ବୈଦେହୀଶ ବିଳାସ/ବରଷାକାଳ ଅନ୍ତକରେ ଶରଦ ବହି ଶିବ ଆଡ଼ମ୍ବର

ଉଇକିପାଠାଗାର ରୁ
Jump to navigation Jump to search
ବୈଦେହୀଶ ବିଳାସ ଲେଖକ/କବି: ଉପେନ୍ଦ୍ର ଭଞ୍ଜ
ତ୍ରୀଶ ଛାନ୍ଦ: ବରଷାକାଳ ଅନ୍ତକରେ ଶରଦ ବହି ଶିବ ଆଡ଼ମ୍ବର

ତ୍ରୀନଶ ଛାନ୍ଦ: ବରଷାକାଳ ଅନ୍ତକରେ ଶରଦ ବହି ଶିବ ଆଡ଼ମ୍ବର

ରାଗ-ବଂଗଳା ଶ୍ରୀ, ଚକ୍ରସିଂହାବଲୋକନ

ବରଷାକାଳ ଅନ୍ତ କରେ ଶରଦ ବହ ଶିବ ଆଡ଼ମ୍ବର ।
ବରଧୁତ ଘନାଘନ ଖଣ୍ଡକୃତେ କେଶରୀ ସରି ଆବର । ୧ l
ବର ପରାୟେ ନବକନ୍ୟଲଙ୍ଗଳେନ ବଢ଼ାଇ ଶୋଭା ପ୍ରବର |
ବରଣକୃତ ଭଜକପ୍ରଭାବବକୁ ନିର୍ମଳକାରୀ ଅମ୍ବର । ୨ ।
ବରଷଣ ଶ (ସ)ରେ କୃଷ୍ଣସାର ହଭେ ଯଥା ଲୁପ୍ଧକ-ଶବର ।
ବରଧନ ଲୀଳା ପୁଷ୍କରେ ତରଣୀ କରଇ ସେ କି ଧୀବର । ୩ ।
ବରଉଜ୍ଜଳ ଚନ୍ଦ୍ର ଶିରୀ ଜନ୍ମାଇ ଯେମନ୍ତ୍ ସରିତବର ।
ବରଗ ବରଗ ସୁମନା ଉତ୍‌ଫୁଲ୍ବକାରକେ କ ପିତାମ୍ବର । ୪ ।
ବରହେ ମଳିନ ଶିଖୀକି କରାଇ ହିମନ୍ତ ଅନୁଭାବର ।
ବରଣ ଭୂବନ ନିର୍ମଳ ରଚନେ ତୁଳ ସେ ପଦ୍ମଭବର | ୫ |
ବରଜବରଦ ରାମ ଏ ସମୟେ ବିଳମ୍ବରୁ ସୁଗ୍ରୀବର ।
ବରଗି ଦେଇ ସତ୍ତରେ ଆଣ ଯାଇ ଗମନ୍ତେ ସୀତା-ଦେବର l ୬ ।
ବରଛାଘାତିକ ପରି ବ୍ୟାକୁଳରେ ବୁଲନ୍ତି ଗିରିବିବର |
ବରବରନାକୁ ଖୋଜନ୍ତି ପୁଚ୍ଛନ୍ତି ଅଛନ୍ତି ଯେତେ ସ୍ଥାବର । ୭ ।
ବରଦ ହୋଇବା ଦେଖିଥ୍ଲେ କହ ଏମନ୍ତ ସୁନ୍ଦରୀବର ।
ବରଜବରଜ ଜହିଁ ଶୋଭାବତୀ ନାହିଁ ସେ ସୁରନବର । ୮ ।
ବରନୀୟ କି ବହୁମୂଲ୍ୟ ଦୁକୂଳ ବନ୍ଧୁ ଅନ୍ୟ ସ୍ତିରିବର ।
ବରବରଣିନୀ ହରିଦ୍ରା ବୋଲଇଲା ଛୁଇଁ ଯାହା କଳେବର । ୯ ।
ବରନେ ନିଊନ ହେମଭୁଷାମାନ ନୂହଇ କ୍ଷୀଣ ପୀତର ।
କର ଚୀନ ଜଡ଼ି ଅଙ୍ଗେ ବ୍ୟକ୍ତ ଧଡ଼ି ଥିବାରୁ ପୀତ ଅମ୍ବର । ୧୦ ।
ବରଟା ଗତିରେ ଶରଣ ପଶିଛି ସେଲାବଣ୍ୟ ସରୋବର ।
ବରନତମ୍ବା ବତନ ତାମରସ ବିକାଶ ରାତ୍ରୀ ଦିବର । ୧୧ ।
ବରଧମାନ ହେଉଥାଇ ନ ତୁଟି ସର୍ବଦା ପ୍ରେମଶମ୍ବର ।
ବରତ୍ତମାନରେ ତାହା ଅସ୍ୱାଦନବିହିନେ ଆନ ତୁବର । ୧୨ ।
ଉନବିଂଶ ଛାନ୍ଦ
ବରତବି କେହିତୋ ବିଛୋଦେ ମୁଂହିଁ ହେଉଅଛୁ ହରବର ।
ବରଳ ସମାନ ଘାତ କରୁଅଛୁ ଫୁଲଶରେ ରତିବର । ୧୩ ।
ବରତ ପାଳନା ମୋ ଏକ ଲଳନା ହେଲଦିନ୍ତୁ ସ୍ୱୟମ୍ବର ।
ବରତ ଭାବରତନ ମୁଁ ଦାସ ରତନ ଅର୍ଥେ କବର I ୧୪ |
ବରତୀ ବାଳାମୂରତି ନେତ୍ରେ ରୋଗେ ଜୀବନ ସେ ମୋ ଜୀବର ।
ବରହିଣ-ପୁଚ୍ଛ ଢୁଚ୍ଛକ-କୁନ୍ତଳା ଲୋଭୋ ଦିଅନ୍ତେ କେ ବର । ୧୫ ।
ବର ଏତେ ଦେହ ମନେ ରହୁ ମନ ଯେମନ୍ତ ଅବ୍ଦୟକର ।
ବରବନୀଂନୀପାଶରେ ପରବେଶ ତୃଅନ୍ତ ଏକ ଲବର | ୧୬ ।
ବରହୀରୁପ ବିରହ ହୃଦୟବେନ ଜାଳିବା କାମଦେବର |
ବରଷି ଆହା ବାଣୀ ଭାବଜଳକୁ ଲିଭାନ୍ତା କାନ୍ତା ଜବର । ୧୭ ।
ବରତିକ ଆଦି ପକ୍ଷୀ ଅଛ ପକ୍ଷ ଦେଲେ ଉଡ଼ନ୍ତି ଦିବର ।
ବରଷ ମଧ୍ହେ ଲୁଚାଇଥିବ କେହି ମିଳନ୍ତି ବନ୍ଧୁ ଠାବର । ୧୮ ।
ବରଆରୋହା ତନୁ ଭିନ୍ନ, ଭରେଟି ହର ହେଲେ ଦିଗମ୍ବର |
ବରଷକ କ୍ଷଣ ହେବା ତାହା ଭିନ୍ନେ ବଡ଼ ନିକି ମାନକର । ୧୯ ।
ବରତି ପ୍ରଅଦ୍ୟେ ମୋ ଦୁର୍ଦଶା ରତି ବିଛେଦେ ହୋଇ ସମ୍ବର ।
ବରଜନ କିପା ଅତନୁ ହେବାର କଲା ଜଡ ବେଦବର । ୨୦ ।
ତ୍ରୀନଶ ଛାନ୍ଦ
ବରଅଙ୍ଗୀ-ଅଙ୍ଗେ ମିଶନ୍ତି ପୁଣି ତା କରି ଭାବେ ସ୍ବାଭାବବର ।
ବରତ କି କରି କାହଁି ଝାସିଥିଲ ଅଜଣା ସେ ପୁରବର । ୨୧ |
ବର ଶବ୍ଦ ପାଦ ଆଦ୍ୟ ପ୍ରାନ୍ତ ଛାନ୍ଦ ବୁଧରଞ୍ଜନଭାବର ।
ବରତେ ଚକ୍ରସିଂହାବାଲେକେ କହେ ଉପଇନ୍ଦ୍ର ବୀରବର । ୨୨ ।