ପ୍ରଥମ ପୁରୁଷ

ଉଇକିପାଠାଗାର‌ରୁ
ପ୍ରଥମ ପୁରୁଷ
ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ



ପ୍ରଥମ ପୁରୁଷ
ଜଗନ୍ନାଥ ପ୍ରସାଦ ଦାସଙ୍କ କବିତାବହି

ପ୍ରକାଶକ : ଟାଇମ୍ ପାସ୍




ପ୍ରଥମ ସଂସ୍କରଣ : ୧୯୭୧
ଦ୍ୱିତୀୟ ସଂସ୍କରଣ : ୧୯୮୧
ତୃତୀୟ ସଂସ୍କରଣ : ୨୦୧୪







pratham purush
odia poetry
by jagannath prasad das

published & printed by timepass
950 (P), green villa, nk marg. baramunda, bhubaneswar

cover design: satyajit ray
third impression: 2014

₹ 95.00


ଉପସ୍ଥାପନା ୦୪
ପରିଶିଷ୍ଟ ୧ : ଦଶକାନ୍ତ ବିଚାର ୬୫
ପରିଶିଷ୍ଟ ୨: ସମୀକ୍ଷା ୭୨
ପରିଶିଷ୍ଟ ୩: ସମୟାନୁକମ ୭୯

ପ୍ରଥମ ପୁରୁଷ
କବଚ ୦୭
ଗୋଟିଏ ଫୁଲର ନାଁ ୧୦
ଦର୍ପଣ ୧୨
ମୁଖା ୧୫
ପ୍ରଥମ ପ୍ରେମ ୧୮
ଶିବ ୨୦
ପ୍ରତୀକ୍ଷା ୨୨
ପ୍ରିୟତମା ତମକୁ ୨୫
ପ୍ରହରୀ ୨୭
ଘର ବାହୁଡା ୨୯
ଚଉମୁହାଣି ୩୧
କୋଠରୀ ୩୪
ବିଜେତା ୩୬
ଗୋପନୀୟ ସତ୍ୟ ୩୯
ରାସ୍ତା ୪୨
ସହର ୪୪
ମଝିରାତି ୪୬
ସ୍ୱପ୍ନ ୪୯
ପୂର୍ବ ପୁରୁଷ ୫୧
ଦେବୀ ୫୩
ଠିକଣା ୫୫
ଅନ୍ୟ ଦିନ ୫୭
ଝରକା ୫୯
ଶେଷ ସୀମାନ୍ତ ୬୧

ଉପସ୍ଥାପନା

'ପ୍ରଥମ ପୁରୁଷ’ ଜଗନ୍ନାଥ ପ୍ରସାଦ ଦାସଙ୍କ ପ୍ରଥମ କବିତା ସଂକଳନ । ଏହା ପ୍ରଥମେ ପ୍ରକାଶିତ ହୋଇଥିଲା ୧୯୭୧ରେ । ପୃଷ୍ଠା ସଂଖ୍ୟା ୫୬ । ଏହାର ପ୍ରଚ୍ଛଦ ଆଙ୍କିଥିଲେ ଭାରତୀୟ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ସତ୍ୟଜିତ୍ ରାୟ ।

୪୦ ବର୍ଷରୁ ଅଧିକ ସମୟ ତଳେ ପ୍ରକାଶିତ 'ପ୍ରଥମ ପୁରୁଷ'ର ପାଠକୀୟ ଆବେଦନ ଏହା ମଧ୍ୟରେ ତିଳେ ହ୍ରାସ ପାଇନାହିଁ । ‘ପ୍ରଥମ ପୁରୁଷ’ ଏକ ସର୍ବକାଳୀନ ସାହିତ୍ୟକୃତିର ମାନ୍ୟତା ଲାଭ କରିଛି ବୋଲି କୁହାଯାଇପାରେ । ‘ପ୍ରଥମ ପୁରୁଷ' ପ୍ରକାଶିତ ହେବା ସମୟକୁ ସଚ୍ଚି ରାଉତରାୟ, ଗୁରୁପ୍ରସାଦ ମହାନ୍ତି, ରମାକାନ୍ତ ରଥଙ୍କର ଓଡ଼ିଆ କାବ୍ୟ ଆକାଶରେ ଆବିର୍ଭାବ ଘଟି ସାରିଲାଣି । ଜଗନ୍ନାଥ ପ୍ରସାଦଙ୍କ 'ପ୍ରଥମ ପୁରୁଷ' - ତାଙ୍କର ପରବର୍ତ୍ତୀ କବିତା ସଂକଳନସବୁକୁ ଏହି କବିମାନଙ୍କ କୃତିର ପରିପୂରକ ଭାବରେ ଗ୍ରହଣ କରାଯାଇପାରେ, ଯଦିଓ ଜଗନ୍ନାଥ ପ୍ରସାଦଙ୍କ କବିତା ଏ ପ୍ରତ୍ୟେକ କବିଙ୍କ କବିତାଠାରୁ ସ୍ୱତନ୍ତ୍ର ।

'ପ୍ରଥମ ପୁରୁଷ' ପୁଣିଥରେ ପାଠକମାନଙ୍କ ନିକଟରେ ପହଞ୍ଚୁ, ଏହାର ପୁନଃ ପ୍ରକାଶନର ଏହା ହିଁ ଲକ୍ଷ୍ୟ । ଯେକୌଣସି ସଫଳ କବିତା ପ୍ରଥମେ ଆନନ୍ଦ ଦିଏ; ପରେ ଏହାର ବ୍ୟାଖ୍ୟା ବା ତର୍ଜ୍ଜମା କରାଯାଇପାରେ । ୧୯୭୧ଠାରୁ ୨୦୧୪ ମଧ୍ୟରେ ଜଗନ୍ନାଥ ପ୍ରସାଦଙ୍କ ସୃଜନ ପ୍ରତିଭା ଯେଭଳି ବହୁଧା ବିକଶିତ ଓ ବିସ୍ତାରିତ, ତାହାର ଆଲୋଚନା ଏଠାରେ ପ୍ରାସଙ୍ଗିକ ନୁହେଁ । ତାଙ୍କ ସମ୍ପର୍କରେ ଲିଖିତ / ସଙ୍କଳିତ ପୁସ୍ତକମାନଙ୍କରେ ତାହା କେତେକାଂଶରେ କରାଯାଇଛି । 'ପ୍ରଥମ ପୁରୁଷ’ରେ ପାଠକମାନେ ସେଦିନର ପଞ୍ଚତିରିଶି ବର୍ଷ ବୟସ୍କ ସେହି ତରୁଣ କବିଙ୍କୁ ଭେଟନ୍ତୁ - ଓ ତାଙ୍କ ମଧ୍ୟରେ ନିଜ ତାରୁଣ୍ୟକୁ ଆବିଷ୍କାର କରନ୍ତୁ । ଏପରି ସମ୍ଭାବନାଟିଏ ଏ ସଂକଳନର ପୁନଃପ୍ରକାଶର ମୁଖ୍ୟ ଉଦ୍ଦେଶ୍ୟ ।

‘ପ୍ରଥମ ପୁରୁଷ'ର ମୂଳପାଠ ସହିତ ଅଧାପିକା ଗିରିବାଳା ମହାନ୍ତିଙ୍କ ମୂଲ୍ୟବାନ ମନ୍ତବ୍ୟ ତଥା ସଙ୍କଳନ ସମ୍ପର୍କରେ ଲିପିବଦ୍ଧ କେତେକ ତଥ୍ୟ ପାଠକମାନଙ୍କର ସହାୟକ ହେବ, ଏହା ନିଃସନ୍ଦେହ ।

ଗଣେଶ୍ୱର ମିଶ୍ର
ଗଜପତି ନଗର, ଭୁବନେଶ୍ୱର-୫