ବିଦଗ୍ଧ ଚିନ୍ତାମଣି/ଅପ୍ରାକୃତ ପ୍ରେମମୂର୍ତ୍ତି
ବିଦଗ୍ଧ ଚିନ୍ତାମଣି ଲେଖକ/କବି: ଅପ୍ରାକୃତ ପ୍ରେମମୂର୍ତ୍ତି |
ମଙ୍ଗଳାଚରଣମ୍-
ରାଗ । ମଙ୍ଗଳ ।
ପଞ୍ଚାଶବର୍ଣ୍ଣ ନିୟମ ।
ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧା ହରି ।
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ହେ । ୧ ।
ଆଦି ଅନାଦି କାରଣ ନିର୍ଗୁଣ ସଗୁଣ ।
ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ହେ । ୨ ।
ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ତୁହି ।
ଇଚ୍ଛାମୟ ସର୍ବଶକ୍ତିବନ୍ତ ତତ୍ତ୍ୱ ବିହି ଯେ । ୩ ।
ଈଶ ଶେଷାଦି ସେବକ ସେବ୍ୟ ଏକା ତୁହି ।
ଇଷ୍ଟ ଅଭୀଷ୍ଟଦ ଦୟାନିଧି ଭାବଗ୍ରାହୀ ହେ । ୪ ।
ଉତ୍ପତ୍ତି ପାଳନାନ୍ତ ତୋ ଭ୍ରୂଭଙ୍ଗୀ ବିକାରେ ।
ଉତପ୍ଳୁତ ତନ୍ତୁବାୟ ସୂତ୍ରପରକାରେ ଯେ । ୫ ।
ଉର୍ଣ୍ଣନାଭିବତ ଖେଳୁ ଇଚ୍ଛାଶକ୍ତି ବଳେ ।
ଉଦ୍ଭବ ହୋଇ ତୁ ଧର୍ମସ୍ଥାପୁ କାଳେକାଳେ ହେ । ୬ ।
ଋକ ଯଜୁ ସାମ ବହୁ[୧] ଶ୍ରୁତି ଶାସ୍ତ୍ର ଭେଦେ ।
ରୂପ ଗୁଣ ଯଶ ଅଛି ଅଶେଷ ସମ୍ପାଦେ[୨] ହେ । ୭ ।
ରୁଚିର ଚରଣ ନଖ ଛଟାର ମହିମା ।
ଋକ୍ଷ ସଂଖ୍ୟା କଳ୍ପେ କଳ୍ପି ନପାଇଲେ ସୀମା ହେ । ୮ ।
ଲୁବ୍ଧକ ତାରକ, ବ୍ରହ୍ମା ହର ଗର୍ବହର ।
ଲୁଟାଇପାର କୃପାରେ ମୁକତି ଭଣ୍ଡାର ହେ । ୯ ।
ଲୁଠ ଅଳି କରି କୋଳି ପାଇଁ ଯଶୋଦାଙ୍କୁ ।
ଲୋଳୁପ ଗୋପୀବଦନାମ୍ବୁଜପୀୟୂଷକୁ ହେ । ୧୦ ।
ଏମନ୍ତ ମହିମାବନ୍ତ ପ୍ରେମଭକ୍ତି ରସ ।
ଏକନିଷ୍ଠେ ଅଭିମନ୍ୟୁ କବି କରି ଆଶ ହେ । ୧୧ ।
(ଇଚ୍ଛାତ୍ରୟ:—୧;ଦୈନ୍ୟବୋଧିକା । ୨:ପ୍ରାର୍ଥନାମୟୀ । ୩;ଲାଳସାମୟୀ )
ଐରାବତ ଗତି ଅଣିମାଦି ଭୋଗ ମୁକ୍ତି ।
ଐଶ୍ୱର୍ଯ୍ୟାଦିରେ ମୋ ଚିତ୍ତ ନୋହିବ ଆସକ୍ତି ହେ । ୧୨ ।
ଔଷଧୀଶାନନ ହେ ମାଗୁଛି ପଦ ଧରି ।
ଓ କରିବି, ଆଲୋ ଦାସି, ଡାକିବେ କିଶୋରୀ ଯେ । ୧୩ ।
ଔଦାର୍ଯ୍ୟ ଗାମ୍ଭୀର୍ଯ୍ୟାଦି ନିପୁଣ ପାଦାଶ୍ରିତେ ।
ଔଷଧ ସେ ମୋର, ତୁମ୍ଭେ ବଶ ହେବ ସତେହେ । ୧୪ ।
ଅନନ୍ତ କୋଟି ବ୍ରହ୍ମାଣ୍ଡ ଈଶ୍ୱରୀ ଈଶ୍ୱର ।
ଅକୈତବ କରୁଣାକୁ ପରସ୍ପରେ କର ହେ । ୧୫ ।
ଅନନ୍ତ ସିଦ୍ଧି ମୋହର ତୁମ୍ଭ ପଦାର୍ଚ୍ଚିତ ।
ଅବିଘ୍ନେ ହେଉ ସର୍ବଦା ଆଜ୍ଞା କର ଦତ୍ତ ହେ । ୧୬ ।
ଅନୁକ୍ରମଣୀ—
କାମନା କଳପତରୁ ଚିନ୍ତାମଣି ନାମ ।
କଳ୍ପଛି କବିତ୍ୱେ ବର୍ଣ୍ଣିବାକୁ ତବ ପ୍ରେମ ହେ । ୧୭ ।
ଖଗପତି ପୂର୍ଣ୍ଣକର ଏ ମୋର ମାନସ ।
କ୍ଷିତିପାବନ ମଙ୍ଗଳ ବର୍ଣ୍ଣିବ ତୋ ଯଶ ହେ । ୧୮ ।
ଗୁଣଗ୍ରାହକେ ପାଇବେ ଚିନ୍ତିଲା ସୁପ୍ରେମ ।
ଗୀତ ହେବ ବିଦଗଧ ଚିନ୍ତାମଣି ନାମ ହେ । ୧୯ ।
ଘୃଣାରେ ଘୋଷିଲେ ନରେ ପାଇବେ ନିର୍ବାଣ ।
ଘୃତବତ ରସିଖୃଦକୁ ରବି ଜାଣ ହେ । ୨୦ ।
୮—୨ ବ୍ରହ୍ମା, କ, ଘ, ଚ, ଟ; ୧୩—୨ ଡାକିଲେ, କ, ଖ, ଟ; ୧୫—୨
ପରମ୍ପରା, କ, ଖ, ଗ, ଟ ।
ଉଆଁସ ଅନ୍ଧାର ଅଜ୍ଞାନକୁ ଏ ଚନ୍ଦ୍ରମା ।
ଉଇଁଲା ରବି ଏ ଧୀରଚକ୍ର ସୁଖସୀମା ହେ ।୨୧।
ଚନ୍ଦ୍ରରୁ ଶୀତଳ ସ୍ୱାଦୁ ସୂର୍ଯ୍ୟରୁ ବିମଳ ।
ଚରିତ ଗଙ୍ଗା ନିର୍ମଳ ସିନ୍ଧୁରୁ ଅଥଳ ହେ ।୨୨।
ଛଦ୍ମାର୍ଥିକ ଦମ୍ଭଧର ଚୂରଣକୁ ପବି ।
ଛଇଳ ଲୋକର ନବ ଗୁଣବତୀ ଛବି ହେ ।୨୩।
ଲକ୍ଷଣ କ୍ରମ:-
ଯମକାଦି ଚିତ୍ର କାବ୍ୟ ପ୍ରବନ୍ଧ ପ୍ରବନ୍ଧ ।
ଯଥାଜାତ ଧନ୍ଦା ଏଟି ବୁଧ ମନବୋଧ ହେ ।୨୪।
ବୁଧ ଅଜ୍ଞବୋଧକ :-
ଝଳି ମାର୍ଗ ପାଇବେ ପଥିକ ହେଲେ ଶ୍ରମୀ ।
ଝଗଡ଼ାବାଟେ ପଶିଲେ ମୂର୍ଖେ ହେବେ ଦମୀହେ ।୨୫।
ନ୍ୟାୟାଦି ଶାସ୍ତ୍ର ପୁରାଣ ବେଦାଗମ କାବ୍ୟ ।
ନ୍ୟାସ କଲା ଲୋକର ଏ ହୋଇବଟି ଭାବ୍ୟହେ ।୨୬।
ଟାଣ ଚଣା ଚର୍ବଣ ନା-ରଦ କଲା ପରି ।
ଟେକ ଓଜ ଭାଜିବ ଅବଶ୍ୟ ଶ୍ରମ କରି ହେ ।୨୭।
ଠକ ନୋହେ ଗୁରୁ କୃଷ୍ଣ ବଇଷ୍ଣବେ ଯେହୁ ।
ଠିକେ ଏଥି ମର୍ମ ଜାଣି ପାରିବେଟି ସେହୁ ହେ ।୨୮।
ଡାକି କହୁଛି ମୁଁ ରାଗମାର୍ଗ ଭକ୍ତଜନେ ।
ଡେରି କର୍ଣ୍ଣ ସସ୍ନେହତା କର ମୋ ବଚନେ ହେ ।୨୯।
ଢମପଣେ ବର୍ଣ୍ଣୁଛି ମୁଁ ଗୋବିନ୍ଦ ଚରିତ ।
ଢଗଢ଼ମାଳି ହେଲେହେଁ ସାକ୍ଷାତେ ଅମୃତ ହେ ।୩୦।
ଅମ୍ବୁ ଯେ ହେଉ ସେହେଉ ଶାଳଗ୍ରାମସ୍ନାନେ ।
ଅଗ୍ରାହ୍ୟ କାହାର ପାଦୋଦକ ନାମଜ୍ଞାନେ ହେ ।୩୧।
ତତ୍ତ୍ୱ ଏପରାୟେ ଭାବି ଏଗୀତେ ରସିବ ।
ତୁଚ୍ଛ ମୋ ବଚନୁ ଚ୍ୟୁତ ବୋଲି ନକରିବ ହେ ।୩୨।text
ଥୋକେ ସ୍ଥଳ ହେବ ଦ୍ରାକ୍ଷାଗୁଡ଼କୃତ ପାକ । ଥୋକେ ପାକ ନାରିକେଳ ଖର୍ଜୂରରୋଚକ ହେ ।୩୩। ଦିବ୍ୟ ଅଦିବ୍ୟ ଭାଷାରେ ପଦ ହେବ ସିଦ୍ଧି । ଦେଖ ମହାଜନମାର୍ଗ ପରମ୍ପରା ବିଧି ହେ ।୩୪। ଧ୍ରୁବ ଶବ୍ଦ ସାକ୍ଷାତ ଉପମା ଅନୁମାନ । ଧରି ବିଚାରିଲେ ହେବ ଏଥି ଅର୍ଥଜ୍ଞାନ ହେ ।୩୫। ନୀରସ ଗୋରସ ପରିପାକ ପରା ହୋଇ । ନିଷ୍ଥା ବେଳୁଁ ବେଳ ବୃଦ୍ଧି ହେବ ସ୍ୱାଦୁଦାୟୀ ହେ ।୩୬।
ସାଧୁସ୍ତୁତି :- ପ୍ରେମ ପରିପାକ ଧୀର ଘନ ପରାୟେତ । ପାଣି