କଥାଲହରୀ

ଉଇକିପାଠାଗାର‌ରୁ
କଥାଲହରୀ (୧୯୨୩) 
ଲେଖକ/କବି: ମଧୁସୂଦନ ରାଓ
ଭୂମିକା ।

ଏତେଦିନରେ ଆବହମାନକାଳ ଉତ୍କଳର ପୂରନ୍ଧ୍ରୀମାନଙ୍କର ମୁଖେ ମୁଖେ ଭ୍ରାମ୍ୟମାଣ, ବାଳକବାଳିକା ସମ୍ପ୍ରଦାୟର ଚିରଚିତ୍ତ-ରଞ୍ଜନ, ଚିରକୌତୁକମୟ, ଅଦ୍ଭୁତ ମଧୁର କରୁଣ ହାସ୍ୟାଦି ରସ-ବିଳାସରେ ନିତ୍ୟ ସରସ, ଓଡ଼ିଆମାନଙ୍କର କାହାଣୀ ସାହିତ୍ୟକୁ ଲିପିଶିଳ୍ପର ଅଙ୍ଗୀଭୁତ କରି ପ୍ରକାଶ କରିବାର ଉପକ୍ରମ ହେଲା । ଜଣେ କୃତବିତ୍ୟ ଯୁବକ ଅଳ୍ପଦିନ ହେଲା 'ଉତ୍କଳର କାହାଣୀ' ନାମରେ ଖଣ୍ଡିଏ କ୍ଷୁଦ୍ର ପୁସ୍ତକ ପ୍ରକାଶ କରିଅଛନ୍ତି । ଏବେ ପୁଣି କଣେ କରଣ ମହିଳାଙ୍କର ଲିଖିତ 'କଥାଲହରୀ’ ବା ଉତ୍କଳ କାହାଣୀ ସଂଗ୍ରହର ପ୍ରଥମ ଭାଗ ପ୍ରକାଶିତ ହେଲା । ପ୍ରକାଶକ ମହାଶୟ ମୋତେ ଶଂସିତ ମହିଳାଙ୍କର ହସ୍ତଲିଖିତ ଅନେକ ଗୁଡିଏ କାହାଣୀର ପାଣ୍ଡୁଲେଖ୍ୟ ଦେଖିବାକୁ ଦେଇଥିଲେ । ମୁଁ ଲେଖିକାଙ୍କର ଅକୃତ୍ରିମ ଲିପିମାଧୁର୍ଯ୍ୟ ଉପଲବ୍ଧି କରି ପ୍ରକାଶକ ମହାଶୟଙ୍କର ତାହା ପ୍ରକାଶ କରିବାଭ ଇଚ୍ଛାକୁ ସମର୍ଥକ କରିଥିଲି । ବର୍ତ୍ତମାନ ସେଥିର ପ୍ରଥମ ଖଣ୍ଡ ମୁଦ୍ରିତ ହେବାର ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଅଛି । ପ୍ରକାଶକ ମହାଶୟ ପୁସ୍ତକକୁ ସର୍ବାଙ୍ଗସୁନ୍ଦର କରିବାପାଇଁ ଯଥାସାଧ୍ୟ ଯତ୍ନ କରିଅଛନ୍ତି ।

ବର୍ତ୍ତମାନ ଓଡିଆରେ ଯେଉଁ ଗଦ୍ୟ ରଚନା ପ୍ରଣାଳୀ ଦେଖାଯାଏ ତାହା ନିତାନ୍ତ ଆଧୁନିକ ଏବଂ ବୈଦେଶିକ ସାହିତ୍ୟର ପ୍ରଭାବ ଯୋଗୁଁ ବହୁପରିମାଣରେ କୃତ୍ରିମଭାବାପନ୍ନ, କିନ୍ତୁ ଏହି କାହାଣୀମାନଙ୍କରେ ଯେଉଁ ଭାଷାଭଙ୍ଗୀ ବା ବାକ୍ୟ ରଚନା ପ୍ରଣାଳୀ ଲକ୍ଷିତ ହେବ, ତାହା ଚିରକ୍ଷଣଶୀଳା ନାରୀମାନଙ୍କର ମୁଖ ନିଃସୃତ ଉତ୍କଳ ଭାଷାର ସ୍ୱାଭାବିକ ରୀତି । ତାହାର ଅଯତ୍ନସୁଲଭ ଅକୃତ୍ତିମ ମୁକ୍ତ ମାଧୁରୀର ମୋହିନୀ ଶକ୍ତି, କେତେକ ପଣ୍ଡିତମ୍ମନ୍ୟ ଉତ୍‌କଟ ରୁଚିତଗ୍ରସ୍ତ ଲୋକଙ୍କ ଛଡ଼ା, ଆଉ କିଏ ଅସ୍ୱୀକାର କରିବ ?

କେବଳ ଶିଶୁମାନଙ୍କ ଚିତ୍ତରଞ୍ଜନାର୍ଥ କାହାଣୀଗୁଡ଼ିକ ପ୍ରକାଶିତ ହୋଇଥିଲେହେଁ, ତାହା ବୟସ୍କମାନକଂର ଅବଜ୍ଞେୟ ବା ଉପେକ୍ଷଶୀୟ ନୁହେଁ । ତତ୍ତ୍ୱାନୁସନ୍ଧାୟୀମାନେ ସେଥିରେ ଭାଷା ମଧ୍ୟରୁ ଉତ୍କଳ ଭାଷାସମ୍ବନ୍ଧୀୟ ତତ୍ତ୍ୱ, ସେଥିରେ ବର୍ଣ୍ଣିତ ଘଟଣାମାନଙ୍କରୁ ପ୍ରାଚୀନ ରୀତିନୀତି-ବିଶ୍ୱାସ-ବିଷୟକ ତଥ୍ୟ ଏବଂ ଅନ୍ୟ ନାନାବିଧ ସତ୍ୟ ମଧ୍ୟ ଆବିଷ୍କାର କରିପାରନ୍ତି । ଏହି ଗ୍ରାମ୍ୟ ଗଳ୍ପ ସାହିତ୍ୟସଙ୍ଗରେ ଅପର ଦେଶରେ ଅନ୍ୟ ଭାଷାରେ ପ୍ରଚଳିତ ଗଳ୍ପ-ସାହିତ୍ୟର ତୁଳନା କରି ସୌସାଦୃଶ ଓ ବୈଷଦୃଶ୍ୟର ହେତୁ ନିର୍ଦେଶ-ପୂର୍ବକ ନାନା ପ୍ରତ୍ନତତ୍ତ୍ୱ ମଧ୍ୟ ଆବିଷ୍କୃତ ହୋଇପାରେ । ଏପରି ଅବସ୍ଥାରେ ଯେଉଁମାନେ ପ୍ରାଚୀନ ଗ୍ରାମ୍ୟ ସାହିତ୍ୟକୁ ଅବିକୃତ ଭାବରେ ସଂରକ୍ଷଣ କରିବାକୁ ଯତ୍ନ କରୁଅଛନ୍ତି ସେମାନେ ସର୍ବତୋଭାଜରେ ପ୍ରଶଂସର୍ହ । ମୋର ସମ୍ପୂର୍ଣ୍ଣ ଆଶା ଯେ ପ୍ରକାଶକ ମହାଶୟଙ୍କର ପ୍ରୟାସ ସର୍ବତୋଭାବେ ସଫଳ ହେବ ।

ଶ୍ରୀ ମଧୁସୂଦନ ରାଓ ।

ବିଜ୍ଞାପନ ।

ଏହି କ୍ଷୁଦ୍ର ପୁସ୍ତିକା ଖଣ୍ଡିକରେ ଉତ୍କଳଦେଶୀ ଅସଂଖ୍ୟ ବାଳକ ବାଳିକା ଗଳ୍ପମଧ୍ୟରୁ ପଚିଶଗୋଟି ପ୍ରକାଶ କରିବାକୁ ପ୍ରୟାସୀ ହେଲୁଁ । ଏହି କାହାଣୀଗୁଡ଼ିକ ଜନୈକା କରଣମହିଳା ଦ୍ୱାରା ବର୍ଣ୍ଣିତ ଓ ଲିଖିତ ଏହିପରି କେତେଗୁଡ଼ିଏ କାହାଣୀ ସଂଗ୍ରହ କରି ପୁସ୍ତକା-କାରରେ ପ୍ରକାଶ କରିବାକୁ ଆମ୍ଭେ ବହୁବର୍ଷହେଲା ହୃଦୟରେ ଇଚ୍ଛା ପୋଷଣ କରିଥିଲୁଁ, ମାତ୍ର ସୁବିଧା ଅଭାବରେ ସେ ବାସନା ଆଜି ପର୍ଯ୍ୟନ୍ତ ପୂର୍ଣ୍ଣ ହୋଇପାରି ନ ଥିଲା । ବର୍ଣ୍ଣନାର ଲାଳିତ୍ୟ ଓ ଭାଷାର ମାଧୁର୍ଯ୍ୟରକ୍ଷା ନିମିତ୍ତ କାହାଣୀଗୁଡ଼ିକ ଯଥାସମ୍ଭବ ଲେଖିକାଙ୍କ ନିଭଭାଷାରେ ପ୍ରକାଶିତ ହୋଇଅଛି, କେବଳ ଅର୍ଥଗ୍ରହଣର ସୌକର୍ଯ୍ୟାର୍ଥ ଛେଦବିନ୍ୟାସ ଓ ଅତ୍ୟଳ୍ପସ୍ଥାନରେ ଭାଷାପରିବର୍ତ୍ତନ ଆମ୍ଭଦ୍ୱାରା ହୋଇଅଛି । ଏହି ସଂଶୋଧନ କାର୍ଯ୍ୟରେ ଆମ୍ଭେ କଟକ ଟ୍ରେନିଙ୍ଗସ୍କୁଲର ହେଡ୍‌ମାଷ୍ଟର ମାନନୀୟ ଶ୍ରୀଯୁକ୍ତବାବୁ ମଧୁସୂଦନ ରାଓଙ୍କଠାରୁ ପ୍ରଭୁତ ସାହାଯ୍ୟ ପାଇଅଛୁ । ଏଥିନିମନ୍ତେ ତାଙ୍କଠାରେ ଆମ୍ଭେ ବିଶେଷ ଋଣୀ । ଉକ୍ତ ମହାଶୟ ମଧ୍ୟ କାହାଣୀଗୁଡ଼ିକ ଆଦ୍ୟୋପ୍ରାନ୍ତ ପାଠ କରି ପୁସ୍ତିକାନ୍ତର୍ଗତ ଭୂମିକାଟି ଲେଖିଦେଇ ଆମ୍ଭଙ୍କୁ ବିଶେଷ ଉତ୍ସାହିତ କରିଅଛନ୍ତି । ଆମ୍ଭେ ଏଥିନିମନ୍ତେ ତାହାଙ୍କଠାରେ ଚିରକୃତଜ୍ଞତା ପାଶରେ ବଦ୍ଧ । ପରିଶେଷରେ ସାଧାରଣଙ୍କୁ ବକ୍ତବ୍ୟ ଏହି ଯେ ଏହି କାହାଣୀ ପୁସ୍ତିକାଖଣ୍ଡି ସେମାନଙ୍କର କିଞ୍ଚିତରେ ପଠନଯୋଗ୍ୟ ବିବେଚିତ ହେଲେ, ଆମ୍ଭର ଶ୍ରମ ସଫଳ ହୋଇଅଛି ବୋଲି ଜ୍ଞାନ କରିବୁଁ ।

କଲେଜଗଳି, କଟକ
୧୦|୧୦|୧୯୦୧
} ପ୍ରକାଶକ
ଷଷ୍ଠ ସଂସ୍କରଣର ବିଜ୍ଞାପନ

ପଞ୍ଚମ ସଂସ୍କରଣର କପିଗୁଡ଼ିକ ନିଃଶେଷିତ ହୋଇଥିବାରୁ ଷଷ୍ଠ ସଂସ୍କରଣ ପ୍ରକାଶିତ ହେଲା । ଲିପି ଦୋଷଗୁଡ଼ିକ ସଂଶୋଧନ କରାଯାଇଅଛି । ପୁସ୍ତିକାଖଣ୍ଡି ପୂର୍ବବତ୍ ଆଦର ପାଇଲେ ଲେଖିକା ପ୍ରକାଶକ ଆନନ୍ଦିତ ହେବେ । ଇତି ।

ତା ୯ ରିଖ ଜୁଲାଇ ୧୯୨୭ ମସିହା ।




ପ୍ରକାଶକ ।



ବିଷୟ ପୃଷ୍ଠା
ଭୂମିକା
କଥାର ଲଥା
ସାଧବ‌ଘରବୋହୂ କଥା
ଶ୍ୱେତବସନ୍ତ କଥା
ଚମ୍ପାଚୋରୀ ଦାସୀର କଥା
କାଚଖମ୍ବ କଥା ୧୧
ମଣ୍ତାଗଛ ବା ଗଉଡ଼ପୁଅ କଥା ୧୫
ଡ଼ାଳିମ୍ବକୁମର କଥା ୧୮
କଲୁରୀବେଣ୍ଟ କଥା ୨୫
ଅଜଗରସାପ କଥା ୨୮
ନେଉଳଭାଇ କଥା ୩୨
ଅନନ୍ତା କଥା ୩୯
କଞ୍ଚନବତୀ କଥା ୪୧
ଟକ୍‌ମକ୍‌ପାଣି ଚଳନ୍ତିବାଜା କଥା ୪୪
ପକ୍ଷିରାଜଘୋଡ଼ା କଥା ୪୯
ହଳାହଳକୁମର ବା ଶଶିସେନା ଅଭିମନ୍ୟୁ କଥା ୫୯
ଉଜ୍ଜ୍ୱଳବତୀକନ୍ୟାର କଥା ୬୯
ମଉନାବତୀ କଥା ୭୪
ସୁନାଫୁଲ କଥା ୮୨
ପାନସୋରୀ କଥା ୮୬
କଳାରାଜନ କଥା ୯୨
ବାବାଜୀ କଥା ୧୦୩
ଚମାରୁଣି ଝିଅ କଥା ୧୦୬
ସାଧବ‌ବୋହୂ ଲୀଳାବତୀର କଥା ୧୧୨
ଅଁଳାକଣ୍ତେଇ କଥା ୧୧୬
ବୁଦ୍ଧିମତୀ ସାଧବ ଝିଅର କଥା ୧୧୯



This work is released under the Creative Commons Attribution-Share Alike 4.0 International license, which allows free use, distribution, and creation of derivatives, so long as the license is unchanged and clearly noted, and the original author is attributed—and if you alter, transform, or build upon this work, you may distribute the resulting work only under the same license as this one.