ପୃଷ୍ଠା:Odisha Itihasa.pdf/୨୧୭

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଲେଖକଙ୍କ ମତରେ, ଶିକ୍ଷିତ ବୁଦ୍ଧିଜୀବୀନିମନ୍ତେ ଏକ ଆବଶ୍ୟକୀୟ ଚରିତ୍ର ହେଲା ପ୍ରାଚ୍ୟ ବା ପାଶ୍ଚାତ୍ୟର ଅଂଧ ଅନୁକରଣ ବା ଅହେତୁକ ସମାଲୋଚନାରୁ ଊର୍ଦ୍ଧ୍ୱରେ ରହି ସ୍ୱ-ସମାଜର ହିତଲାଗି ସାଧନା କରିବା   ଆଧୁିକ ଯୁଗରେ ବୁଦ୍ଧିଜୀବୀର ଦାୟିତ୍ୱ ପ୍ରଶ୍ନକୁ ନେଇ ଫକୀର ମୋହନ ଏବଂ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଉକ୍ତ ଅବଧାରଣାକୁ ସମକାଳୀନ ଅନ୍ୟ ବୁଦ୍ଧିଜୀବୀଙ୍କ ଅଭିବ୍ୟକ୍ତି ଓ କାର୍ଯ୍ୟରେ ମଧ୍ୟ ଦେଖିହେବ । ତତ୍‍କାଳୀନ ବୁଦ୍ଧିଜୀବୀମାନଙ୍କର କାର୍ଯ୍ୟପନ୍ଥା ମଧ୍ୟରେ ପାର୍ଥକ୍ୟ ଦେଖାଯାଇ ପାରେ, ମାତ୍ର ସମାଜ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ନେଇ ଦ୍ୱିମତ ହେବାର ନାହିଁ । ଆଧୁିନିକ ପାଶ୍ଚାତ୍ୟ ଶିକ୍ଷାରେ ଭୂଷିତ ଏବଂ ସମାଜ ବା ଜାତି ପ୍ରସଙ୍ଗକୁ ନେଇ ସଦା ଜାଗ୍ରତ ଏହି ଶିକ୍ଷିତ ବୁଦ୍ଧିଜୀବୀ ଗୋଷ୍ଠୀକୁ ଆମେ ଜାତୀୟତାବାଦୀ ନେତୃତ୍ୱ ନାମରେ ନାମିତ କରିପାରିବା । ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରୁ ଏକ କ୍ଷୁଦ୍ର ବର୍ଗ ଭାବରେ ଏହି ଗୋଷ୍ଠୀର ବିକାଶ ଆରମ୍ଭ ହେଲା । ଏହା ସହିତ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଘଟିଲା । ଜାତୀୟତାବାଦୀ ନେତୃତ୍ୱ ଓଡ଼ିଆ ଜାତିକୁ ଭାରତୀୟ ମହାଜାତିର ଏକ ଅଭିନ୍ନ ଅଂଶ ରୂପେ ଦେଖୁଥିଲା ଏବଂ ପ୍ରାନ୍ତୀୟ ଉନ୍ନତି ସର୍ବଦା ମହାଜାତି ଭାରତର ଗଠନରେ ପରିପୂରକ ହେବ ବୋଲି ଯୁକ୍ତି କରୁଥିଲା । ନେତୃତ୍ୱର ଏହି ଦୃଷ୍ଟିକୋଣ ଜାତୀୟତାର ଉନ୍ମେଷକୁ ଦିଗ୍‍ଦର୍ଶନ ଦେଲା ।

ଶିକ୍ଷା   ଊନବିଂଶ ଶତାବ୍ଦୀର ଜାତୀୟତାବାଦୀ ବୁଦ୍ଧିଜୀବୀ ଦୃଷ୍ଟିରେ ସାମାଜିକ ଉନ୍ନତି ସକାଶେ ଶିକ୍ଷା ହେଲା ଏକ ଅତି ଆବଶ୍ୟକ ଉପାଦାନ । ଆଧୁନିକ ଶିକ୍ଷା ଲାଭ କରିବା ପରେ ବୁଦ୍ଧିଜୀବୀମାନେ ଭଲ ଭାବେ ବୁଝି ପାରିଲେ ଯେ, ଶିକ୍ଷାର ଅଭାବଯୋଗୁଁ ଜାତି ପଛେଇ ଯାଇଛି । ତେଣୁ, ସେମାନେ ଶିକ୍ଷାର ପ୍ରସାରଲାଗି ଆପ୍ରାଣ ଉଦ୍ୟମ କଲୋ ଏହି ପ୍ରକ୍ରିୟାରେ ସେମାନେ ସରକାର ଓ ଅନ୍ୟ ଧନାଢ଼୍ୟ ବର୍ଗକୁ ଶିକ୍ଷାନୁଷ୍ଠାନମାନ ପ୍ରତିଷ୍ଠା କରିବାକୁ ପ୍ରବର୍ତ୍ତାଇଲେ; ଅନେକ ସମୟରେ ନିଜେ ଶିକ୍ଷକ ହୋଇ ଶିକ୍ଷାଦାନ କଲେ; ପୁଣି କେତେକ ସ୍ଥଳରେ ବ୍ୟକ୍ତିଗତ ଉଦ୍ୟମରେ ସ୍କୁଲ୍‍ମାନ ଆରମ୍ଭ କଲେ । ଫକୀରମୋହନ ନିଜ ସାମାଜିକ ଜୀବନର ଆରମ୍ଭ କାଳରେ ଅନେକ ବର୍ଷ ଧରି ବାଲେଶ୍ୱରର ଏକାଧିକ ସ୍କୁଲ୍‍ରେ ଶିକ୍ଷକତା କରିଥିଲେ । ଶିକ୍ଷକ ଭାବରେ ସେ କେବଳ ଗାଁ ପିଲାଙ୍କୁ ନିୟମିତ ସ୍କୁଲ୍‍ ଆସିବାକୁ ପ୍ରେରଣା ଦେଉନଥିଲେ, ତା' ସହିତ କେତେକ ଦରିଦ୍ର ପିଲାଙ୍କର ସ୍କୁଲ୍‍ ଦରମା ମଧ୍ୟ ନିଜେ ବହନ କରୁଥିଲେ । ଆଧୁିନିକ ଓଡ଼ିଆ ସାହିତ୍ୟର ଅନ୍ୟ ଜଣେ କର୍ଣ୍ଣଧାର ମଧୁସୂଦନ ରାଓ (୧୮୫୩-୧୯୧୨) ଥିଲେ ଜଣେ ପ୍ରତିବଦ୍ଧ ଶିକ୍ଷକ । କଟକ ଥିଲା ତାଙ୍କ କର୍ମକ୍ଷେତ୍ର । ପ୍ରତିବଦ୍ଧ ଶିକ୍ଷକର ପିଢ଼ି ତିଆରି କରିବା ତାଙ୍କପାଇଁ ଥିଲା ଏକ ଜାତୀୟ କାର୍ଯ୍ୟ । ଏଥିପାଇଁ ସେ 'ଶିକ୍ଷାବନ୍ଧୁ' ନାମରେ ଏକ ପତ୍ରିକା ମଧ୍ୟ ପ୍ରକାଶନ କରୁଥିଲେ । ଅନ୍ୟ ଜଣେ ବିଶିଷ୍ଟ କବି ରାଧାନାଥ ରାୟ(୧୮୪୮-୧୯୦୮) ସ୍କୁଲ୍‍ ନିରୀକ୍ଷକ ରୂପେ କାର୍ଯ୍ୟକରି ଓଡ଼ିଶାରେ ଅନେକ ସ୍କୁଲ୍‍ ସ୍ଥାପନରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ପ୍ୟାରିମୋହନ ଆଚାର୍ଯ୍ୟ{{right|ଓଡ଼ିଶା ଇତିହାସ . ୨୧୭