ଜୟ ଜୟ ସରସ୍ଵତୀ
ଦେଖଣା
←ଜୟ ଜୟ ଜଗନ୍ନାଥ ଜୟ ଲକ୍ଷ୍ମୀପତି | ବିଚିତ୍ର ରାମାୟଣ ଲେଖକ/କବି: ଆଦ୍ୟକାଣ୍ଡ |
ଜୟ ଜୟ ଦେବୀ ମା ଗୋ ଜୟ କଟକ ଚଣ୍ଡୀ→ |
ଜୟ ଜୟ ସରସ୍ୱତୀ
ସରସ୍ବତୀଙ୍କ ବନ୍ଦନା
ଜୟ ଜୟ ସରସ୍ୱତୀ ଗୋ ଜୟ ଦେବୀ ଶାରଦା ।
ତୋତେ ଯେହୁ ଆଶ୍ରେ କରନ୍ତି ଦେଉ ଅନେକ ବିଦ୍ୟା ॥୧॥
ତୋହର କରୁଣା ହୋଇଲେ ମୂର୍ଖ ହୁଏ ପଣ୍ଡିତ ।
ଏବେ ମୋହ କଣ୍ଠେ ବସିଣ କହ ରାମ ଚରିତ ॥୨॥
ଏ ଶ୍ରୀ ରାମ ନାମ ଗୁପତେ ଥିଲା ସାମବେଦରେ ।
ଚତୁର୍ମୁଖ ବ୍ରହ୍ମା ଜାଣିଣ ଭାବୁଥାନ୍ତି ମନରେ ॥୩॥
ମୂଳ ମନ୍ତ୍ର ବୀଜ ଏହିଟି ଆଦ୍ୟକାଣ୍ଡର ରସ ।