନ ହାରିଗଲା ।
ଚନ୍ଦ୍ରମାବଦନ ହୋଇଲା ମଳିନ ଭୀମା ଦୀନ ଏ ରସେ ଭଣିଲା ହେ ସୁଜନେ ।୨୧।

{{c|

ସପ୍ତମ ଛାନ୍ଦ




ମୁନି କ‌ହନ୍ତି ଶୁଣ ନୃପତି କ‌ହିବା ଦିବ୍ୟରସ ।
ହେଠ ବଦନ ପବନ ନାନ ବସିଛି ଭାତୃପାଶ ।୧।
ମନେ ବିରସ ଖରନିଶ୍ୱାସ ନ‌ଖେ ଚିରଇ ଗାର ।
ବେନି ନ‌ୟନଉ ଲୋତକ ଖସି ପଡ଼ୁଛି ଝର ଝର ।୨।
କପୋଳ କର ଦେଇଣ ବୀର ହୃଦରେ ଗୁରୁଚିନ୍ତା ।
ସନ୍ତାପ ଜଳେ ବୁଡ଼ିଲା ତାଳେ ଦେଖି ଦ୍ରୌପଦୀ ବ୍ୟଥା ।୩।
ଦ୍ରୌପଦୀ ବୋଲେ ଭୀମକୁ ଚାହିଁ ପବନ ସୁତ ଦେଖ ।
ତୋପରା ବୀର ଥାଉଁ ମୋହର ହରୁଛି ଏଡ଼େ ଦୁଃଖ ।୪।
ଏ ଦୁଃଶାସନ ପାମର ହୀନ ଧରିଲା ମୋର କେଶ ।
ତୁ ନେତ୍ର ବେନି ଦେଖୁ ପାଦନି ନ ପାଉ ମନେ ରୋଷ ।୫।
ବାଉନ ଭାର ଗଦା ତୋହର ନାହୁଁ କି କରେ ଘେନି ।
ସିଂହ ଘରଣୀ ଶୃଗାଳ ଆଣି କରୁଛ ହୀନିମାନୀ ।୬।
ଭୀମ ବୋଲଇ ଶୁଣରେ ସ‌ହି ମୋହର କେଉଁ ଦୋଷ ।
ମୋ ବୀରପଣ ପ୍ରତିଜ୍ଞା ଟାଣ ଯୁଧିଷ୍ଠି କଲେ ନାଶ ।
ବାରେ ଅନାଇ ଯେବେ ସେ ଠାରି ଦିଅନ୍ତେ ମୋତେ ଚକ୍ଷୁ ।
ହସ୍ତିନାପୁର କରନ୍ତି କ୍ଷୂର ତୋର ଦେଖୁ ଦେଖୁ ।୮।
କଦଳୀ ବନ ଯେହ୍ନେ ପବନ ଘାତେ ପଡ଼ଇ ଲୋଟି ।
ରଥି ସାରଥି ଗଜ ପଦାତି କ୍ଷଣକେ ଦ୍ୟନ୍ତି ପିଟି ।୯।
ଏ ଶତଭାର ଗଦା ମୋହର ବୁଲାଇ ବେନିକର ।
ଏ ଦୁର୍ଯ୍ୟୋଧନ ସ‌ହିତେ ସୈନ୍ୟ ପେଶନ୍ତି ଯମପୁର ।୧୦।
ଦ୍ରୌପଦୀ ବୋଲେ ଆହେ ପାବନି ଧିକ ତୁମ୍ଭର ପ୍ରାଣ ।