କିଶୋରଚନ୍ଦ୍ରାନନ୍ଦ ଚମ୍ପୂ/ଝ ଚମ୍ପୂ
Jump to navigation
Jump to search
(ରାଗ ଆନନ୍ଦ କାମୋଦୀ, ଖେମଟା)
ଝ ଚମ୍ପୂ
(ରାଗ ଆନନ୍ଦ କାମୋଦୀ, ଖେମଟା)
ଝଗଡ଼ି ମାତ୍ର ହେଲ ହେ ଶ୍ୟାମ, ଝିମୁଟ ହେବାକୁ ସହସ୍ର ଯାମ ॥ପଦ॥
ଝାଉଁଳିବା ନବ ତମାଳ ରମା, ଝିଙ୍କି ଆଣି ଅଙ୍ଗେ ଲଣି ଜମା ॥୧॥
ଝଡ଼ିବ ବଳ କୋମଳ ଛାତିରୁ, ଝଷଧ୍ୱଜପୀଡ଼ା ଝାଞ୍ଜି ତାତିରୁ ॥୨॥
ଝୁମି ଝୁମି ଲଠି ପୃଷ୍ଠେ ରସାର, ଝୁରିବାର ଏକା ହୋଇବ ସାର ॥୩॥
ଝଳି ପାଞ୍ଚାଳୀ ଝଟକେ ନାହିଁ କି? ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି ॥୪॥
ଝଲକି ଗଲ କୃଷ୍ଣ ଅକାରଣେ, ଝାଡ଼ଖଣ୍ଡ ରସା ବାଦସା ଭଣେ ॥୫॥