ଓଡ଼ିଶା ଇତିହାସ
ଓଡ଼ିଶା ଇତିହାସ (୨୦୧୧) ଲେଖକ/କବି: |
ଓଡ଼ିଶା ଇତିହାସ→ |
ଲେଖକମଣ୍ଡଳୀ :
ଅତୁଳଚନ୍ଦ୍ର ପ୍ରଧାନ
ସଦାଶିବ ପ୍ରଧାନ
ପ୍ରୀତୀଶ ଆଚାର୍ଯ୍ୟ
ଶିଶିର କୁମାର ପଣ୍ଡା
ବସନ୍ତ କୁମାର ମଲ୍ଲିକ
ଚଣ୍ଡୀପ୍ରସାଦ ନନ୍ଦ
ପ୍ରମୋଦ କୁମାର ମହାନ୍ତି
ସୂର୍ଯ୍ୟକାନ୍ତ ନାଥ
ପୁନର୍ଲିିଖନ ଓ ସଂପାଦନା :
ପ୍ରୀତୀଶ ଆଚାର୍ଯ୍ୟ
ଓଡ଼ିଶା ଇତିହାସ
ପ୍ରକାଶକ : ଆମ ଓଡ଼ିଶା
୪ ଆର୍ ୧/୨, ଇଉନିଟ୍-୩
ଭୁବନେଶ୍ୱର-୭୫୧୦୦୧
ମୁଦ୍ରଣ : ଶ୍ରୀରାମ ସ୍କ୍ରିନ୍ ପ୍ରିଣ୍ଟିଂ
ଭୁବନେଶ୍ୱର-୭
ପ୍ରଥମ ସଂସ୍କରଣ : ଅଗଷ୍ଟ, ୨୦୧୧
ଦ୍ୱିତୀୟ ପୁନର୍ମୁଦ୍ରଣ : ଫେବ୍ରୁଆରି, ୨୦୧୪
© ଆମ ଓଡ଼ିଶା
ପ୍ରଚ୍ଛଦ : ଶଶିକାନ୍ତ ରାଉତ
ମୂଲ୍ୟ : ଟ.୧୭୦/-
ODISHA ITIHASA
Publisher : Aama Odisha
4R 1/2, Unit-3,
Bhubaneswar-751001
e-mail : aamaodisha@gmail.com
Printed at : Sriram Screen Printing
Bhubaneswar-7
1st edition : August, 2011
2nd reprint : February, 2014
© Aama Odisha
Cover : Sashikant Rout
Price : ₹ 170/-
ISBN: 81-89436-12-0
ଓଡ଼ିଶାର ବିବିଧ ବିଷୟରେ ଓଡ଼ିଆ ପୁସ୍ତକ ସୁଲଭ ମୂଲ୍ୟରେ ସାଧାରଣ ପାଠକଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ନେଇ "ଆମ ଓଡ଼ିଶା'ର ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହା ଦ୍ୱାରା ଓଡ଼ିଶାର ଭାଷା, ସାହିତ୍ୟର ସୁରକ୍ଷା ସହିତ ଓଡ଼ିଶାକୁ ଚିହ୍ନି ଭଲପାଇବାର ସଂକଳ୍ପ ସଫଳ ହେବ ବୋଲି ଆମର ଆଶା । ଭାଷା ଓ ଜାତିର ପରିଚୟ ପାଇଁ ଯେଉଁ କେତେଗୁଡ଼ିଏ ମୌଳିକ ପୁସ୍ତକର ଆବଶ୍ୟକତା ଅଛି, ସେଗୁଡ଼ିକ ମଧ୍ୟରୁ ଅଭିଧାନ, ବ୍ୟାକରଣ ଓ ଇତିହାସ ପୁସ୍ତକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅତୀତକୁ ନ ଜାଣିଲେ ବର୍ତ୍ତମାନକୁ ବୁଝି ହେବନାହିଁ କି ଭବିଷ୍ୟତ ପାଇଁ ସୁଚିନ୍ତିତ ଯୋଜନା କରିହେବ ନାହିଁ । ମୋର କାହିଁକି ମନେ ହେଉଛି, ଓଡ଼ିଶାର ଯାବତୀୟ ଜାତୀୟ ସମସ୍ୟା ପାଇଁ ଅତୀତ-ସଚେତନତାର ଅଭାବ ଅନେକ ପରିମାଣରେ ଦାୟୀ । ଏହା ଆମ ସମସ୍ତଙ୍କ ପାଇଁ ଏକ ବିଡ଼ମ୍ବନା । କାରଣ ଓଡ଼ିଶାର ଅତୀତକୁ ନେଇ ଆମେ ସାଧାରଣତଃ ଗର୍ବ କରିଥାଉ, ଅଥଚ ସାଧାରଣରେ ଆମର ଆବଶ୍ୟକ ଅତୀତ-ସଚେତନତା ନାହିଁ । ଏହାର ମୂଳ କାରଣ ହେଲା, ସ୍କୁଲ୍ ପାଠ୍ୟକ୍ରମରେ ଓଡ଼ିଶାର ଇତିହାସ ସଂପର୍କରେ ପିଲାମାନଙ୍କୁ ବିଶେଷ କିଛି ପଢ଼ିବାପାଇଁ ଦିଆଯାଉ ନାହିଁ । ନିଜସ୍ୱ ଉଦ୍ୟମରେ ଜଣେ କିଛି ଜାଣିବାକୁ ଚାହିଁଲେ ମଧ୍ୟ ଏକ ସଂକ୍ଷିପ୍ତ ଇତିହାସ ବହି ସହଜରେ ଓ ସୁଲଭ ମୂଲ୍ୟରେ ମିଳୁ ନ ଥିବାରୁ ତାହା ସମ୍ଭବ ହେଉ ନାହିଁ ।
ଓଡ଼ିଶାର ଅତୀତକୁ ସହଜରେ ଜାଣିବାପାଇଁ ଏକ ସଂକ୍ଷିପ୍ତ ଅଥଚ ପୂର୍ଣ୍ଣାଙ୍ଗ ଇତିହାସ ପୁସ୍ତକ ପ୍ରକାଶ କରିବାର ଯୋଜନା ଆମର ବହୁ ଦିନରୁ ଥିଲା । ଏଥିପାଇଁ ଓଡ଼ିଶାର ବିଶିଷ୍ଟ ଐତିହାସିକମାନଙ୍କୁ ନେଇ ଏକ ଲେଖକମଣ୍ତଳୀ ଗଠନକରି ସେମାନଙ୍କୁ ଏହି ଦାୟିତ୍ୱ
ମାତ୍ର ସେମାନଙ୍କ ଦ୍ୱାରା ଲିଖିତ ବିଭିନ୍ନ କାଳଖଣ୍ତର ଇତିହାସକୁ ଏକାଠି କରି ପାଣ୍ତୁଲିପି ପ୍ରସ୍ତୁତ କଲା ପରେ ମୋର କାହିଁକି ମନେହେଲା ଯେ ଏହା ସାଧାରଣରେ ବ୍ୟବହାର ଉପଯୋଗୀ ହେବ ନାହିଁ । ଏହାର ପ୍ରଧାନ କାରଣ ହେଲା, ଏହା ଭିନ୍ନ ଭିନ୍ନ ଲେଖକଙ୍କ ନିଜସ୍ୱ ଭାଷା ଶୈଳୀରେ ଲେଖାଯାଇଛି ଏବଂ ପାଣ୍ତୁଲିପିଟି ଓଡ଼ିଶାର ଏକ ପୂର୍ଣ୍ଣାଙ୍ଗ ଓ ଏକକ ଇତିହାସ ନ ହୋଇ ଏକ ପ୍ରବନ୍ଧ ସଂକଳନ ପରି ମନେହେଉଛି । ଏଣୁ ଏହି ପାଣ୍ତୁଲିପିର ପୁନର୍ଲିିଖନ ପାଇଁ ମୁଁ ଶ୍ରୀ ପ୍ରୀତୀଶ ଆଚାର୍ଯ୍ୟଙ୍କୁ ଅନୁରୋଧ କରିଥିଲି । ଶ୍ରୀ ଆଚାର୍ଯ୍ୟ ବହୁ ଶ୍ରମ ସ୍ୱୀକାର କରି ଏହାକୁ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ମୁଁ ତାଙ୍କୁ ମୋ ତରଫରୁ ଓ ଲେଖକମଣ୍ତଳୀ ତରଫରୁ ଆନ୍ତରିକ କୃତଜ୍ଞତା ଜଣାଉଛି । ଏହି ସାଧୁ ଉଦ୍ୟମ ପାଇଁ ଓଡ଼ିଶାର ଇତିହାସପ୍ରେମୀ ପାଠକମାନେ ତାଙ୍କୁ ସବୁଦିନେ ମନେ ରଖିବେ ବୋଲି ମୋର ବିଶ୍ୱାସ ।
ତେବେ ଇତିହାସ ନିର୍ଦ୍ଦିଷ୍ଟ ଓ ସୀମିତ କାଳଖଣ୍ତର ବର୍ଣ୍ଣନା ହୋଇଥିଲେ ମଧ୍ୟ ଇତିହାସ ଲେଖାର ଅନ୍ତ ନାହିଁ । ପରିବର୍ତ୍ତିତ ପରିସ୍ଥିତିକୁ ନେଇ ଅତୀତକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରିବାର ଅଭ୍ୟାସ ସବୁବେଳେ ଆମ ବୌଦ୍ଧିକ ସମାଜର ରହି ଆସିଛି । ସେ ଦୃଷ୍ଟିରୁ ଏହି ଇତିହାସ ପୁସ୍ତକ ପୂର୍ଣ୍ଣାଙ୍ଗ କି ଚୂଡ଼ାନ୍ତ ନୁହେଁ । ଏହାର ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ । ଓଡ଼ିଶାର ଇତିହାସ ସଂପର୍କରେ ପାଠକମାନଙ୍କୁ ସଚେତନ କରାଇବା ପାଇଁ ଏହା ଏକ କ୍ଷୁଦ୍ର ପ୍ରୟାସ ମାତ୍ର । ଏହି ଉଦ୍ଦେଶ୍ୟ ସଫଳ ହେଲେ ଆମ ଉଦ୍ୟମ ସାର୍ଥକ ହେବ । ଏହାକୁ ଅଧିକ ଉପାଦେୟ କରିବାପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ବା ପରାମର୍ଶ ଦେବାପାଇଁ ମୁଁ ଓଡ଼ିଶାର ଇତିହାସପ୍ରେମୀ ସୁଧୀବୃନ୍ଦଙ୍କୁ ଅନୁରୋଧ କରୁଛି ।
-- ସୌମ୍ୟରଂଜନ ପଟ୍ଟନାୟକପ୍ରାକ୍କଥନ
ଏମିତିରେ ଏହି ପୁସ୍ତକକୁ ଓଡ଼ିଶାର ସଂପୂର୍ଣ୍ଣ ଇତିହାସ ବୋଲି କହିବା ଅସମୀଚୀନ ହେବ । ଇତିହାସର ବିଷୟବସ୍ତୁ ଆଜି ଖୁବ୍ ବ୍ୟାପକ । ରାଜନୀତି ବାହାରେ ସମାଜ, ଅର୍ଥନୀତି, ସଂସ୍କୃତି, ବିଜ୍ଞାନ, ଗଣିତ, ଭୂଗୋଳ, ରସାୟନ ଆଦି ସବୁ କିଛି ଇତିହାସର ବିଷୟବସ୍ତୁ । ପୁଣି, ମଣିଷ ବ୍ୟତୀତ ଗଛଲତା, ପଶୁପକ୍ଷୀ, ନଦୀନାଳ ବି ଇତିହାସର ପ୍ରସଙ୍ଗ । ସମସ୍ତଙ୍କୁ ନେଇ ଏହି ବିଶ୍ୱ, ଏହି ସମାଜ । ସଭିଙ୍କର ଅତୀତ ଅଛି ଏବଂ ସେହି ଅତୀତର ମୋଟ ଅଧ୍ୟୟନ ହେବ ଇତିହାସ । ଦ୍ୱିତୀୟ କଥା, ସଭିଙ୍କ ମଧ୍ୟରେ ଏକ ପାରସ୍ପରିକ ସଂପର୍କ ଅଛି । ସଂସ୍କୃତି ଓ ଅର୍ଥନୀତି ମଧ୍ୟରେ ଯେମିତି ସଂପର୍କ, ମଣିଷ ଓ ଗଛଲତା ମଧ୍ୟରେ ବି ସେମିତି ସଂପର୍କ । ଏତେ ବ୍ୟାପକ ପରିଧିର ଇତିହାସଟିଏ ରଚନାପାଇଁ ଦୃଷ୍ଟି ରହିବା କଥା, ଯଦିଓ ତା'ର ସୃଷ୍ଟି କଷ୍ଟକର ! ଏହା ଆପୋସ ସମ୍ବନ୍ଧକୁ ଦର୍ଶାଏ; ପରିପୂରକତାକୁ ସୁସ୍ପଷ୍ଟ କରେ । ଏହି ଦୃଷ୍ଟିରୁ ଦେଖିଲେ ଜଣାଯିବ ଯେ ଏ ପର୍ଯ୍ୟନ୍ତ ଯେଉଁଠି ଇତିହାସ ଲେଖା ଯାଇଛି, ସେସବୁ ମନୋନୀତ ପ୍ରସଙ୍ଗ କେତୋଟିର ସମଷ୍ଟି ମାତ୍ର । ଏ ସବୁ ସତ୍ତ୍ୱେ ଓଡ଼ିଶାର ଇତିହାସ କଥା ପଡ଼ିଲେ ଆଖିଦୃଶିଆ ପ୍ରସଙ୍ଗଗୁଡ଼ିକୁ ବାଦ୍ ଦିଆଯାଇ ନପାରେ । ସାଧାରଣ ଛାତ୍ର, ଶିକ୍ଷକ ଓ ପାଠକ ମନରେ ଓଡ଼ିଶାର ଇତିହାସ ପଢ଼ିବା ଆଗରୁ କେତୋଟି ସ୍ୱାଭାବିକ ପ୍ରଶ୍ନ ଥାଏ । ଗହନକୁ ଯାଇ ନପାରିଲେ ସୁଦ୍ଧା ଅନ୍ତତଃ ସେହି କେତୋଟି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ତ ପୁସ୍ତକଟି ଉପଯୋଗୀ ହେବା କଥା ।
ଇତିହାସ ଲେଖନ ଏକ ପ୍ରକ୍ରିୟା । କେବେ ତାହା ଶେଷ ହେବାର ନୁହେଁ । ପାଠକ ମନରେ ଅତୀତକୁ ନେଇ ଯେତେଦିନ ପର୍ଯ୍ୟନ୍ତ ନୂଆ ନୂଆ ପ୍ରଶ୍ନ ଆସୁଥିବ ସେତେଦିନ ପର୍ଯ୍ୟନ୍ତ ଅତୀତକୁ ପୁନର୍ନିରୀକ୍ଷଣ କରିବାର ଆବଶ୍ୟକତା ପଡ଼ୁଥିବ । ନୂଆକରି ଇତିହାସ ଲେଖା ହେଉଥିବ । ଅତୀତରେ ଅନେକ ଓଡ଼ିଶା ଇତିହାସ ଲେଖାଯାଇଛି । ଭବିଷ୍ୟତରେ ବି ଅନେକ ଲେଖାହେବ । ଏହି ପୁସ୍ତକଟି ସେହି ବିସ୍ତୃତ ପ୍ରକ୍ରିୟା ମଧ୍ୟରୁ ଅନ୍ୟତମ । ଏହାର ମହତ୍ତ୍ୱ ଓଡ଼ିଶା ସମ୍ବନ୍ଧରେ ଲିଖିତ ଅନ୍ୟ ଇତିହାସ ପୁସ୍ତକ ତୁଳନାରେ ନା କମ୍, ନା ବେଶି । ଏହି ପୁସ୍ତକ ପାଠ କଲା ପରେ ଯଦି ଛାତ୍ର, ଶିକ୍ଷକ ଓ ସାଧାରଣ ପାଠକ ଓଡ଼ିଶା ଇତିହାସ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ଏବଂ ଭବିଷ୍ୟତର ଇତିହାସ ଗବେଷକଙ୍କ ପାଇଁ ଏହା ଯଦି କିଛି ଆଧାର ଯୋଗାଏ, ତେବେ ଆମର ଶ୍ରମ ସାର୍ଥକ ହେବ । ଇତିହାସ ପଠନ-ପାଠନ ବେଳେ କେତୋଟି ସ୍ୱାଭାବିକ ପ୍ରଶ୍ନ ମନରେ ଥାଏ: "କିଏ',"କେଉଁଠି' ଓ "କେବେ' ଏବଂ ତା' ସହିତ "କାହିଁକି' ଓ "କେମିତି' । ଏହି ପ୍ରଶ୍ନଗୁଡ଼ିକ ନ ପଚାରିଲେ ଅତୀତର ଜଟିଳତା ବୋଧଗମ୍ୟ ହୁଏ ନାହିଁ । ଇତିହାସ ବୋଧଗମ୍ୟ ହେଲେ ଘୋଷାପାଠ ହୋଇ ରହେନା, ଆମୋଦଦାୟୀ ହୁଏ ।
ଇତିହାସ ହେଲା ଅତୀତର ଏକ ବସ୍ତୁନିଷ୍ଠ ଆଲୋଚନା । ଏହା ବର୍ତ୍ତମାନକୁ ବୁଝିବାରେ ତଥା ତାକୁ ଆଧାର କରି ଭବିଷ୍ୟତ ପାଇଁ ବିକଳ୍ପ ଖୋଜିବାରେ ସାହାଯ୍ୟ କରେ । ଇତିହାସ ଆଲୋଚନା ବେଳେ ଐତିହାସିକ ଯଦି ବିଚାରକ ଭଳି ଅଯଥା ଭାବପ୍ରବଣତାରୁ ଊର୍ଦ୍ଧ୍ୱରେ ନ ରହନ୍ତି, ଅନାସକ୍ତ ନ ହୁଅନ୍ତି, ଇତିହାସ ବସ୍ତୁନିଷ୍ଠ ହୋଇ ପାରେନା । ବୃଥା ଆସ୍ଫାଳନ ଇତିହାସର ପାଠକୁ ମୁତଫରକା କରିଦିଏ । ଅତୀତକୁ ନେଇ ଲଜ୍ଜିତ ହେବା ଅଯୌକ୍ତିକ ନିଶ୍ଚୟ । ଠିକ୍ ସେମିତି ଅତୀତର କେବଳ ରୋମନ୍ଥନ କରି କିମ୍ବା ବାହାସ୍ଫୋଟ ମାରି ଇତିହାସ ମାଧ୍ୟମରେ କଦାଚିତ୍ ଜାତି ପରିଚୟ ଖୋଜା ଯାଇ ପାରେନା । ସତ୍ୟାନ୍ୱେଷୀ ହେବା ଇତିହାସପାଇଁ ଏକ ବଡ଼ ଆବଶ୍ୟକତା । ଦ୍ୱିତୀୟତଃ, ଆଞ୍ଚଳିକ ଇତିହାସ କୌଣସି କାଳେ ରାଷ୍ଟ୍ର ବା ବିଶ୍ୱ ଇତିହାସର ପ୍ରତିଯୋଗୀ ହୋଇପାରେନା । ଆଞ୍ଚଳିକ ଇତିହାସର ଖୁବ୍ ଆବଶ୍ୟକତା ରହିଛି । ମାତ୍ର ତାକୁ ରାଷ୍ଟ୍ର ଓ ବିଶ୍ୱ ଇତିହାସର ପରିପ୍ରେକ୍ଷୀରେ ଦେଖିବାକୁ ପଡ଼ିବ । ଅନ୍ୟଥା ଆଞ୍ଚଳିକ ଇତିହାସ ଆମୋଦଦାୟୀ ଓ ସୁଖପାଠ୍ୟ ହୋଇ ପାରିବ ନାହିଁ କି ବିଶ୍ୱଦୃଷ୍ଟି ଦେଇ ପାରିବ ନାହିଁ । ଅନ୍ୟ ଶବ୍ଦରେ କହିଲେ, ବିଶ୍ୱ, ରାଷ୍ଟ୍ର ଓ ଅଞ୍ଚଳ ମଧ୍ୟରେ ରହିଥିବା ପରିପୂରକତାକୁ ଉପେକ୍ଷା କରି କେବେ ଆଞ୍ଚଳିକ ଇତିହାସର ଘଟଣାବଳୀକୁ ପର୍ଯ୍ୟାଲୋଚନା କରାଯାଇ ନ ପାରେ । 'ଓଡ଼ିଶା ଇତିହାସ' ସେହି ପରିପୂରକତାକୁ ଚିହ୍ନିବା ଓ ଚିହ୍ନେଇବା ଦିଗରେ ଯତ୍କିଞ୍ଚିତ୍ ଉପଯୋଗୀ ହେବ ବୋଲି ଆମର ଆଶା । ପୁସ୍ତକରେ ବ୍ୟାବହାରିକ ଭାଷାର ପ୍ରୟୋଗ ରହିଛି । ବର୍ତ୍ତମାନ ସମୟରେ ଐତିହାସିକମାନେ ଖ୍ରୀଷ୍ଟାବ୍ଦ ସ୍ଥାନରେ ସାଧାରଣାବ୍ଦ (Common Era ବା CE) ଓ ଖ୍ରୀଷ୍ଟପୂର୍ବ ସ୍ଥାନରେ ପ୍ରାକ୍-ସାଧାରଣାବ୍ଦ (Before Common Era ବା BCE)ର ବ୍ୟବହାର କରୁଛନ୍ତି । କିନ୍ତୁ ବୋଧଗମ୍ୟତା ଦୃଷ୍ଟିରୁ ଏଠାରେ ଖ୍ରୀଷ୍ଟାବ୍ଦ ଓ ଖ୍ରୀଷ୍ଟପୂର୍ବର ବ୍ୟବହାରକୁ ଆମେ ଏଡ଼ାଇ ପାରିନାହୁଁ ।
ପୁସ୍ତକଟିର ପ୍ରସ୍ତୁତି ଓ ପ୍ରକାଶନ ମୂଳରେ "ଆମ ଓଡ଼ିଶା'ର ଅଧ୍ୟକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅକୁଣ୍ଠ ପ୍ରେରଣା ଭୁଲିବାର ନୁହେଁ । ସେ ପାଦଟିଏ ପଛକୁ ଘୁଞ୍ଚିଯାଇଥିଲେ ଏହା ଆଗକୁ ବଢ଼ିପାରିନଥାନ୍ତା । "ଓଡ଼ିଶା ଇତିହାସ'ର ପ୍ରକାଶନ ମୂଳରେ ତାଙ୍କର ସାମାଜିକ ପ୍ରତିବଦ୍ଧତା ସ୍ପଷ୍ଟରୂପେ ଦେଖି ହୁଏ । ବନ୍ଧୁ ଗୌରହରି ଦାସ, ଦାଶ ବେନହୁର, ଯଶୋବନ୍ତ ନାରାୟଣ ଧର ଓ ସିଦ୍ଧାର୍ଥ ମହାପାତ୍ରଙ୍କ ସହଯୋଗ ବି ଭୁଲିବାର ନୁହେଁ । ଏହି ପୁସ୍ତକ ପ୍ରସ୍ତୁତିରେ "ଆମ ଓଡ଼ିଶା'ର ସଂପାଦକ (ପ୍ରକାଶନ) ଅସିତ ମହାନ୍ତିଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଛି । ଶ୍ରୀ ପଟ୍ଟନାୟକଙ୍କ ସମେତସଂପୃକ୍ତ ସମସ୍ତଙ୍କୁ ଏବଂ "ଆମ ଓଡ଼ିଶା'ର ସମସ୍ତ ସହଯୋଗୀଙ୍କୁ ମଧ୍ୟ ମୁଁ ଏହି ଅବସରରେ ବିଶେଷ ଧନ୍ୟବାଦ ଜଣାଉଛି ।
--ପ୍ରୀତୀଶ ଆଚାର୍ଯ୍ୟ
ଓଡ଼ିଶା ଇତିହାସ | ୧୧-୧୮ |
ଐତିହାସିକ ଭୂଗୋଳ | ୧୯-୨୩ |
ମଗଧ ଓ କଳିଙ୍ଗ | ୨୪-୩୦ |
ଖାରବେଳଙ୍କ ଶାସନ | ୩୧-୩୫ |
ଖାରବେଳ ପରବର୍ତ୍ତୀ ଓଡ଼ିଶା | ୩୬-୪୭ |
ସାତ ବାହନ-ମୁରୁଣ୍ଡ ବଂଶ-ଗୁପ୍ତକାଳୀନ ଓଡ଼ିଶା-ମଠର ବଂଶ- | |
ଚଳ ରାଜବଂଶ-ମାଣ ବଂଶ-ବିଗ୍ରହ ବଂଶ-ଶରଭପୁରୀୟ ବଂଶ | |
ପୂର୍ବ ଗଙ୍ଗବଂଶ- | |
ଶୈଳୋଦ୍ଭବ ରାଜବଂଶ | |
ଭୌମକର ଶାସନ | ୪୮-୫୩ |
ମଣ୍ଡଳ ରାଜ୍ୟ ଓ ଶାସନ | ୫୪-୬୧ |
ଭଞ୍ଜବଂଶଶାସିତ ଖିଞ୍ଜଳି ମଣ୍ଡଳ-ଭଞ୍ଜବଂଶଶାସିତ ଖିଜ୍ଜିଙ୍ଗ ମଣ୍ଡଳ- | |
ଶୁଳ୍କିବଂଶଶାସିତ କୋଦାଳକ ମଣ୍ଡଳ-ତୁଙ୍ଗବଂଶଶାସିତ ଯମଗର୍ତ ମଣ୍ଡଳ- | |
ଚନ୍ଦବଂଶଶାସିତ ଐରାବତ ମଣ୍ଡଳ-ବରାହବଂଶଶାସିତ ବଣାଇ ମଣ୍ଡଳ- | |
ଗଙ୍ଗଶାସିତ ଶ୍ୱେତକ ମଣ୍ଡଳ-ଉପସଂହାର | |
ସୋମବଂଶ | ୬୨-୬୭ |
ପ୍ରଥମ ଜନ୍ମେଜୟ |
ଉତ୍ତର ଗଙ୍ଗବଂଶ ଓ ଗଙ୍ଗ ସାମ୍ରାଜ୍ୟ | ୬୮-୮୫ |
ଉତ୍ତର ଗଙ୍ଗ ବଂଶାବଳୀ - ଅନନ୍ତବର୍ମା ଚୋଡ଼ଗଙ୍ଗ (୧୦୭୬-୧୧୪୭) - | |
ଗଙ୍ଗକାଳୀନ ମନ୍ଦିରକଳା ଓ ସ୍ଥାପତ୍ୟ | |
ସୂର୍ଯ୍ୟବଂଶୀ ଗଜପତି ଶାସନ | ୮୬-୯୭ |
କପିଳେନ୍ଦ୍ର ଦେବ (୧୪୩୫-୧୪୬୭) - ତେଲେଙ୍ଗାନା ଅଧିକାର - | |
ବିଜୟନଗର ଅଭିଯାନ - ବଙ୍ଗ ବିଜୟ - ପୁରୁଷୋତ୍ତମ ଦେବ (୧୪୬୭- | |
୧୪୯୭) - ପ୍ରତାପରୁଦ୍ର ଦେବ (୧୪୯୭-୧୫୩୮) | |
ଭୋଇ ବଂଶ | ୯୮-୧୦୪ |
ଗଜପତିଙ୍କ ସମୟର ପ୍ରାଶାସନିକ ବ୍ୟବସ୍ଥା | |
ମଧ୍ୟଯୁଗୀୟ ଓଡ଼ିଶାରେ ସାଂସ୍କୃତିକ ବିକାଶ | ୧୦୫-୧୧୫ |
ଭାଷା ଓ ସାହିତ୍ୟ | |
ଓଡ଼ିଶାରେ ଆଫଗାନ ଓ ମୋଗଲ ଶାସନ | ୧୧୬-୧୨୯ |
ଓଡ଼ିଶାରେ ମରହଟ୍ଟା ଶାସନ | ୧୩୦-୧୪୭ |
ମରହଟ୍ଟା ପ୍ରାଶାସନିକ ବ୍ୟବସ୍ଥା - ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ସମାଜ ଓ | |
ସଂସ୍କୃତି - ମରହଟ୍ଟା ଶାସନର ଇତିକଥା | |
ଇଂରେଜମାନଙ୍କ ଓଡ଼ିଶା ଦଖଲ | ୧୪୮-୧୭୭ |
ଦକ୍ଷିଣ ଓଡ଼ିଶା ଦଖଲ - ଉତ୍ତର ଓଡ଼ିଶା ଦଖଲ - ସମ୍ବଲପୁର ଦଖଲ - | |
ଇଂରେଜ ପ୍ରାଶାସନିକ ବ୍ୟବସ୍ଥା - ରାଜସ୍ୱ ନୀତି - ଲବଣ ନୀତି - | |
ଅବକାରୀ ଓ ବାଣିଜ୍ୟ ନୀତି - ମୁଦ୍ରା ନୀତି - ଜଗନ୍ନାଥ ମନ୍ଦିର ପରିଚାଳନା - | |
ଗଡ଼ଜାତ ନୀତି - ଶିକ୍ଷା ନୀତି - ପୋଲିସ ଓ ନ୍ୟାୟିକ ବ୍ୟବସ୍ଥା | |
ଔପନିବେଶିକ ଶାସନ ବିରୋଧରେ ଅସନ୍ତୋଷ ଓ ବିଦ୍ରୋହ | ୧୭୮-୨୦୮ |
ଦକ୍ଷିଣ ଓଡ଼ିଶା-ପାରଳାଖେମୁଣ୍ଡି-ଘୁମୁସର-ଖୋର୍ଦ୍ଧା, କନିକା ଓ କୁଜଙ୍ଗରେ | |
ବିଦ୍ରୋହ-ଖୋର୍ଦ୍ଧା ବିଦ୍ରୋହ: ୧୮୧୭- ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ: | |
୧୮୨୭-୧୮୬୪ - ଅନୁଗୁଳ ବିଦ୍ରୋହ: ୧୮୪୮-୧୭୫୭ର | |
ଗଣସଂଗ୍ରାମ ଓ ଓଡ଼ିଶା- ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସଂଘଟିତ | |
ଗଡ଼ଜାତ ବିଦ୍ରୋହ- ବାମନଘାଟି ବିଦ୍ରୋହ: ୧୮୬୬- କେନ୍ଦୁଝର ମେଳି: | |
୧୮୬୭-୬୮ ଓ ୧୮୯୧-୯୩- ନୟାଗଡ଼ ବିଦ୍ରୋହ: ୧୮୯୩- | |
ରଣପୁର ବିଦ୍ରୋହ: ୧୮୯୩- ଅନ୍ୟାନ୍ୟ ରାଜ୍ୟରେ ବିଦ୍ରୋହ |
ଜାତୀୟତାର ଉନ୍ମେଷ | ୨୦୯-୨୪୧ |
ଜାତୀୟତାର ଅବଧାରଣା - ଶିକ୍ଷା - ପତ୍ରପତ୍ରିକା - ସମ୍ବଲପୁରରେ ଭାଷା | |
ଆନ୍ଦୋଳନ - ଓଡ଼ିଶାରେ ଜାତୀୟତାର ଦୁଇ କାଳାଂଶ | |
ଅସହଯୋଗ ଆନ୍ଦୋଳନ: ୧୯୨୦-୨୨ | ୨୪୨-୨୬୮ |
କଟକରେ ଆନ୍ଦୋଳନ - ଗାନ୍ଧୀଙ୍କ ଓଡ଼ିଶା ଗସ୍ତ - ପୋଲିସର ଦମନଲୀଳା | |
ଚୌରିଚୌରା ଘଟଣା | |
୧୯୩୦ ଦଶକର ରାଜନୀତି : | |
ଆଇନ ଅମାନ୍ୟ ଓ ପ୍ରଜାମଣ୍ତଳ ଆନ୍ଦୋଳନ | ୨୬୯-୨୯୮ |
ଆଇନ ଅମାନ୍ୟ ଆନ୍ଦୋଳନ - ସ୍ୱତନ୍ତ୍ର ପ୍ରଦେଶ ଗଠନ:୧୯୩୬ - | |
ପ୍ରଜାମଣ୍ତଳ ଆନ୍ଦୋଳନ - ଢେଙ୍କାନାଳ - ରଣପୁର - ନୀଳଗିରି - | |
ତାଳଚେର - ମୟୂରଭଞ୍ଜ - ଅନ୍ୟାନ୍ୟ ଗଡ଼ଜାତ - ସ୍ୱତନ୍ତ୍ର ପ୍ରଦେଶର ଶାସନ | |
ଅଗଷ୍ଟ ବିପ୍ଳବ | ୨୯୯-୩୨୪ |
ରେଭେନ୍ସା ମହାବିଦ୍ୟାଳୟରେ ଧର୍ମଘଟ - କୋରାପୁଟ ଆନ୍ଦୋଳନ - | |
କଟକ ଜିଲ୍ଲାରେ ଆନ୍ଦୋଳନ - ବାଲେଶ୍ୱର ଆନ୍ଦୋଳନ - ଛତ୍ର ଗାଁର | |
ସମାନ୍ତରାଳ ସରକାର - ଇରମ ହତ୍ୟାକାଣ୍ତ - ନିମାପଡ଼ା ଗୁଳିକାଣ୍ତ - | |
ସମ୍ବଲପୁର ଜିଲ୍ଲାରେ ଆନ୍ଦୋଳନ - ଗଞ୍ଜାମରେ ଆନ୍ଦୋଳନ - ଗଡ଼ଜାତରେ | |
ଆନ୍ଦୋଳନ - ତାଳଚେରରେ ଆନ୍ଦୋଳନ - ଢେଙ୍କାନାଳରେ ଆନ୍ଦୋଳନ - | |
ନୟାଗଡ଼ରେ ଆନ୍ଦୋଳନ - ନୀଳଗିରି ଆନ୍ଦୋଳନ - ଅନ୍ୟାନ୍ୟ ଆନ୍ଦୋଳନ | |
ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ତଳ, ସ୍ୱାଧୀନତା ପ୍ରାପ୍ତି | |
ଓ ଗଡ଼ଜାତର ସମ୍ମିଶ୍ରଣ | ୩୨୫-୩୩୭ |
ମିଳିତ ମନ୍ତ୍ରିମଣ୍ତଳ - ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ତଳ - ଗଡ଼ଜାତ ମିଶ୍ରଣ |
...
This work is released under the Creative Commons Attribution-Share Alike 4.0 International license, which allows free use, distribution, and creation of derivatives, so long as the license is unchanged and clearly noted, and the original author is attributed—and if you alter, transform, or build upon this work, you may distribute the resulting work only under the same license as this one.