ପୃଷ୍ଠା:Odishara Itihas.pdf/୧୪୫

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨୩
ଷଷ୍ଠ ଅଧ୍ୟାୟ

ମୁସଲମାନମାନେ ଓଡ଼ିଶାରେ କୌଣସି ବକ୍ତ ପ୍ରସ୍ତୁତ କରିଥିଲେ କି ନାହିଁ ସେଥିର କୌଣସି ନିଦର୍ଶନ ଆମ୍ଭେମାନେ ପ୍ରାପ୍ତ ହୋଇ ନାହୁଁ । ମୁର୍ଶିଦ କୁଲି ଖାଁ ଓଡ଼ିଶାରୁ ବଙ୍ଗଦେଶ ପର୍ଯ୍ୟନ୍ତ ଡ଼ାକ ଚଳାଇଥିବାର ଲିଖିତ ଅଛି । କିନ୍ତୁ ସେ କିପରି ଡ଼ାକ, ଆମ୍ଭେମାନେ ତାହା ବିଶେଷରୂପେ କହିବାକୁ ଅସମର୍ଥ ।
ଉତ୍କଳ ଭାଷା, ଗ୍ରନ୍ଥକାର ଓ ଜ୍ଞାନ‌ଚର୍ଚ୍ଚା—ଉତ୍କଳ ଭାଷା ଗଙ୍ଗାବଂଶୀୟ ରାଜାଙ୍କ ସମୟରେ ଉତ୍ପନ୍ନ ଓ ଉନ୍ନତ ହେବାକୁ ଆରବ୍‌ଧ ହୋଇ କ୍ରମେ ସେଥିର ଚର୍ଚ୍ଚା ବିଶେଷରୂପେ ବର୍ଦ୍ଧିତ ହୋଇଥିଲା । ଦେଶୀୟ ଲୋକେ ଅନେକେ କବିତା ଲେଖିବାର ଅଭ୍ୟାସ କରିଥିଲେ । ଅନେକ କବି ମଧ୍ୟ ଖ୍ୟାତନାମା ହୋଇ ଜାତ ହୋଇଥିଲେ । ସୁପ୍ରସିଦ୍ଧ କବି ଉପେନ୍ଦ୍ରଭଞ୍ଜ ଓ ଦୀନକୃଷ୍ଣଦାସ ମୁସଲମାନ୍‌ମାନଙ୍କ ଶାସନ ସମୟରେ ଓଡ଼ିଆ ଭାଷାରେ କବିତା ଲେଖିଥିଲେ । ଉପେନ୍ଦ୍ରଭଞ୍ଜ ଦିବ୍ୟସିଂଦ ଦେବଙ୍କ ସତେଇଶ ଅଙ୍କରେ ‘ରସଲେଖା’ ପୁସ୍ତକ ରଚନା କରିଥିଲେ ବୋଲି ଭଣିଅଛନ୍ତି । କୌଣସି ଓଡ଼ିଶା ରାଜାଙ୍କ ୨୭ ଅଙ୍କ ୨୧ ବର୍ଷ ହେଉଅଛି । ଓଡ଼ିଶାର ତିନି ଦିବ୍ୟସିଂହ ରାଜାଙ୍କ ମଧ୍ୟରୁ ପ୍ରଥମ ଦିବ୍ୟସିଂହଙ୍କ (୧୬୯୦-୧୭୧୩) ବ୍ୟତୀତ ଆଉ କେହି ଏକୋଇଶ ବର୍ଷ ରାଜତ୍ୱ କରି ନାହାନ୍ତି । ଉପେନ୍ଦ୍ରଭଞ୍ଜ ଗଞ୍ଜାମର ଅନ୍ତଃପାତୀ ଘୁମୁଷର ଗଡ଼ର ରାଜା ଥିଲେ । ସେ ୫୨ ଖଣ୍ଡି ଛାନ୍ଦପୋଥି ଓ ଅସଂଖ୍ୟ କ୍ଷୁଦ୍ର କ୍ଷୁଦ୍ର କବିତା ରଚନା କରିଅଛନ୍ତି । ବୈଦେହୀଶବିଳାସ ତାଙ୍କର ଉତ୍କୃଷ୍ଟ କାବ୍ୟ ବୋଲି ଦେଶରେ ପ୍ରସିଦ୍ଧ । ତାଙ୍କ ରଚନାର ଅଧିକାଂଶ ଭାଗ ଅଶ୍ଳୀଳ ଓ ଶବ୍ଦାଡ଼ମ୍ବରରେ ପରିପୂରିତ । ସେ ଭାବ ଅପେକ୍ଷା ଶବ୍ଦଚାତୁର୍ଯ୍ୟର ଅଧିକ ପ୍ରିୟ ଥିଲେ । ଆଧୁନିକ ଭାବପ୍ରିୟ ଶତାବ୍ଦୀକୁ ତାଙ୍କର ଶବ୍ଦାଡ଼ମ୍ୱରଯୁକ୍ତ କବିତାଚୟ ରୁଚିସଙ୍ଗତ ହେଉ ନାହଁ; ମାତ୍ର ଉପେନ୍ଦ୍ରଙ୍କ ପ୍ରଶଂସାରେ ଆହୁର ପଦେ ବକ୍ତବ୍ୟ ଏହି ଯେ, ସେ ଯେଉଁଠାରେ ସରଳ ବାକ୍ୟମାନ ବ୍ୟବହାର କରି ରଚନା କରିଅଛନ୍ତି, ସେ ସ୍ଥଳମାନ ମଧୁର ଓ ଭାବ‌ଯୁକ୍ତ ହୋଇଅଛି । ଫଳତଃ ଉପେନ୍ଦ୍ରଭଞ୍ଜଙ୍କର କବିତ୍ୱଶକ୍ତି ଊଣା ନ ଥିଲା; ମାତ୍ର ସଦ୍‌ରୂଚିର ଅଭାବ ଥିଲା । ଦୀନକୃଷ୍ଣଦାସ ଉପେନ୍ଦ୍ରଭଞ୍ଜଙ୍କର ସମକାଳୀନ ଥିଲେ ବୋଲି ଦେଶର ପ୍ରବାଦ ପ୍ରଚଳିତ ଅଛି । ସେ ଜଣେ ବୈଷ୍ଣବ ଥିଲେ । ରସକଲ୍ଲୋଳ ତାଙ୍କର ପ୍ରଧାନ ଗ୍ରନ୍ଥ । ରସକଲ୍ଲୋଳ ପରି ସୁଲଳିତ ରଚନା ଉତ୍କଳ ଭାଷାର ଅନ୍ୟ କୌଣସି ଗ୍ରନ୍ଥରେ ଦୃଷ୍ଟ ହୁଅଇ ନାହିଁ । ମଧ୍ୟ ଦୀନକୃଷ୍ଣଙ୍କ ରଚିତ ଆର୍ତ୍ତ‌ତ୍ରାଣ ପରି ଚଉତିଶା ଉତ୍କଳ ଭାଷାରେ ଅତି ବିରଳ ।
ଗଙ୍ଗାବଂଶୀୟ ରାଜାଙ୍କ ସମୟରୁ ଟୋଲ ରୀତିର ଅନୁକରଣରେ ଓଡ଼ିଆ ଶିକ୍ଷାର ସୁବିଧାର୍ଥ ଚାଟଶାଳୀମାନ ସୃଷ୍ଟ ହୋଇଥିବାର ଅନୁମିତ ହୁଅଇ । ନାୟକ